ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ଭୁବନେଶ୍ବର, ୫।୮ : ସକ୍ରିୟ ମୌସୁମୀ । ଆସନ୍ତା ୪୮ ଘଣ୍ଟା ସାରା ରାଜ୍ୟରେ ବର୍ଷା ସମ୍ଭାବନା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ମୟୁରଭଞ୍ଜ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମାଲକାନଗିରି, କୋରାପୁଟ, ଗଂଜାମ ଗଜପତି,ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେଉଁଝର ଓ ସମ୍ବଲପୁର ଏହି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅବଶିଷ୍ଟ ୧୯ ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଗୁରୁବାର ଠାରୁ ବଢ଼ିବ ବର୍ଷାର ପରିମାଣ। ଗରୁବାର ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ମାଲକାନଗିରି , ରାୟଗଡା,ଗଜପତି, ଗଂଜାମ, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର,ନୂଆପଡା, ଭଦ୍ରକ, ବାଲେଶ୍ୱର ,ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ ଓ ସୁନ୍ଦରଗଡ ଏହି ୧୬ ଜିଲ୍ଲାରେ ପ୍ରବଳ ଵର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଅବଶିଷ୍ଟ ୧୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା ପବନ ର ସମ୍ଭାବନା କୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୪୮ ଘଣ୍ଟା ସାରା ଓଡ଼ିଶାରେ ବର୍ଷା ସହ ଆସନ୍ତା ୧୧ ତାରିଖ କିମ୍ବା ୭ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ।
ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ପ୍ରବଳ ବର୍ଷା ୧୦ ଟି ସ୍ଥାନରେ ରେକର୍ଡ କରାଯାଇଛି ଅନଗୁଳ ତାଳଚେର ରେ ସର୍ବାଧିକ ବର୍ଷା ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ବିଶେଷଜ୍ଞ କହୁଛନ୍ତି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଆସନ୍ତା ୧୫ ଯାଏଁ ବର୍ଷା ହେବ। ତେବେ ଏହି ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିବନି।
ଆହୁରି ପଢନ୍ତୁ : କନଷ୍ଟେବଳ ସୌମ୍ୟ ହତ୍ୟାକାଣ୍ଡ ଘଟଣା : ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।