ବ୍ୟକ୍ତିଗତ କାରଣ ପାଇଁ ସ୍କୁଲ୍‌ଗୁଡ଼ିକରେ ଡ୍ରପ୍ ଆଉଟ୍‌ ହେଉଛି: ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

Nov 27, 2026 - 13:58
ବ୍ୟକ୍ତିଗତ କାରଣ ପାଇଁ ସ୍କୁଲ୍‌ଗୁଡ଼ିକରେ ଡ୍ରପ୍ ଆଉଟ୍‌ ହେଉଛି: ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଡ୍ରପଆଉଟ୍ ବା ବିଦ୍ୟାଳୟ ପରିତ୍ୟାଗ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ରାଜ୍ୟ ବିଧାନସଭାରେ ଚିନ୍ତା ପ୍ରକଟ କରାଯାଇଛି। ବିଧାନସଭାର ପ୍ରଶ୍ନକାଳ ସମୟରେ ବିଜେପି ବିଧାୟକ ଇରାସିସ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ବିଭିନ୍ନ ବ୍ୟକ୍ତିଗତ କାରଣ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଡ୍ରପଆଉଟ୍ ସମସ୍ୟା ଦେଖାଦେଉଛି।

ବିଧାୟକ ଶ୍ରୀ ଆଚାର୍ଯ୍ୟ CAG ରିପୋର୍ଟର ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ୍ ହାର ୯.୫% ରୁ ବୃଦ୍ଧି ପାଇ ୧୭.୭% ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପ୍ରାୟ ୨୩.୬୧ ଲକ୍ଷ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨.୭୪ ଲକ୍ଷ ଛାତ୍ରଛାତ୍ରୀ ମାଧ୍ୟମିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ମାଧ୍ୟମିକରୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଛାତ୍ରଛାତ୍ରୀଙ୍କ ଯିବା ହାର ମାତ୍ର ୭୦.୩% ରହିଥିବା ସେ ସୂଚନା ଦେଇଛନ୍ତି।

ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପରେ ଧନ୍ଦାମୂଳକ ଶିକ୍ଷା, ନର୍ସିଂ, ITI ଏବଂ ପଲିଟେକନିକ ଭଳି ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ଏହି ପାଠ୍ୟକ୍ରମଗୁଡ଼ିକର ତଥ୍ୟ UDISE+ ପୋର୍ଟାଲରେ ସଂଗୃହିତ ହେଉ ନଥିବାରୁ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ର ସଂଖ୍ୟା କମ୍ ଥିବା ପରି ମନେହୁଏ। ଏହାବ୍ୟତୀତ ବିଭିନ୍ନ ବ୍ୟକ୍ତିଗତ କାରଣରୁ ମଧ୍ୟ ପିଲାମାନେ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)