Chinese Army: ଅରୁଣାଚଳ ପ୍ରଦେଶରେ ଚୀନ ସୈନିକର ସତ୍ୟତା କଣ ,ଜାଣନ୍ତୁ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଭିତରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଚୀନ ସେନା ପଶି ସାରିଛି। ଏହି କଥା ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଦାବି କରାଯାଉଛି। କିନ୍ତୁ ଭାରତରେRAWପାଇଁ ପୂର୍ବରୁ କାମ କରି ସାରି ଥିବା ଜଣେ ଗୁପ୍ତଚରଙ୍କ କହିବାନୁସାରେ, ଯେଉଁ ବର୍ଦ୍ଦି ପିନ୍ଧା ଲୋକଙ୍କୁ ଚାଇନିଜ୍ ସୈନିକ କୁହାଯାଉଛି , ସେମାନେ ବାସ୍ତବରେ ନର୍ଥ-ଇଷ୍ଟର ବିଦ୍ରୋହ ସଙ୍ଗଠନର ଲୋକ। ପୂର୍ବତନ RAW ଏଜେଣ୍ଟ ଲକି ବିଷ୍ଟ ଏକ୍ସରେ ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରସାରିତ ହେଉଛି , ଯେଉଁଥିରେ ଦାବି କରାଯାଉଛି ଯେ ଚୀନ୍ ସେନା ଆମ ଅଞ୍ଚଳରେ ପ୍ରବେଶ କରିଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା।
ସେ ଆହୁରି କହିଛନ୍ତି ଯେ " ଲୋକେ ଭିଡିଓରେ ଯାହାଙ୍କୁ ଚୀନ୍ ସୈନିକ ବୋଲି ଭାବୁଛନ୍ତି , ସେମାନେ ପ୍ରକୃତରେ ଉତ୍ତର-ପୂର୍ବରେ କାର୍ଯ୍ୟ କରୁଥିବା ଏକ ବିଦ୍ରୋହୀ ଗୋଷ୍ଠୀର ସଦସ୍ୟ।" ତାଙ୍କ କହିବାନୁସାରେ , ଯାହାକୁ ଚୀନ ସେନାର ଅନୁପ୍ରବେଶ" କୁହାଯାଉଛି, ବାସ୍ତବରେ ସେଥିରେ ସମ୍ପୃକ୍ତ ବ୍ୟକ୍ତି ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ୍ (UNLF)ର ସଦସ୍ୟ। ଗୁଇନ୍ଦା ବିଶେଷଜ୍ଞ ଏହା ମଧ୍ୟ ଦାବି କରିଛନ୍ତି ଯେ, 'ଯେଉଁ ଭିଡିଓଟି ଅରୁଣାଚଳ ପ୍ରଦେଶର ବୋଲି କୁହାଯାଉଛି, ତାହା ପ୍ରକୃତରେ ମଣିପୁରର ଫୟାଙ୍ଗ ଅଞ୍ଚଳର ଏବଂ ତାହା ମଧ୍ୟ ପାଞ୍ଚ ଦିନ ପୁରୁଣା।
ଅରୁଣାଚଳ ପ୍ରଦେଶରେ ଅନୁପ୍ରବେଶର ଦାବିକୁ ସେନାର ପ୍ରତ୍ୟାଖ୍ୟାନ -
ଏହା ପୂର୍ବରୁ, ଅରୁଣାଚଳ ପ୍ରଦେଶର ନାହ ଆଦିବାସୀ ସଂଗଠନ ଦାବି କରିଥିଲା ଯେ ଚୀନ୍ ସେନା (ପିଏଲଏ) ଏବେ ସେମାନଙ୍କର ପୈତୃକ ଜମି ଏବଂ ଗୋଚରଭୂମି ଦଖଲ କରୁଛି, ଯେଉଁଠାରେ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋରୁଗାଈ ନେଉଥିଲେ ଏବଂ ଜଙ୍ଗଲଜାତ ଦ୍ରବ୍ୟ ଆଣୁ ଥିଲେ। କିନ୍ତୁ, ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ କୌଣସି ଚୀନ୍ ସେନା ଅନୁପ୍ରବେଶକୁ ଅସ୍ୱୀକାର କରିଛି।
ଭାରତୀୟ ସେନା କହିଛି ଯେ, ସେ କିଛି ଗଣମାଧ୍ୟମ ରିପୋର୍ଟରୁ ଦେଖିଛି ଯେ ଚୀନ୍ ପିଏଲଏ ଅରୁଣାଚଳ ପ୍ରଦେଶରେ ଶିବିର ସ୍ଥାପନ କରିଛି ଏବଂ ଅନୁପ୍ରବେଶ କରିଛି। କିନ୍ତୁ , ଏହି ରିପୋର୍ଟ ଗୁଡ଼ିକ ମିଥ୍ୟା ଏବଂ ଭିତ୍ତିହୀନ।
ଆହୁରି ମଧ୍ୟ ପଢନ୍ତୁ - Ketan Agrawal case: ହତ୍ୟା କରିବା ପରେ ବି ସିଆର ମନରେ ନଥିଲା ସଙ୍କୋଚ, କେତନଙ୍କ ବାପାଙ୍କୁ ବୁଝାଇ କହୁ ଥିଲା ମନକୁ ଦୃଢ କର ….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।