From Shootout to Hide-And-Seek: ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର; ପାଣି ଟାଙ୍କି ପଛରୁ ଫାୟାରିଂ, ପୋଲିସର ପାଲଟା ଆକ୍ସନ୍!
ଦୁଇ ଦିନ ଧରି ପୋଲିସକୁ ଚକମା ଦେଉଥିଲା।
ବାରମ୍ବାର ବଦଳାଉଥିଲା ଠିକଣା।
ହେଲେ ଶେଷରେ ପୋଲିସ ଜାଲରେ ଫସିଗଲା ଅପରାଧୀ।
ଧରାପଡ଼ିବା ପୂର୍ବରୁ ପୁଣି ଚଳାଇଲା ଗୁଳି।
ତା'ପରେ ପୋଲିସର ପାଲଟା ଆକ୍ସନ୍।
ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର କରିଛି ପୋଲିସ।
ପଶ୍ଚିମବଙ୍ଗର ଆସାନସୋଲରେ ଘଟିଛି ଏହି ଘଟଣା।
Advertisment ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଘଟିଥିଲା ଗୁଳି ବିନିମୟ।
ପୋଲିସକୁ ଦେଖି ଗୁଳି ଚଳାଇଥିଲା ଅଭିଯୁକ୍ତ।
ଜବାବରେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତର ଗୋଡ଼ରେ ବାଜିଛି ଗୁଳି।
ଆହତ ଅବସ୍ଥାରେ ତାକୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ।
ଶୁକ୍ରବାର ଭୋର୍ରୁ ଆସାନସୋଲର ଇସମାଇଲ ରୋଡ୍ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟିଛି।
ଗିରଫ ଅଭିଯୁକ୍ତ ହେଉଛି ପ୍ରତାପ ଦାସ ଓରଫ୍ 'ପ୍ୟାନ୍'।
ତାକୁ ଧରିବା ପାଇଁ ଆସାନସୋଲ-ଦୁର୍ଗାପୁର ପୋଲିସ ପକ୍ଷରୁ ବଡ଼ଧରଣର ଅପରେସନ୍ ଆରମ୍ଭ ହୋଇଥିଲା।
ବୁଧବାର ହିରାପୁର ଅଞ୍ଚଳରେ ପୋଲିସ ଚଢ଼ାଉ ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇ ଖସି ପଳାଇଥିଲା।
Advertisment ପୋଲିସ ସୂତ୍ର ଅନୁଯାୟୀ, ପ୍ରତାପ ନିଜ ପତ୍ନୀଙ୍କୁ ଭେଟିବା ପାଇଁ ଘରକୁ ଫେରିଥିବା ଖବର ପାଇ ବୁଧବାର ପୋଲିସ ହିରାପୁର ଅଞ୍ଚଳରେ ଚଢ଼ାଉ କରିଥିଲା।
ହେଲେ ଚଢ଼ାଉ ସମୟରେ ସେ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା।
ଏହାପରେ ତାକୁ ଧରିବା ପାଇଁ ପୋଲିସ ଜୋରଦାର ତଲାସୀ ଅଭିଯାନ ଆରମ୍ଭ କରିଥିଲା।
ତାର ମା', ପତ୍ନୀ ଏବଂ ସହଯୋଗୀଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରି ତାର ଅବସ୍ଥିତି ଜାଣିବାକୁ ଉଦ୍ୟମ କରିଥିଲା।
ଏପରିକି ସେ ଝାଡ଼ଖଣ୍ଡକୁ ଖସି ପଳାଇବା ଆଶଙ୍କାରେ ଜାତୀୟ ରାଜପଥ ୧୯ରୁ ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ଗାଡ଼ି ଯାଞ୍ଚ କରାଯାଇଥିଲା।
ଗୁରୁବାର ପୋଲିସକୁ ସୂଚନା ମିଳିଥିଲା ଯେ ପ୍ରତାପ ଆସାନସୋଲର ଜନଗହଳିପୂର୍ଣ୍ଣ ଇସମାଇଲ ରୋଡ୍ ଅଞ୍ଚଳରେ ଲୁଚି ରହିଛି।
ଆବାସିକ ଅଞ୍ଚଳରେ କୌଣସି ଅଘଟଣ ଏଡ଼ାଇବା ପାଇଁ ଶୁକ୍ରବାର ଭୋର୍ରୁ ବଡ଼ଧରଣର କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା।
ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ଘର ଘର ଖୋଜାଖୋଜି କରିଥିଲେ।
ଏପରିକି ଘରର ପାଚେରି ଡେଇଁ ମଧ୍ୟ ଅଭିଯୁକ୍ତକୁ ଖୋଜିଥିଲେ।
କିନ୍ତୁ ପ୍ରତାପ ରିଭଲଭର ଧରି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ ଦେଖିଥିଲା।
ଏହାପରେ ସେ ଏକ ଘରର ପାଣି ଟାଙ୍କି ପଛରେ ଆଶ୍ରୟ ନେଇ ପୋଲିସ ଉପରକୁ ଗୁଳି ଚଳାଇଥିଲା।
ଏହା ପରେ ପୋଲିସ ଉକ୍ତ ଘରକୁ ଘେରଉ କରି ପାଣି ଟାଙ୍କି ପଛରୁ ଫାୟାରିଂ କରିଥିଲା।
ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା।
ଏଥିରେ ପ୍ରତାପର ଗୋଡ଼ରେ ଗୁଳି ବାଜିଥିଲା।
ପରେ ତାକୁ କାବୁ କରି ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଛି।
ପ୍ରତାପ ଦାସ ନାମରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଏଥିରେ ବ୍ୟାଙ୍କ ଡକାୟତି, ବେଆଇନ ଅସ୍ତ୍ର କାରବାର, ନିଶାଦ୍ରବ୍ୟ ବିକ୍ରି ଏବଂ ସାଇବର ଠକେଇ ଭଳି ଅଭିଯୋଗ ରହିଛି।
ନିକଟରେ ସେ ଜାମିନରେ ଜେଲରୁ ମୁକୁଳିଥିଲା।
ଫେରାର ହେବା ପରେ ସେ ଲୁଚିବା ସ୍ଥାନ, ସିମ୍ କାର୍ଡ ଏବଂ ମୋଟରସାଇକେଲ୍ ବାରମ୍ବାର ବଦଳାଉଥିବା ମଧ୍ୟ ପୋଲିସ ଅଭିଯୋଗ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
