05 AUGUST 2026

Welcome!

Unlock your personalized experience.
Sign Up

ପିଲାକୁ ଡରାଇବାକୁ ମା’ କଲେ ଫେକ୍ ଅଲ୍ଟ୍ରାସାଉଣ୍ଡ, ଆସିଲା ଏଭଳି ରିଆକ୍ସନ …

Aug 05, 2026 - 20:21
ପିଲାକୁ ଡରାଇବାକୁ ମା’ କଲେ ଫେକ୍ ଅଲ୍ଟ୍ରାସାଉଣ୍ଡ, ଆସିଲା ଏଭଳି ରିଆକ୍ସନ …

ନୂଆଦିଲ୍ଲୀ,୫/୮ : ଆଜିକାଲିର ପିଲାଙ୍କୁ ପାଳିବାକୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ତାଙ୍କୁ ବଜାରର ଖାଇବାରୁ ନିବୃତ ରଖିବା । ପିଲାବେଳେ ପିଲାଙ୍କ ଅଭ୍ୟାସ ମା’ବାପା ହିଁ ଖରାପ କରିଥାନ୍ତି ଏବଂ ଯେତେବେଳେ ପିଲା ଖାଇବା ଖାଇନଥାଏ ତ ତାକୁ ଖୋଇବାକୁ ଭିନ୍ନ ଭିନ୍ନ ବ୍ୟବସ୍ଥା କରିବାକୁ ପଡ଼ିଥାଏ । କିନ୍ତୁ ଏଥର ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ସେଥିରେ ମା’ର ବ୍ୟବସ୍ଥା ଦେଖି ଆପଣ ଛିଡ଼ା ହୋଇ ତାଳି ବଜାଇବାକୁ ଲାଗିବେ ଏବଂ କହିବେ କି ଏହା ପୂର୍ବରୁ କାହିଁକି ଜଣାନଥିଲା ।

ପ୍ରକାଶ ଯେ, ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ପିଲା ଶୋଇଛି ଏବଂ ତା’ର ଅଲ୍ଟ୍ରାସାଉଣ୍ଡ କରାଯାଉଛି । ସାମ୍ନାରେ ଲାଗିଥିବା ସ୍କ୍ରିନରେ ପେଟ ଭିତରର ଦୃଶ୍ୟ ଦେଖାଯାଉଛି ଏବଂ ସେଥିରେ ଏକ ପୋକ ଦେଖାଦେଉଛି । ପ୍ରଥମ ନଜରରେ ଦେଖିବା କ୍ଷଣି ଏହା ସବୁ ସତ ଜଣାପଡ଼ୁଛି କିନ୍ତୁ ଯେଭଳି ନଜର ସ୍କ୍ରିନରୁ ହଟୁଛି ତ ଜଣାପଡ଼ୁଛି କି ଏହା ତ ପିଲାଟି ସହ ପ୍ରାଙ୍କ ହେଉଛି । ଆଜ୍ଞା ହଁ, ପିଲା ବାହାର ଖାଦ୍ୟ ବହୁତ ଖାଉଛି ଏଥିଲାଗି ମନରେ ଭୟ ସୃଷ୍ଟି କରିବା ଲାଗି ମା’ ଏହି ଚାଲ୍ ଚଳାଇଛନ୍ତି ।

ଭିଡ଼ିଓରେ ଦେଖାଯାଉଛି କି ଏକ ଲାପଟପର ଏହି କାମ ଲାଗି ବ୍ୟବହାର କରାଯାଉଛି । ଯାହାର ସ୍କ୍ରିନରେ ଅଲଟ୍ରାସାଉଣ୍ଡର ଏକ ଫେକ ଭିଡ଼ିଓ ଚଲାଯାଉଛି । ସ୍କାନ କରିବା ଲାଗି ମା’ ମାଉସର ବ୍ୟବହାର କରିଛନ୍ତି ଯାହା ପିଲାର ପେଟ ଉପରେ ଲଗାତର ବୁଲାଯାଉଛି । ପିଲାର ଗମ୍ଭୀର ଚେହେରା ଦେଖିବା ଭଳି ହେଉଛି ଏବଂ ତାକୁ ବୁଝାପଡ଼ୁଛି କି ବାହାରର ଖାଦ୍ୟ ଦେହ ପାଇଁ କେତେ ବିପଦ ହୋଇପାରେ । ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକ ଭିନ୍ନ ଭିନ୍ନ ରିଆକ୍ସନ ଦେଉଛନ୍ତି ।

ଭିଡ଼ିଓକୁ diviwonderland ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଯାହାକୁ ଏବେ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି । ସେହିଭଳି କେତେକ ଲୋକ ଭିଡ଼ିଓକୁ ଲାଇକ ବି କରିଛନ୍ତି । ଏଭଳି ସ୍ଥଳେ ସୋସିଆଲ ମିଡ଼ିଆ ୟୁଜର୍ସ ଭିଡ଼ିଓକୁ ନେଇ ଭିନ୍ନ ଭିନ୍ନ ରିଆକ୍ସନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି ଏହା ତ ଲାଟେଷ୍ଟ ନ୍ୟୁଜ୍ ଅଟେ, ଏବେ ଠାରୁ ଏହା କରିବାକୁ ପଡ଼ିବ ।

ଆହୁରି ପଢନ୍ତୁ : ସ୍ତ୍ରୀର ପ୍ରେମିକ ସହ ସ୍ବାମୀ କରାଇଲେ ବିବାହ, ଲୋକେ କହିଲେ…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।