ରିଲିଫ ନେଇ ଫେରୁଥିବା ବେଳେ ନଡ଼ିଆ ପଡ଼ି ଛାତ୍ର ମୃତ
ନନ୍ଦିଘୋଷ ବ୍ୟୁରୋ : ବାରିପଦା ସହର ମଧୁବନ ଅଞ୍ଚଳରେ ଅଭାବନୀୟ ଘଟଣା। ଗଛରୁ ନଡ଼ିଆ ପଡ଼ି ୧୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ସ୍ଥାନୀୟ ଅଞ୍ଚଳର ବାଦଲ ପାତ୍ର। ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ।
ବନ୍ୟା ଯୋଗୁଁ ବାଦଲଙ୍କ ଘର ବୁଡ଼ି ଯାଇଥିଲା। ଗତକାଲି ସେ ରିଲିଫ ନେବା ପାଇଁ ରିଲିଫ ବଣ୍ଟନ କେନ୍ଦ୍ରକୁ ଯାଇଥିଲେ। ରିଲିଫ ନେଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ଉପରେ ଗଛରୁ ନଡ଼ିଆ ପଡ଼ିଥିଲା। ଗୁରୁତର ଆହତ ବାଦଲଙ୍କୁ ତୁରନ୍ତ PRM ମେଡିକାଲ କଲେଜ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବାଦଲ ଆଖି ବୁଜିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ ଛାତ୍ରଙ୍କ ମରଶରୀର ପରିବାରକୁ ହସ୍ତାନ୍ତର କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
