ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଗୋବିନ୍ଦା !
ନନ୍ଦିଘାେଷ ବ୍ୟୁରୋ: ବଲିଉଡରେ ଏବେ ହାଟରେ ପଡି ବାଟରେ ଗଡୁଛି ଷ୍ଟାରଙ୍କ ଘର କଳି । ଅଭିନେତା ଗୋବିନ୍ଦା ଏବେ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପତ୍ନୀ ସୁନିତା ଆହୁଜାଙ୍କ ସହ ତାଙ୍କ ଡିଭୋର୍ସ କୁ ନେଇ ଉଠୁଥିବା ଗୁଜବ ଭିତରେ ଏବେ ସେ ତାଙ୍କ ମୁହଁ ଖୋଲିଛନ୍ତି । ଏକ ସାକ୍ଷାତକାରରେ ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଗୁମର ଉପରୁ ପରଦା ହଟାଇଛନ୍ତି । ସୁନିତାଙ୍କ ସହ ତାଙ୍କ ସମ୍ପର୍କ, ପରକୀୟା ପ୍ରୀତିର ଅଭିଯୋଗ ଏବଂ ଛାଡପତ୍ରକୁ ନେଇ ଚର୍ଚ୍ଚା ଉପରେ ସେ ଖୋଲାଖୋଲି ଭାବରେ ନିଜର ମତ ରଖିଛନ୍ତି । ସେ ସୁନିତାଙ୍କୁ ପ୍ରଥମ ପ୍ରେମ ବୋଲି କହିବା ସହ ପ୍ରେମ ଏକ ଖେଳ ନୁହେଁ ବୋଲି କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଗୋବିନ୍ଦା ପତ୍ନୀ ସୁନିତାଙ୍କ ଦ୍ବାରା ଲଗାଯାଇଥିବା ଏକ୍ସଟ୍ରା ମାରିଟାଲ ଆଫେଆର ଅଭିଯୋଗର କଡା ଜବାବ ରଖିଥିଲେ । କେବଳ ସେତିକି, ତାଙ୍କ ଘର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଜୋତାରେ ମାଡ ମାରିବେ ବୋଲି ସେ ଚେତାଇ ଦେଇଥିଲେ । ଆପଣଙ୍କ ଜାଣିବା ପାଇଁ କହିରଖୁଛୁ , ନିକଟରେ ଗୋବିନ୍ଦା ଗଣପତିଙ୍କ ଦର୍ଶନ କରିବାକୁ ଯାଇଥିଲେ । ହେଲେ ଏହି ସମୟରେ ସେ ଏକା ନଥିଲେ । ତାଙ୍କ ସହ ତାଙ୍କର ଅପକମିଙ୍ଗ ମୁଭି ରୂପାର କୋଷ୍ଟାର କୋମଲ ରାଣୀଙ୍କ ମଧ୍ୟ ଥିଲେ । ଯାହକୁ ନେଇ ସୁନିତା ତାଙ୍କର ପ୍ରତିକ୍ରିୟା ଦେଇଥିଲେ ଏବଂ ଏକ୍ସଟ୍ରା ମାରିଟାଲ ଆଫେୟାର ଅଭିଯୋଗ ଆଣିଥିଲେ ।
ତେବେ ଗୋବିନ୍ଦା ତାଙ୍କ ପ୍ରେମ ସମ୍ପର୍କ ଉପରେ ପ୍ରତିକ୍ରିୟା ରଖି ଦୃଢ ଭାବେ କହିଛନ୍ତି ଯେ, ତାଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ । ଏହାସହ ସେ ଏଭଳି କିଛି କହିଛନ୍ତି ଯାହା ଏ ପୁରା ମାମଲାକୁ ଏକ ନୂଆ ମୋଡ ଦେଇଛି । ଯେତେବେଳେ ଗୋବିନ୍ଦାଙ୍କ ମାଙ୍କର ଦେହାନ୍ତ ହୋଇଯାଇଥିଲା । ସେତେବେଳେ ସୁନିତା ତାଙ୍କୁ କହିଥିଲେ ଯେ , ମୁଁ କେବେ ମୋ ଜୀବନ ବଞ୍ଚିପାରି ନାହିଁ । ବହୁତ କମ ବୟସରୁ ମୁଁ ସ୍କୁଲ ଛାଡି ତୁମ ପାଖରୁ ଚାଲି ଆସିଥିଲି ଏବଂ ମୁଁ ମୋ ଜୀବନ ନିଜ ହିସାବରେ ବଞ୍ଚିବାକୁ ଚାହଁଛି । ତେଣୁ ତୁମେ ମୋତେ ସ୍ବାଧୀନତା ଦିଅ । ଏଥିରେ ଗୋବିନ୍ଦା ତାଙ୍କୁ ସଫା ସଫା କହିଦେଇଥିଲେ ଯେ, ତୁମେ ଫ୍ରିଡମରେ ବାହାରକୁ ଯାଉଛ । ହେଲେ ଯେତେବେଳେ ତୁମେ ଘରକୁ ଫେରିବ, ସେତେବେଳେ ମୋତେ ଆଉ ସେପରି ପାଇବ ନାହିଁ । ଆଉ ଏଥିରେ ସୁନିତା ମଧ୍ୟ ରାଜି ହୋଇଥିଲେ । ଆଉ ହୁଏତ ସେବେଠାରୁ ହିଁ ଉଭୟଙ୍କ ଭିତରେ ଦୂରତା ବଢିଯାଇଛି ଏବଂ ତିକ୍ତତା ବଢିବାରେ ଲାଗିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
