05 AUGUST 2026

Welcome!

Unlock your personalized experience.
Sign Up

Birth/Death Certificate: ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପାଇଁ ସଂଶୋଧନ ହେଲା ନିୟମ: ଘରେ ବସି ଫୋନରେ ବନାଇପାରିବେ ସାର୍ଟିଫିକେଟ

Aug 05, 2026 - 18:35
Birth/Death Certificate: ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପାଇଁ ସଂଶୋଧନ ହେଲା ନିୟମ: ଘରେ ବସି ଫୋନରେ ବନାଇପାରିବେ ସାର୍ଟିଫିକେଟ
  • ଜନ୍ମ-ମୃତ୍ୟୁ ପ୍ରମାଣପତ୍ରରେ ବଦଳିଲା ନିୟମ!
  • ୨ ବର୍ଷ ପରେ ପଞ୍ଜୀକରଣ? ମାଜିଷ୍ଟ୍ରେଟଙ୍କ ଅନୁମତି ଜରୁରୀ
  • ଘରେ ବସି ଅନଲାଇନରେ କରନ୍ତୁ ଆବେଦନ
  • ନକଲି ପ୍ରମାଣପତ୍ର ରୋକିବାକୁ ନୂଆ ଆଇନ
  • ଜାଣନ୍ତୁ ନୂଆ ନିୟମ ଓ ସହଜ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ,୦୫/୦୮:ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବିଲ୍ ଏବେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି। ଏହି ନୂତନ ଆଇନ ଆପଣଙ୍କ ପିଲାମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ଏବଂ ପରିବାର ସଦସ୍ୟଙ୍କ ଦେହାନ୍ତ ପରେ ମୃତ୍ୟୁ ପ୍ରମାଣପତ୍ର ପାଇବା ପ୍ରକ୍ରିୟାକୁ ସିଧାସଳଖ ପ୍ରଭାବିତ କରିବ। ବିଲ୍ର ଉଦ୍ଦେଶ୍ୟ ହେଉଛି ନକଲି ପ୍ରମାଣପତ୍ର ପ୍ରଦାନକୁ ସମ୍ପୂର୍ଣ୍ଣ ଭାବରେ ରୋକିବା ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା।

ନୂତନ ବିଲ୍ ଅଧୀନରେ ସଂଶୋଧିତ ନିୟମ ସମ୍ପର୍କରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଳମ୍ବ ପଞ୍ଜୀକରଣ ସହିତ ଜଡ଼ିତ। ଯଦି ଦୁଇ ବର୍ଷ ମଧ୍ୟରେ ଜନ୍ମ କିମ୍ବା ମୃତ୍ୟୁ ପଞ୍ଜୀକରଣ ହୋଇପାରୁ ନାହିଁ, ତେବେ ଏଥିପାଇଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ବାଧ୍ୟତାମୂଳକ ହେବ। ଏପରି ପରିସ୍ଥିତିରେ, ପ୍ରଶାସନିକ ଏବଂ ଆଇନଗତ ଅସୁବିଧାକୁ ଏଡ଼ାଇବା ପାଇଁ ସମୟ ମଧ୍ୟରେ ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆପଣ ଆପଣଙ୍କ ଘରେ ବସି ସହଜରେ ଅନଲାଇନରେ ଆବେଦନ କରିପାରିବେ; ଆପଣଙ୍କୁ କେବଳ କିଛି ପଦକ୍ଷେପ ଅନୁସରଣ କରିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ: ଶେଷ ହେଲା ମେଟା ଏବଂ ଭାରତ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ, ଦାବି ମୁତାବକ ମୁଣ୍ଡ ନୁଆଁଇଲେ ମାର୍କ ଜୁକରବର୍ଗ…

ଅନଲାଇନରେ କେମିତି ତିଆରି କରିବେ ଜନ୍ମ ପ୍ରମାଣପତ୍ର?

୧. ଅନଲାଇନରେ ଜନ୍ମ ପ୍ରମାଣପତ୍ର ତିଆରି କରିବା ପାଇଁ ଆପଣ ସିଆରଏସ୍ (CRS) ପୋର୍ଟାଲ ବ୍ୟବହାର କରିପାରିବେ, ଏଥିପାଇଁ ଆପଣଙ୍କୁ crsorgi.gov.in କିମ୍ବା ଆପଣଙ୍କ ନଗର ନିଗମ ଓ୍ବେବସାଇଟକୁ ଯିବାକୁ ପଡ଼ିବ

