07 JULY 2026

Welcome!

Unlock your personalized experience.
Sign Up

ମୋହନଲାଲଙ୍କ ନିକଟରେ ରହିଛି ୧୦ହାତୀ ଦାନ୍ତ ଏବଂ ୪୬କେଜିର ୧୩ମୂର୍ତ୍ତି, ବନ ବିଭାଗକୁ କହିଲେ- ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

Jul 07, 2026 - 20:43
ମୋହନଲାଲଙ୍କ ନିକଟରେ ରହିଛି ୧୦ହାତୀ ଦାନ୍ତ ଏବଂ ୪୬କେଜିର ୧୩ମୂର୍ତ୍ତି, ବନ ବିଭାଗକୁ କହିଲେ- ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

ନୂଆଦିଲ୍ଲୀ,୭/୭ : ମଲାୟାଲମ ସୁପରଷ୍ଟାର । ତାଙ୍କ ନାଁ ଯଥେଷ୍ଟ । ନିଆରା ଅଭିନୟ ପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଏବେ କିନ୍ତୁ ଅଭିନୟ ପାଇଁ ନୁହେଁ ବରଂ ହାତୀଦାନ୍ତ ରଖିବା ନେଇ ଚର୍ଚ୍ଚାରେ ଅଛି । କେରଳ ବିନ ବିଭାଗକୁ କହିଛନ୍ତି କି ତାଙ୍କ ପାଖରେ ୧୦ହାତୀର ଦାନ୍ତ ଏବଂ ହାତୀ ଦାନ୍ତରେ ନିର୍ମିତ ୧୩ମୂର୍ତ୍ତି ରହିଛି । ଏହି ଘୋଷଣା ଏହି ସମୟରେ କରାଯାଇଛି ଯେତେବେଳେ ଅଭିନେତାଙ୍କ ଉପରେ ଅବୈଦ୍ଧ ଭାବେ ହାତୀ ଦାନ୍ତ ରଖିବାର ଏକ ପୁରୁଣା ମାମଲା ଚାଲୁ ରହିଛି । ବନ ଅଧିକାରୀଙ୍କ ଅନୁସାରେ ମୋହନଲାଲ ପୂର୍ବରୁ ୪ହାତୀ ଦାନ୍ତ ଥିବାର ସୂଚନା ଦେଇଥିଲେ । ଏବେ ଏମନେସ୍ଟି(କ୍ଷମା) ସ୍କିମ ଅନୁସାରେ ସେ ୬ଆହୁରି ହାତୀ ଦାନ୍ତ ସହ ହାତୀ ଦାନ୍ତରେ ନିର୍ମିତ ୧୩ମୂର୍ତ୍ତିର ସୂଚନା ଦେଇଛନ୍ତି । ଏହି ମୂର୍ତ୍ତିରେ ଭଗବାନ କୃଷ୍ଣ, ଭଗବାନ ରାମ ଏବଂ ତିଋପତି ବାଲାଜୀଙ୍କ ମୂର୍ତ୍ତି ସାମିଲ ରହିଛି । କୁହାଯାଉଛି କି ଏହି ସମସ୍ତ ମୂର୍ତ୍ତିର ପ୍ରାୟ ଓଜନ ୪୬କିଲୋଗ୍ରାମ ପାଖାପାଖି ଅଟେ । ମୋହନଲାଲ କହିଛନ୍ତି କି ଅଧିକ ହାତୀ-ଦାନ୍ତ ତାଙ୍କୁ ଉତ୍ତରାଧିକାରୀ ସୂତ୍ରରୁ ମିଳିଥିଲା କିମ୍ବା ପୁରସ୍କାର ସୂରୁପ ମିଳିଥିଲା । ଆଶା ରହିଛି କି ବନ ବିଭାଗ ଘୋଷିତ ଜିନିଷ ସତ୍ୟତା ଖୋଜିବା ଲାଗି DNA କିମ୍ବା ଅନ୍ୟ ଯାଞ୍ଚ କରିବ ।

ହାତୀ ଦାନ୍ତର ଏହି ମାମଲା ୨୦୧୧ର ଅଟେ ଯେତେବେଳେ ମୋହନଲାଲଙ୍କ ଘର ଉପରେ ଇନକମ୍ ଟ୍ୟାକ୍ସର ରେଡ ସମୟରେ କଥିତ ଭାବେ ହାତୀ- ଦାନ୍ତ ଏବଂ ହାତୀ ଦାନ୍ତରେ ନିର୍ମିତ ଜିନିଷ ଜବତ ହୋଇଥିଲା । ଏହାପରେ କେରଳ ବନ ବିଭାଗ ଅଭିନେତାଙ୍କ ବିପକ୍ଷରେ ଓ୍ବାଲ୍ଡଲାଇଫ୍ ଆକ୍ଟ ମାଧ୍ୟମରେ ବିନା ମଞ୍ଜୁରୀରେ ଓ୍ବାଲ୍ଡଲାଇଫ ସହ ଯୋଡ଼ିଥିବା ଜିନିଷ ରଖିବା ଅଭିଯୋଗରେ ମାମଲା ରୁଜୁ କରିଥିଲା ।

ମାତ୍ର ପରେ କେରଳ ସରକାର ମାମଲା ଫେରସ୍ତ ନେବାକୁ ପ୍ରୟାସ କରିଥିଲେ । କିନ୍ତୁ ଟ୍ରାୟଲ କୋର୍ଟ ସେହି ଆବେଦନକୁ ଖାରଜ କରି ଦେଇଥିଲେ । କେରଳ ହାଇକୋର୍ଟ ସେହି ନିଷ୍ପତ୍ତିକୁ ସମର୍ଥନ କଲେ ଏବଂ ଏକ ପୃଥକ ରାୟରେ ସେହି ମାଲିକାନା ପ୍ରମାଣପତ୍ର ଗୁଡ଼ିକୁ ବାତିଲ କଲେ । ଯେଉଁ କାରଣରୁ ମୋହନଲାଲ ହାତୀଦାନ୍ତର ଜିନିଷ ନିଜ ପାଖରେ ରଖିପାରିଥିଲେ । ଏହି କାରଣରୁ ଏବେ ମାଫି- ଆଧାରରେ ଘୋଷଣା ପ୍ରକ୍ରିୟାର ରାସ୍ତା ସ୍ପଷ୍ଟ ହୋଇଯାଇଛି ।

‘ଓ୍ବାନ-ଟାଇମ ଏମନେଷ୍ଟି ସ୍କିମ୍’ଲୋକଙ୍କୁ ନିଜ ଇଛାରେ ବିନା ରେଜିଷ୍ଟରରେ ବନ୍ୟ ଜୀବ ସହ ଯୋଡ଼ି ହୋଇଥିବା ଜିନିଷର ଘୋଷଣା କରିବାର ସୁବିଧା ଦେଇଥାଏ । ଯାହାଦ୍ବାରା ଆଇନଗତ ଅନୁସାରେ ଏଭଳି ଘୋଷଣାକୁ ଯାଞ୍ଚ କରାଯାଇପାରିବ ଏବଂ ତାକୁ ରେଗୁଲାର କରିପାରିବେ । ମୋହନଲାଲଙ୍କ ନିକଟ ଘୋଷଣା ଏହି ପ୍ରକ୍ରିୟାର ଭାଗିଦାରୀ ଅଟେ ଏବଂ ଏହାଦ୍ବାରା ଚାଲୁଥିବା ଆଇନଗତ କାର୍ଯ୍ୟ ଆପେ ଆପେ ଶେଷ ହୋଇନଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।