ରାପିଡ଼ୋ ଉପରେ ବଡ଼ ଆକ୍ସନ୍! ବିନା ଅନୁମତିରେ ଗାଡ଼ି କାଢିଲେ ଫାଇନ୍

Oct 23, 2026 - 16:31
ରାପିଡ଼ୋ ଉପରେ ବଡ଼ ଆକ୍ସନ୍! ବିନା ଅନୁମତିରେ ଗାଡ଼ି କାଢିଲେ ଫାଇନ୍

ନନ୍ଦିଘୋଷ ବ୍ୟୁରୋ: ଏଣିକି ରାସ୍ତାରେ ଚାଲିପାରିବନି ବିନା ଅନୁମତିରେ ଚାଲିଥିବା ରାପିଡ଼ୋ ବାଇକ୍ ଓ ଟ୍ୟାକ୍ସି । ପୁଣେରେ ବିନା ଅନୁମତିରେ ଚାଲିଥିବା ରାପିଡ଼ୋ ବାଇକ୍ ଓ ଟ୍ୟାକ୍ସି ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ । କମ୍ପାନୀ ବିରୋଧରେ ଅଭିଯୋଗ ପରେ ପୁଣେ ଆରଟିଓ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପଟେ ରାପିଡ଼ୋ ଆପ୍ ରୁ ବାଇକ୍-ଟ୍ୟାକ୍ସି ବୁକିଂ ବିକଳ୍ପକୁ ତୁରନ୍ତ ହଟାଇବା ପାଇଁ ପୁଣେ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ।

ସୂଚନା ଅନୁଯାୟୀ, କମ୍ପାନୀ ବେଆଇନ ଭାବେ ବାଇକ୍-ଟ୍ୟାକ୍ସି ଚଲାଉଥିବା ଅଭିଯୋଗ ହୋଇଛି। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଛି ପରିବହନ ବିଭାଗ । ଆଶ୍ଚର୍ଯ୍ୟର କଥା, ଅଭିଯୋଗର ଗୋଟିଏ ସପ୍ତାହ ପରେ ମଧ୍ୟ, ରାପିଡ଼ୋ ଆପରେ ବାଇକ୍ ଓ ଟ୍ୟାକ୍ସି ବୁକିଂ ସକ୍ରିୟ ରହିଛି। କମ୍ପାନୀର ଏହି ମନମାନୀ ପରେ ପୁଣେ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷର (RTA) ଅଧ୍ୟକ୍ଷ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପୋଲିସ କମିଶନରଙ୍କୁ ଆବଶ୍ୟକୀୟ ଅନୁମତି ନମିଳିବା ପର୍ଯ୍ୟନ୍ତ ସାଇବର ସେଲ୍‌କୁ ଆପ୍‌ରୁ ବୁକିଂ ଫିଚରକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜଣେ ଆରଟିଓ ଅଧିକାରୀ କହିଛନ୍ତି, ‘ଏପର୍ଯ୍ୟନ୍ତ ୧୦ରୁ ଅଧିକ ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୬୦ ହଜାରରୁ ଅଧିକ ଜରିମାନା ଆଦାୟ କରାଯାଇଛି।

ରାପିଡ଼ୋର ଆପ୍‌ରେ ବୁକିଂ ଜାରି ରହିବା ନେଇ ଅଟୋ-ରିକ୍ସା ଚାଳକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଏଫଆଇଆର୍ ସତ୍ତ୍ୱେ ଯାତ୍ରୀମାନେ କିପରି ବାଇକ୍-ଟ୍ୟାକ୍ସି ବୁକ୍ କରିପାରୁଛନ୍ତି ବୋଲି ମହାରାଷ୍ଟ୍ର କାମଗାର ସଭା ଓ ବାଗତୋୟ ରିକ୍ସାୱାଲା ୟୁନିୟନର ସଭାପତି କେଶବ କ୍ଷୀରସାଗର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସଂଘ ଖୁବ୍ ଶୀଘ୍ର ଆରଟିଓ ଅଧିକାରୀଙ୍କ ସହିତ ସାକ୍ଷାତ କରି ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ରାପିଡ଼ୋକୁ ଜବାବ ମଗାଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)