୨. ପୋର୍ଟାଲକୁ ଯିବା ପରେ ଜେନେରାଲ୍ ପବ୍ଲିକ୍ ସାଇନ୍ ଅପ୍ କିମ୍ବା ସିଟିଜେନ୍ ଲଗଇନ୍ ମାଧ୍ୟମରେ ପୋର୍ଟାଲରେ ଏକ ଆକାଉଣ୍ଟ୍ ତିଆରି କରନ୍ତୁ ଏବଂ ଆପଣଙ୍କର ଆଇଡି ପାସୱାର୍ଡ ସାହାଯ୍ୟରେ ଲଗ୍ ଇନ୍ କରନ୍ତୁ

୩. ଲଗ୍ ଇନ୍ କରିବା ପରେ, ମେନୁକୁ ଯାଆନ୍ତୁ ଏବଂ ‘Add Birth Registration' କିମ୍ବା ‘Apply Online ' ଉପରେ କ୍ଲିକ୍ କରନ୍ତୁ

୪. ଏବେ, ଆପଣଙ୍କ ସନ୍ତାନର ସମସ୍ତ ବିବରଣୀ ପୂରଣ କରନ୍ତୁ, ଯେପରିକି ନାମ, ଜନ୍ମ ତାରିଖ, ଜନ୍ମ ସ୍ଥାନ, ପିତାମାତାଙ୍କ ବିଷୟରେ ସଠିକ୍ ସୂଚନା, ଏବଂ ଆଧାର ବିବରଣୀ, ଇତ୍ୟାଦି

୫. ଏବେ, ହସ୍ପିଟାଲ ଡିସଚାର୍ଜ ସ୍ଲିପ୍/ଜନ୍ମ ରିପୋର୍ଟ ଏବଂ ପିତାମାତାଙ୍କ ପରିଚୟ ପ୍ରମାଣପତ୍ରର ସ୍କାନ କପି ଅପଲୋଡ୍ କରନ୍ତୁ

୬. ଏହାପରେ ଫର୍ମଟିକୁ ସବମିଟ ବା ଦାଖଲ କରନ୍ତୁ ଏବଂ Application Reference ବା ଆବେଦନ ସୁପାରିଶ ନମ୍ବରଟିକୁ ପ୍ରିଣ୍ଟ କରନ୍ତୁ କିମ୍ବା ଏହାକୁ ପିଡିଏଫ (PDF) ଫର୍ମାଟରେ ସେଭ୍ କରି ରଖିବେ।

୭. କିଛି ନଗର ନିଗମରେ, ଆପଣଙ୍କୁ ଶେଷରେ ପ୍ରାପ୍ତ ରେଫରେନ୍ସ ନମ୍ବରର ଏକ ପ୍ରିଣ୍ଟଆଉଟ୍ ଦାଖଲ କରିବାକୁ ପଡ଼ିବ; ଯଦି ଏହା ଆପଣଙ୍କ ନିଗମ ପାଇଁ ଆବଶ୍ୟକ ହୁଏ, ତେବେ ପ୍ରିଣ୍ଟଆଉଟ୍ ଦାଖଲ କରନ୍ତୁ।

୮. କିଛି ଦିନ ମଧ୍ୟରେ, ଏହି ପୋର୍ଟାଲରୁ ସିଧାସଳଖ ଡିଜିଟାଲ୍ ସ୍ୱାକ୍ଷରିତ ଜନ୍ମ ପ୍ରମାଣପତ୍ର ଡାଉନଲୋଡ୍ କରିବାକୁ ଗୋଟିଏ ବିକଳ୍ପ ବା Option ଦେଖାଯିବ, ଆପଣ ଏହାକୁ ଡାଉନଲୋଡ କରି ଆପଣଙ୍କ ସନ୍ତାନର ଜନ୍ମ ପ୍ରମାଣପତ୍ର ପାଇପାରିବେ।

ଆହୁରି ପଢ଼ନ୍ତୁ: କେବେଠୁ ବଜାରରେ ପ୍ଲାଷ୍ଟିକ ନୋଟ୍ ଦେଇ କିଣାକିଣି କରିପାରିବେ ଆପଣ ? ଇସାରା ଦେଲେ RBI ଗଭର୍ଣ୍ଣର…

ଅନଲାଇନରେ ମୃତ୍ୟୁ ପ୍ରମାଣପତ୍ର କେମିତି ଆବେଦନ କରିବେ?

