05 AUGUST 2026

Welcome!

Unlock your personalized experience.
Sign Up

ସ୍ତ୍ରୀର ପ୍ରେମିକ ସହ ସ୍ବାମୀ କରାଇଲେ ବିବାହ, ଲୋକେ କହିଲେ…

Aug 05, 2026 - 18:35
ସ୍ତ୍ରୀର ପ୍ରେମିକ ସହ ସ୍ବାମୀ କରାଇଲେ ବିବାହ, ଲୋକେ କହିଲେ…

ଉତ୍ତରପ୍ରଦେଶ,୫/୮ : ପ୍ରେମ ଦୁଇଟି ହୃଦୟର ମିଳନ ନୁହେଁ, ଏହା ବିଶ୍ୱାସ, ସମ୍ମାନ ଓ ତ୍ୟାଗର ଏକ ସୁନ୍ଦର ଅନୁଭୂତି । ପ୍ରେମରେ ଶବ୍ଦଠାରୁ ଅଧିକ ମୂଲ୍ୟବାନ ହୁଏ ଅନୁଭବ । ପ୍ରତିଶ୍ରୁତିଠାରୁ ଅଧିକ ଶକ୍ତିଶାଳୀ ହୁଏ ସାଥି ହୋଇ ରହିବାର ଇଛା । ଜଣଙ୍କୁ ୨୧ବର୍ଷ ତଳୁ ମନ ଦେଇ ବାହା ହୋଇଥିଲେ, ପୁଣି ଏବେ ମନ ଦେଇଛନ୍ତି କିନ୍ତୁ ଆଉ ଜଣଙ୍କୁ । ପୂର୍ବରୁ ବି ପ୍ରେମ ବିବାହ, ଏବେ ବି ପ୍ରେମ ବିବାହ । ବାସ୍ ଏବେ ଖାଲି ଏହି ବିବାହର ସାକ୍ଷୀ ପାଲଟିଛନ୍ତି ସ୍ବାମୀ । ଜୀବନସାଥୀଙ୍କୁ ପ୍ରେମିକ ସହ ବିବାହ ବନ୍ଧନରେ ଛନ୍ଦିଛନ୍ତି ନିଜେ ସ୍ବାମୀ । ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ସନ୍ତ କବୀର ନଗର ଜିଲ୍ଲାରୁ । ଯାହା ଏବେ ସମ୍ପୂର୍ଣ୍ଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

୨୧ବର୍ଷର ବୈବାହିକ ଜୀବନର ଅନ୍ତ ହୋଇଛି । ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ଏବଂ ଲମ୍ବା ସମୟ ଧରି ଚାଲି ରହିଥିବା ପାରିବାରିକ ବିବାଦ ପରେ ସ୍ବାମୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ଗାଁ ସାରା ଚର୍ଚ୍ଚା ଲାଗି ରହିଛି । ସ୍ବାମୀ ନିଜେ ନିଜ ସ୍ତ୍ରୀଙ୍କ ବିବାହ ତା’ଙ୍କ ପ୍ରେମିକ ସହ ମନ୍ଦିରରେ କରାଇଛନ୍ତି ଏବଂ ଉଭୟଙ୍କୁ ନୂଆ ଜୀବନର ଶୁଭକାମନା ଦେଇ ବିଦା କରିଛନ୍ତି । ଏବେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ସହ ସବୁଠାରୁ ବଡ଼ ପ୍ରଶ୍ନ ଠିଆ ହୋଇଛି ୫ପିଲାଙ୍କ ଭବିଷ୍ୟତ ଏବଂ ତାଙ୍କ ଦେଖାରଖାକୁ ନେଇ । ଏହି ମାମଲା ସନ୍ତକବୀରନଗର ଜିଲ୍ଲାର ଘନଘଟା ଥାନା ଅନ୍ତର୍ଗତ ଡେବରୀ ଗାଁର ଅଟେ ।

