ରୋଗପୋକ ଉଜାଡ଼ିଲା ଅଦାଚାଷ, ଚିନ୍ତାରେ ଚାଷୀ

Oct 04, 2026 - 17:36
ରୋଗପୋକ ଉଜାଡ଼ିଲା ଅଦାଚାଷ, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ:  ଦାଉ ସାଧିଲା ରୋଗପୋକ। କାମ ଦେଉନି କୀଟନାଶକ ଔଷଧ। ଏକର ଏକର ଚାଷଜମିରେ ବ୍ୟାପକ ଅଦାଚାଷ ନଷ୍ଟ। ଚିନ୍ତାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ଅଦା ଚାଷୀ। ପୋକ ଲାଗି ଅଦା ଗଛର ପତ୍ର ହଳଦିଆ ପଡିବା ସହ ଗଛ ନଷ୍ଟ ହୋଇଛି। ଦିନ ରାତି ଝାଳ ବୁହାଇ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ପଟାଙ୍ଗୀ ଅଞ୍ଚଳରେ ୧ ନମ୍ବରରେ ଥିଲା ଅଦାଚାଷ। ଚଳିତବର୍ଷ ଚାଷ ବି ଭଲ ହେଇଥିଲା, ହେଲେ ରୋଗପୋକ ସବୁ ଉଜାଡ଼ିଦେଲା।  ଅଦାଗଛ ମୂଳରୁ ହଳଦିଆ ହୋଇ ସବୁ ଅଦା ପଚିଯାଇଛି। କରଜ କରି ଚାଷରେ ଲଗାଇଥିବା ଟଙ୍କା କିଭଳି  ସୁଝିବେ, କିଭଳି ପରିବାର ପ୍ରତିପୋଷଣ କରିବେ, ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।

ଅଦା ଗଛରେ କେଉଁ ପ୍ରକାର ପୋକ ଲାଗିଛି ତାହା ସ୍ପଷ୍ଟଭାବେ ଜାଣିପାରୁନଥିବା କହିଛନ୍ତି ଚାଷୀ ।  ବିଭିନ୍ନ କୀଟନାଶକ ଔଷଧ ପ୍ରୟୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସମସ୍ୟା ନେଇ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳ ଶୂନ।  ତୁରନ୍ତ କୃଷି ବିଭାଗର ଅଧିକାରୀ ଚାଷଜମିରେ ପହଞ୍ଚି ଫସଲର ସ୍ଥିତି ଯାଞ୍ଚ କରିବା ସହ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)