ପୁଲିସ୍‌ ଦ୍ବନ୍ଦ୍ବରେ: ସୁପ୍ରିମକୋର୍ଟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ଗାର୍ଡ ଅଫ୍ ଅନର୍‌ ପାଇଲେ ଅୱେସି

Nov 21, 2026 - 21:17
ପୁଲିସ୍‌ ଦ୍ବନ୍ଦ୍ବରେ: ସୁପ୍ରିମକୋର୍ଟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ଗାର୍ଡ ଅଫ୍ ଅନର୍‌ ପାଇଲେ ଅୱେସି

ସାହରନ୍‌ପୁର : ଉତ୍ତର ପ୍ରଦେଶର ସାହରନପୁରର ସର୍କିଟ ହାଉସରେ ଆଜି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଥିଲା ।

ପୁଲିସ କର୍ମଚାରୀମାନେ ସୁପ୍ରିମକୋର୍ଟ ର ଜଣେ ବିଚାରପତିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଭୁଲବଶତଃ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅୱେସିଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲେ ।

ଶନିବାର ଅୱେସି ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ସର୍କିଟ ହାଉସରେ ପହଞ୍ଚିଥିଲେ ।

ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ତାଙ୍କୁ ସାଲ୍ୟୁଟ କରିଥିଲେ ।

ଅୱେସି କିଛି ସମୟ ଅଟକି ଯାଇଥିଲେ ଓ ସାଲ୍ୟୁଟ୍‌ ଗ୍ରହଣ କରିବାକୁ ଛିଡ଼ା ହୋଇଥିଲେ ।

ତେବେ ଏହି ଗାର୍ଡ ଅଫ୍ ଅନର୍‌ ସର୍କିଟ ହାଉସ ପରିଦର୍ଶନ କରିବାକୁ ଥିବା ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି ।

Advertisment Neglect: ରାଜ୍ୟର ଅସ୍ମିତା କୀର୍ତ୍ତିରାଜି ଧ୍ବଂଶାଭିମୁଖୀ; ମନ୍ଦିର ଓ ସ୍ମାରକୀ ରକ୍ଷଣବେକ୍ଷଣ ଦିଗହରା ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଶନିବାର ସକାଳ ୧୧ଟାରେ ସର୍କିଟ ହାଉସରେ ପହଞ୍ଚି ଗୋଟିଏ କକ୍ଷରେ ବସିଥିଲେ ।

ଏହାର ପାଖାପାଖି ୨୦ ମିନିଟ୍‌ ପରେ ଅୱେସୀ ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ସେଠାରେ ପହଞ୍ଚିଥିଲେ ଓ ଏହି ଘଟଣା ଘଟିଥିଲା ।

ଅୱେସୀଙ୍କ ସହିତ ବହୁସଂଖ୍ୟକ ସୁରକ୍ଷାକର୍ମୀ ଥିବାରୁ ପୁଲିସ ଦ୍ବନ୍ଦ୍ବରେ ପଡ଼ିଥିଲେ ।

ଅୱେସି ଓ ଚନ୍ଦ୍ରଶେଖର ସର୍କିଟ ହାଉସରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ଥିଲା ।

କିନ୍ତୁ ସାମ୍ବାଦିକ ସମ୍ମିଳନୀ ହଠାତ୍ ବାତିଲ ହୋଇଯାଇଥିଲା ଓ ଉଭୟ ନେତା ସର୍କିଟ ହାଉସ ଛାଡି ସିଧାସଳଖ କଲେକ୍ଟୋରେଟ୍ ଅଭିମୁଖେ ଯାତ୍ରା କରିଥିଲେ, ଯେଉଁଠାରେ ସେମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭେଟିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)