ନୂଆ ଅବତାର

Jul 01, 2026 - 14:23
ନୂଆ ଅବତାର

 

ବର୍ତ୍ତମାନ ଓଟିଟି  ପ୍ଲାଟଫର୍ମଗୁଡ଼ିକରେ ୯୦ ଦଶକ ଏବଂ ୨୦୦୦ ଦଶକର ପ୍ରାରମ୍ଭିକ ସମୟର ସୁପରଷ୍ଟାରମାନଙ୍କର ଦ୍ୱିତୀୟ ଇନିଂସ ଅଧିକ ମଜବୁତ ହେବାରେ ଲାଗିଛି। ଡିଜିଟାଲ୍ ଦୁନିଆର ଏହି ନୂଆ କାହାଣୀ ଓ ଚରିତ୍ରଗୁଡ଼ିକ ପୁରୁଣା କଳାକାରମାନଙ୍କୁ ସେମାନଙ୍କ ବୟସ ଏବଂ ଅଭିଜ୍ଞତା ଅନୁଯାୟୀ ଅଭିନୟ କରିବାର ଏକ ବଡ଼ ସୁଯୋଗ ଦେଇଛି। ଫଳରେ ଦର୍ଶକମାନେ ମଧ୍ୟ ନିଜର ପ୍ରିୟ ପୁରୁଣା ଷ୍ଟାରମାନଙ୍କୁ ଏକ ସମ୍ପୂର୍ଣ୍ଣ ନୂଆ ଏବଂ ପ୍ରଭାବଶାଳୀ ରୂପରେ ଦେଖିବାକୁ ପାଉଛନ୍ତି।

ବବି ଦେଓଲ

ବବି ଦେଓଲ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ନିଜ କ୍ୟାରିୟରର ଏକ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ୱେବସିରିଜ ଆଶ୍ରମସିରିଜ୍ରେ ବାବା ନିରାଲାଙ୍କ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ସେ ନିଜର ଖଳନାୟକ ଏବଂ ଗମ୍ଭୀର ଚରିତ୍ର ମାଧ୍ୟମରେ ଓଟିଟିରେ ଏକ ମଜବୁତ ସ୍ଥାନ ସୃଷ୍ଟି କରିସାରିଛନ୍ତି। ଆଗାମୀ ଦିନରେ ସେ ଆର୍ୟନ ଖାନଙ୍କ ବହୁପ୍ରତୀକ୍ଷିତ ପ୍ରୋଜେକ୍ଟରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହାପରେ ତାଙ୍କୁ ଅନେକ ହିଟ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିସାରିଛି ।

 

ସନି ଦେଓଲ

ବଡ଼ ପରଦାରେ ଆକ୍ସନ ହିରୋ ଭାବେ ଜଣାଶୁଣା ସନି ଦେଓଲ ଏବେ ନିଜର ଓଟିଟି ଡେବ୍ୟୁପାଇଁ ଅପେକ୍ଷା କରିଛନ୍ତି । ନିକଟରେ ଗଦର ପ୍ରୋଜେକ୍ଟ ଜରିଆରେ କମବ୍ୟାକ କରିଥିବା ସନି ଆଗକୁ ଇକ୍କା ନାମକ ପ୍ରୋଜେକ୍ଟରେ ନଜର ଆସିବେ । ଯାହାକୁ ବିଶେଷଭାବେ ନେଟଫ୍ଲିକ୍ସରେ ହିଁ ଲଞ୍ଚ କରାଯିବ । ନିଜର ପାରମ୍ପରିକ ଆକ୍ସନ ଶୈଳୀରୁ ବାହାରି ବର୍ତ୍ତମାନ ସେ ବିଶେଷ ଭାବେ ଓଟିଟି ପାଇଁ  ପ୍ରସ୍ତୁତ ହେଉଛନ୍ତି ।

 

ଅକ୍ଷୟ ଖାନ୍ନା

୯୦ ଦଶକର ସୁପରହିଟ ହିରୋ ଅଭିନେତା ଅକ୍ଷୟ ଖାନ୍ନା ଓଟିଟିରେ  ଜବରଦସ୍ତ କମବ୍ୟାକ କରିଛନ୍ତି । ସେ ଷ୍ଟେଟ୍ ଅଫ୍ ସିଜ୍: ଟେମ୍ପଲ୍ ଆଟାକ୍’  ଭଳି ପ୍ରୋଜେକ୍ଟରେ ନିଜର ଦମଦାର୍ ଅଭିନୟ ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ଆଗାମୀ ୱେବ୍ ସିରିଜ୍ ଇକ୍କାରେ ସେ ସନି ଦେଓଲଙ୍କ ସହ ସ୍କ୍ରିନ୍ ସେୟାର୍ କରୁଥିବାର ଦେଖିବାକୁ ମିଳିବେ । ସେ ନିଜର ରୋମାଣ୍ଟିକ ଚରିତ୍ରରୁ ବାହାରି ଏବେ ଅଧିକ ପରିପକ୍ୱ ଓ ଗମ୍ଭୀର ଭୂମିକାରେ ଅଭିନୟ କରୁଛନ୍ତି । ଯାହାକୁ ଦର୍ଶକ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

 

