‘ଅଗ୍ନି-୬’ ମିସାଇଲର ଝଲକରେ ଥରିଲା ଡ୍ରାଗନ୍, ଭାରତର ବ୍ରହ୍ମାସ୍ତ୍ରକୁ ନେଇ ହଇଚଇ…

Oct 24, 2026 - 19:11
‘ଅଗ୍ନି-୬’ ମିସାଇଲର ଝଲକରେ ଥରିଲା ଡ୍ରାଗନ୍, ଭାରତର ବ୍ରହ୍ମାସ୍ତ୍ରକୁ ନେଇ ହଇଚଇ…

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ପ୍ରତିରକ୍ଷା କ୍ଷମତାକୁ ନେଇ ଆସିଥିବା ମହାବିସ୍ଫୋରକ ଖବର ଏବେ ବିଶ୍ୱ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଭାରତର ମିସାଇଲ୍କୁ ନେଇ ଚୀନ୍ରେ ଚର୍ଚ୍ଚା! ନାଁ ହେଉଛି ଅଗ୍ନି-୬। ଭାରତର ଏହି ଶକ୍ତିଶାଳୀ ବାଲାଷ୍ଟିକ୍ ମିସାଇଲ୍ ‘ଅଗ୍ନି-୬’, ଯାହାକି ଏକାଥରକେ ୧୨,୦୦୦ କିମି ଦୂରତା ପର୍ଯ୍ୟନ୍ତ ମାଡ଼ କରିବାର ଅଦମ୍ୟ କ୍ଷମତା ରଖିଛି, ବିଶେଷ କରି ପାକିସ୍ତାନ, ଚୀନ୍ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ଏହାକୁ ନେଇ ବିଭିନ୍ନ ଆକଳନ କରାଯାଉଛି।  ଅନ୍ୟପଟେ ଚୀନର ନିଦ ହଜାଇଦେଇଛି ଅଗ୍ନି-୬ ମିସାଇଲ । ଚୀନ୍ ସାମରିକ ବିଶେଷଜ୍ଞମାନେ ମଧ୍ୟ ନିଜ ନିଜ ମତ ରଖୁଛନ୍ତି।

ଚୀନର ନଜର କାହିଁକି ଭାରତ ଉପରେ?

ଭାରତ ନିଜର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଚାହୁଁଛି। ଏଥିପାଇଁ ଦୂର ପର୍ଯ୍ୟନ୍ତ ଆଘାତ କରିପାରୁଥିବା ମିସାଇଲର ବିକାଶ କରୁଛି। ଅକ୍ଟୋବରରେ ଚୀନ୍ ସାମରିକ ଏବଂ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ମଧ୍ୟରେ ଅଗ୍ନି-୬ ମିସାଇଲର କ୍ଷମତାକୁ ନେଇ ବସିଛି ଘନ ଘନ ବୈଠକ । ଆଲୋଚନାରେ ଭାରତୀୟ ମିସାଇଲ୍ ପ୍ରୋଗ୍ରାମକୁ ନେଇ ଚୀନ୍ ପକ୍ଷରୁ ଦୁଇଟି ଭିନ୍ନ ମତ ସାମ୍ନାକୁ ଆସିଛି।

ଅଗ୍ନି–୬କୁ ନେଇ କେତେ ଚିନ୍ତିତ ଚୀନ୍?

ଚୀନର କିଛି ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏତେ ବଡ଼ ରେଞ୍ଜ୍ ଏବଂ କ୍ଷମତା ସମ୍ପନ୍ନ ମିସାଇଲ୍ ପ୍ରସ୍ତୁତ କରିବା ପାଇଁ ଅନେକ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼େ। ପ୍ରଥମ ଦୃଷ୍ଟିକୋଣ ଅନୁସାରେ, ଭାରତର ଦୂରଗାମୀ ମିସାଇଲ୍ ବିକାଶ ଏହାର ପ୍ରତିରୋଧକ କ୍ଷମତାକୁ ଆହୁରି ବ୍ୟାପକ କରିବାର ରଣନୀତିର ଏକ ଅଂଶ ହୋଇପାରେ। ଏହା ଚୀନ୍‌କୁ ଟାର୍ଗେଟ୍ ସହ ଏକ ରଣନୀତିକ ଯୋଜନା ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ଦ୍ୱିତୀୟରେ ମିସାଇଲ୍‌ର କ୍ଷମତାକୁ ନେଇ ସମସ୍ତଙ୍କ ମନରେ ଯୁଦ୍ଧର ଭୟ ସୃଷ୍ଟି ହେବାରେ ଲାଗିଛି ।

ଅଗ୍ନି–୬ କେତେ ଶକ୍ତିଶାଳୀ?

ଅନ୍ୟପକ୍ଷରେ, ଅନେକ ରଣନୈତିକ ବିଶେଷଜ୍ଞ ଏହା ଭାରତର ସାମରିକ ଶକ୍ତିକୁ ଆହୁରି ବଢ଼ାଇବା ପାଇଁ ଏକ ରଣନୈତିକ ପ୍ରସ୍ତୁତିର ବଡ଼ ସଙ୍କେତ ବୋଲି ଆକଳନ କରୁଛନ୍ତି । ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ସହିତ ଦ୍ରୁତଗାମୀ କ୍ଷେପଣାସ୍ତ୍ର ପ୍ରଯୁକ୍ତିରେ ସଫଳତା ହାସଲ କରୁଛି, ଯାହା ଅନ୍ତର୍ଜାତୀୟ ସାମରିକ ରଣନୀତିରେ କେବଳ ଶକ୍ତିର ଦାବି ନୁହେଁ, ବରଂ ଶକ୍ତିର  ପ୍ରମାଣ କହିଲେ ଭୁଲ ହେବନି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)