ଗାଁର ବୁଦ୍ଧିରାମ ନିଷାଦଙ୍କ ବିବାହ ପ୍ରାୟ ୨୧ବର୍ଷ ପୂର୍ବରୁ ଫୁଲମତୀଙ୍କ ସହ ପ୍ରେମ ବିବାହ ହୋଇଥିଲା । ଉଭୟେ ନିଜ ପସନ୍ଦରେ ବିବାହ କରିଥିଲେ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସାଥି ହୋଇଥିଲେ । ଏହି ସମୟରେ ତାଙ୍କର ୫ଟି ପିଲା ବି ହୋଇଥିଲା । ପରିବାର ସାମାନ୍ୟ ଭାବେ ଚାଲୁଥିଲା । କିନ୍ତୁ ଗତ କିଛି ସମୟରୁ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ବିବାଦ ଦେଖାଦେଇଥିଲା । କୁହାଯାଉଛି କି ଫୁଲମତୀଙ୍କ ଗାଁରେ ରହୁଥିବା ଅବଧେଶ ନାମକ ବ୍ୟକ୍ତିଙ୍କ ସହ ପ୍ରେମ ହୋଇଥିଲା । ଏହାକୁ ନେଇ ପରିବାରରେ ବାରମ୍ବାର ବିବାଦ ହୋଇଥିଲା । ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା ଯେତେବେଳେ ଦୁଇ ମାସ ପୂର୍ବରୁ ଫୁଲମତୀ ଘର ଛାଡ଼ି ଅବେଧେଶଙ୍କ ସହ ଚାଲିଯାଇଥିଲେ । ଏହି ଘଟଣା ପରେ ପରିବାର ଏବଂ ଗାଁରେ ବହୁ ଚର୍ଚ୍ଚା ଲାଗି ରହିଥିଲା । କିଛି ସମୟ ପରେ ସମ୍ପର୍କୀୟ ଏବଂ ଗାଁ ଲୋକେ ବୁଝାଇବାକୁ ପ୍ରୟାସ କରିଥିଲେ । ଏହାପରେ ଫୁଲମତୀ ଫେରିଆସିଥିଲେ । ମାତ୍ର ଫେରିବା ପରେ ବି ପରିବାର ଭିତରେ ଚାଲୁଥିବା ବିବାଦ ଶେଷ ହୋଇନଥିଲା । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପୂର୍ବ ଭଳି ସ୍ଥିତି ହୋଇପାରିନଥିଲା ଏବଂ ଉଭୟଙ୍କ ସମ୍ପର୍କରେ ଦୂରତା ଲାଗିରହିଥିଲା । ଲଗାତର ବିବାଦ ଏବଂ ବିତର୍କ ମଧ୍ୟରେ ବୁଦ୍ଧିରାମ ଏକ ଭିନ୍ନ ରାସ୍ତା ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ । ସେ ଆପୋଷ ସମାଧାନରେ ବିବାଦ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହାପରେ ଗାଁ ଲୋକ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଅଶରଫପୁରସ୍ଥିତ ଶିବ ମନ୍ଦିରେ ଫୁଲମତୀ ଏବଂ ଅବଧେଶଙ୍କ ବିବାହ କରାଯାଇଥିଲା । ମନ୍ଦିରରେ ଉଭୟଙ୍କ ବିବାହ କରାଯାଇଥିଲା । ବିବାହ ପରେ ବୁଦ୍ଧିରାମ ଉଭୟଙ୍କୁ ଶୁଭକାମନା ଦେଇଥିଲେ ଏବଂ ତାଙ୍କୁ ବିଦା କରିଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗାଁ ଲୋକେ ଏହି ନିଷ୍ପତ୍ତିକୁ ଭିନ୍ନ ଭିନ୍ନ ନଜରରେ ଦେଖୁଛନ୍ତି । ବୁଦ୍ଧିରାମ କହିଛନ୍ତି କି ପ୍ରାୟ ୨୧ବର୍ଷ ପୂର୍ବରୁ ସେ ବି ଫୁଲମତୀଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଏବେ ସ୍ତ୍ରୀଙ୍କ ମନ ତାଙ୍କ ସହ ନ ଥିଲା । ଯେତେବେଳେ ସ୍ତ୍ରୀ ଆଉ କାହା ସହ ଜୀବନ ବିତାଇବାକୁ ଚାହୁଁଥିଲେ, ମୁଁ ତାଙ୍କ ଖୁସିକୁ ସ୍ବୀକାର କରିବା ଭଲ ଭାବିଲି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।