ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ମାମଲା: ଆଶ୍ରମରୁ ଆସିଲା ବଡ ବୟାନ !

Oct 04, 2026 - 17:20
ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ମାମଲା: ଆଶ୍ରମରୁ ଆସିଲା ବଡ ବୟାନ !

ନନ୍ଦିଘୋଷ ବ୍ୟୁରୋ: ବିବାଦ ଘେରରେ ସନ୍ଥ ପ୍ରେମାନନ୍ଦ ଜି ମହାରାଜଙ୍କ ଆଶ୍ରମ । ଶିଷ୍ୟଙ୍କ ମୃତ୍ୟୁ ମାମଲାରେ ବଢିବାରେ ଲାଗିଛି ଅଡୁଆ । ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଓରଫ ଦୀପକ ଲୋଧିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସବୁଠି ଶିରୋନାମାରେ ରହିଛି । ରସିକ ଦୁଲାରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆଉ ତଦନ୍ତରୁ ଏକ ସାଂଘାତିକ କଥା ଜଣାପଡିଛି ଯେ, ମୃତ ଶିଷ୍ୟଙ୍କ ଗୁପ୍ତାଙ୍ଗ କଟାଯାଇଥିଲା । ଏହି କଥାକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଆଉ ପରେ ତାଙ୍କ ମୃତ୍ୟୁ ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଛାତରୁ ଡେଇଁ ପଡିଥିବାର ସ୍ପଷ୍ଟ ଭାବେ ଦେଖାଯାଇଥିଲା । ଏହି ଘଟଣାକୁ ଏବେ ୯ ଦିନ ବିତିଗଲାଣି, ହେଲେ ରସିକ ଦୁଲାରୀ ଏପରି ନିଷ୍ପତ୍ତି କାହିଁକି ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହାରି ଭିତରେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ଏକ ବିବୃତ୍ତି ଜାରି କରାଯାଇଛି ।

ପ୍ରେମାନନ୍ଦ ମହାରାଜଙ୍କ ବୃନ୍ଦାବନସ୍ଥିତ ଶ୍ରୀହିତ ରାଧା କେଳିକୁଞ୍ଜ ଆଶ୍ରମ ରସିକ ଦୁଲାରୀଙ୍କ ମୃତ୍ୟ ସମ୍ପର୍କରେ ଏକ ପ୍ରେସ ବିବୃତ୍ତି ଜାରି କରିଛି  । ଏହି ପ୍ରେସ ନୋଟରେ, ଆଶ୍ରମ ପକ୍ଷରୁ କୁହାଯାଇଛି ଯେ ସନ୍ଥ ପ୍ରେମାନନ୍ଦ ଏବଂ ସମଗ୍ର ଆଶ୍ରମ ପରିବାର ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁରେ ଗଭୀର ଭାବେ ମର୍ମାହତ ହୋଇଛନ୍ତି । ଟ୍ରଷ୍ଟ ସାଧକଙ୍କ ପରିବାର ପ୍ରତି ଗଭୀର ସମବେଦନା ଏବଂ ସହାନୂଭୁତି ପ୍ରକାଶ କରିଛି । ଆଶ୍ରମ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟ୍ରଷ୍ଟ ପୋଲିସକୁ ସେମାନଙ୍କ ନିରପେକ୍ଷ ଏବଂ ତଥ୍ୟଭିତ୍ତିକ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବ । ତେବେ ତଦନ୍ତ ସମ୍ପୁର୍ଣ୍ଣ ନହେବା ପର୍ଯ୍ୟନ୍ତ ଟ୍ରଷ୍ଟ ସମସ୍ତ ଭକ୍ତ, ସାଧକ ଏବଂ ସାଧାରଣ ଲୋକଙ୍କୁ ଅପ୍ରମାଣିତ ସୂଚନା, ଗୁଜବ କିମ୍ବା ଅନୁମାନ ଆଧାରରେ ସନ୍ଥ ପ୍ରେମାନନ୍ଦ ଏବଂ ଆଶ୍ରମର ପ୍ରତିଛବି ଖରାପ କରୁଥିବା କୌଣସି ବିବୃତ୍ତି ନଦେବାକୁ କିମ୍ବା ପ୍ରଚାର ନକରିବାକୁ ଅନୁରୋଧ କରିଛି । ପୋଲିସର ନିରପେକ୍ଷ ତଦନ୍ତ ଦ୍ବାରା ହିଁ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମଥୁରାର ଓକିଲ ପ୍ରହଲ୍ଲାଦ କୃଷ୍ଣ ଶୁକ୍ଲା ଏହି ମାମଲାର ଏସଆଇଟି ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟକର କରିଛନ୍ତି । ମୃତକ ରସିକ ଦୁଲାରୀଶରଣ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ହାଇକୋର୍ଟଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଛନ୍ତି ।

ତେବେ ରସିକ ଦୁଲାରୀଙ୍କ ମୃତ୍ୟୁ ସହିତ ସନ୍ଥ ପ୍ରେମାନନ୍ଦଙ୍କ ଆଶ୍ରମ ପୁଣି ଏକ ବିବାଦ ଘେରରେ ଫସି ଯାଇଛି । ପୁର୍ବରୁ ତାଙ୍କ ଆଶ୍ରମକୁ ହାଥରସରୁ ଆସିଥିବା ଜଣେ ୧୬ ବର୍ଷୀୟ ବାଳକ ୩ ମାସ ଧରି ନିଖୋଜ ରହିବା ମାମଲାରେ ବିବାଦ ଦେଖାଦେଇଥିଲା । ଯାହାଙ୍କୁ ଗତ ଶନିବାର ବରସାନା ପୋଲିସ ଏକ ଆଶ୍ରମରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)