୧. ଏଥିପାଇଁ ମଧ୍ୟ ଆପଣଙ୍କୁ CRS ପୋର୍ଟାଲ୍ କିମ୍ବା ଆପଣଙ୍କ ନଗର ନିଗମର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡ଼ିବ।

୨. Citizen Login ବିଭାଗ ମାଧ୍ୟମରେ ପଞ୍ଜୀକରଣ କରନ୍ତୁ ଏବଂ ଆପଣଙ୍କର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଲଗଇନ୍ କରନ୍ତୁ।

୩. ମେନୁରୁ 'Add Death Registration' କିମ୍ବା 'Apply For Death Certificate' ଉପରେ କ୍ଲିକ୍ କରନ୍ତୁ।

୪. ଏବେ, ମୃତ ବ୍ୟକ୍ତିଙ୍କ ବିବରଣୀ, ଯେପରିକି ମୃତ୍ୟୁ ତାରିଖ, ସମୟ ଏବଂ ସ୍ଥାନ, ଏବଂ ଆବେଦନକାରୀଙ୍କ ସଠିକ୍ ବିବରଣୀ ପ୍ରବେଶ କରନ୍ତୁ।

୫. ଏବେ, ମୃତକ ଏବଂ ଆବେଦନକାରୀଙ୍କ ପରିଚୟ ପ୍ରମାଣପତ୍ର ସହିତ ଡାକ୍ତର/ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ଡେଥ୍ ସମରି କିମ୍ବା ମୃତ୍ୟୁ ପ୍ରମାଣପତ୍ର ଅପଲୋଡ୍ କରନ୍ତୁ।

୬. ଫର୍ମ ଦାଖଲ କରିବା ପରେ ଆପଣଙ୍କୁ ମିଳିଥିବା ରେଫରେନ୍ସ ନମ୍ବରକୁ ସେଭ୍ କରି ରଖନ୍ତୁ କିମ୍ବା ଏହାର ଏକ ପ୍ରିଣ୍ଟଆଉଟ୍ କାଢ଼ି ରଖନ୍ତୁ।

ଯଦି ଆବଶ୍ୟକ ହୁଏ, ତେବେ ରେଫରେନ୍ସ ନମ୍ବର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସମ୍ବଳିତ ପ୍ରିଣ୍ଟଆଉଟ୍ ନଗର ନିଗମ କାର୍ଯ୍ୟାଳୟରେ ଦାଖଲ କରନ୍ତୁ।

୭. କିଛି ଦିନ ପରେ, ଆପଣ ପୋର୍ଟାଲ୍ ରୁ ସିଧାସଳଖ ଡିଜିଟାଲ୍ ସ୍ୱାକ୍ଷରିତ ମୃତ୍ୟୁ ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ।

ଧ୍ୟାନ ଦେବା ଭଳି କିଛି କଥା:

୧. ଯଦି ଆପଣ ନଗର ନିଗମର ୱେବସାଇଟ୍ ମାଧ୍ୟମରେ ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣପତ୍ର ତିଆରି କରୁଛନ୍ତି, ତେବେ ଆପଣଙ୍କ ନଗରନିଗମର ଓ୍ବେବସାଇଟ୍ ଅନୁସାରେ ପଦକ୍ଷେପଗୁଡ଼ିକ ସାମାନ୍ୟ ଭିନ୍ନ ହୋଇପାରେ, କିନ୍ତୁ ଅନଲାଇନ୍ ଆବେଦନ କରିବାର ମୌଳିକ ପ୍ରକ୍ରିୟା ସମାନ ରହିଥାଏ।

୨. ଜନ୍ମ କିମ୍ବା ମୃତ୍ୟୁ ପଞ୍ଜୀକରଣ ୨୧ ଦିନ ମଧ୍ୟରେ କରିବା ପାଇଁ ଚେଷ୍ଟା କରନ୍ତୁ। ବିଳମ୍ବ କଲେ ଏହା ପ୍ରକ୍ରିୟାକୁ ଜଟିଳ କରେ, ଏବଂ ଯଦି ବିଳମ୍ବ ଦୁଇ ବର୍ଷରୁ ଅଧିକ ହୁଏ, ତେବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅନୁମତି ବାଧ୍ୟତାମୂଳକ ହୋଇଯିବ।

୩. ଆବେଦନ କରିବା ସମୟରେ, ହସ୍ପିଟାଲ ଡିସଚାର୍ଜ ସ୍ଲିପ୍ / ଡେଥ୍ ସମରି ଏବଂ ପିତାମାତା / ଆବେଦନକାରୀଙ୍କ ସରକାରୀ ପରିଚୟ ପତ୍ରରେ ନାମ, ତାରିଖ ଏବଂ ସ୍ଥାନ ସମ୍ପର୍କରେ ସଠିକ୍ ବିବରଣୀ ଲେଖନ୍ତୁ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଜିମ୍ରୁ ଶ୍ମଶାନ ପର୍ଯ୍ୟନ୍ତ: କାହିଁକି କମ୍ ବୟସରେ ଚାଲିଯାଉଛନ୍ତି ବଡିବିଲ୍ଡର?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।