ଆର୍. ମାଧବନ ଏବଂ କେ.କେ. ମେନନ

ଓଟିଟି ପ୍ଲାଟଫର୍ମରେ ଏହି ଦୁଇ ପ୍ରତିଷ୍ଠିତ ଅଭିନେତା ପ୍ରମୁଖ ଚେହେରା ପାଲଟିଛନ୍ତି । ଅନେକ ପ୍ରୋଜେକ୍ଟରେ ଉଭୟଙ୍କର ଚମତ୍କାର ଅଭିନୟକୁ ଦର୍ଶକ ଖୁବ ଭଲ ପାଇବା ଦେଉଥିବା ଦେଖିବାକୁ ମିଳୁଛି । ନେଟଫ୍ଲିକ୍ସର ପପୁଲାର ସିରିଜ୍ ଦି ରେଲୱେ ମ୍ୟାନ୍ରେ ଏହି ଦୁଇ ଜଣଙ୍କ ଅସାଧାରଣ ଅଭିନୟକୁ ଦର୍ଶକ ଓ ସମୀକ୍ଷକ ବେଶ୍ ପ୍ରଶଂସା କରିଛନ୍ତି । ସେହିଭଳି ମାଧବନ ବ୍ରେଦ୍ସିରିଜ୍ ମାଧ୍ୟମରେ ଡିଜିଟାଲ୍ ଦୁନିଆରେ ନିଜର ଉପସ୍ଥିତିକୁ ଆହୁରି ମଜବୁତ କରିଛନ୍ତି ।

ମାଧୁରୀ ଦୀକ୍ଷିତ

ବଲିଉଡ୍ଧକ୍ ଧକ୍ ଗର୍ଲମାଧୁରୀ ଦୀକ୍ଷିତ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ନିଜର ଏକ ସମ୍ପୂର୍ଣ୍ଣ ଭିନ୍ନ ରୂପ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି । ସେ ଦି ଫେମ୍ ଗେମ୍ୱେବ୍ ସିରିଜ୍ ନିଜର ଡିଜିଟାଲ୍ ଡେବ୍ୟୁ କରିଥିଲେ । ଏବେ ସେ ନିଜର ପୁରୁଣା ଗ୍ଲାମରସ୍ ଓ ରୋମାଣ୍ଟିକ ଭାବମୂର୍ତ୍ତିରୁ ଦୂରେଇ ଯାଇ ଅଧିକ ଜଟିଳ, ଭାବପୂର୍ଣ୍ଣ ଏବଂ ନକାରାତ୍ମକ ଚରିତ୍ର ଚୟନ କରୁଛନ୍ତି । ଦର୍ଶକ ମଧ୍ୟ ତାଙ୍କୁ ଏହି ସମସ୍ତ ଚରିତ୍ରରେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଆଗାମୀ ପ୍ରୋଜେକ୍ଟ ମା ବେହେନ୍’  ରେ ମଧ୍ୟ ତାଙ୍କର ଏକ ନିଆରା ଚରିତ୍ର ଦେଖିବାକୁ ମିଳିବ ।

 

କାଜୋଲ

କାଜୋଲ କ୍ରମାଗତ ଭାବେ ଓଟିଟି ପ୍ଲାଟଫର୍ମ ସହ ଜଡ଼ିତ ରହି ବିଭିନ୍ନ ପ୍ରକାରର ପରୀକ୍ଷାମୂଳକ କାର୍ଯ୍ୟ କରୁଛନ୍ତି । ତାଙ୍କୁ ତ୍ରିଭଙ୍ଗାଚଳଚ୍ଚିତ୍ର ଏବଂ ଦି ଗୁଡ୍ ୱାଇଫ୍ର ଭାରତୀୟ ଆଡାପ୍ଟେସନ୍ ଦି ଟ୍ରାଏଲ୍ୱେବ୍ ସିରିଜ୍ରେ ଜଣେ ଓକିଲ ଭୂମିକାରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ହିନ୍ଦୀ ବ୍ୟତୀତ ସେ ଦକ୍ଷିଣ ଭାରତୀୟ ସିନେମା ଏବଂ ଓଟିଟି ପ୍ରୋଜେକ୍ଟରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି ।

 

ରବିନା ଟଣ୍ଡନ

ରବିନା ଟଣ୍ଡନ ଓଟିଟି ପ୍ଲାଟଫର୍ମରେ ନିଜର ଭିନ୍ନ ଶୈଳୀର ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ନେଟଫ୍ଲିକ୍ସର କ୍ରାଇମ୍ ବେସଡ୍ ସିରିଜ୍ ଆରଣ୍ୟକରେ ଜଣେ ମହିଳା ପୋଲିସ୍ ଅଫିସର ଭୂମିକାରେ ତାଙ୍କର ଅଭିନୟ ସମସ୍ତଙ୍କୁ ଚକିତ କରିଥିଲା । ଏହା ପରେ ସେ କର୍ମା କଲିଂସିରିଜ୍ରେ ଏକ ସମୃଦ୍ଧ ଓ ପ୍ରଭାବଶାଳୀ ମହିଳାର ଚରିତ୍ରରେ ଅଭିନୟ କରି ନିଜର ପୁରୁଣା ଷ୍ଟାର୍ ଇମେଜ୍କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି ।

 

କରିସ୍ମା କପୁର

୯୦ ଦଶକର ଅନ୍ୟତମ ଅଭିନେତ୍ରୀ କରିସ୍ମା କପୁର ମଧ୍ୟ ଓଟିଟିରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ସେ ମେଣ୍ଟାଲହୁଡ୍ସିରିଜ୍ ସାହାଯ୍ୟରେ ଓଟିଟି ଦୁନିଆରେ ପାଦ ରଖିଥିଲେ । ବର୍ତ୍ତମାନ ସେ ମୁଖ୍ୟତଃ ସୋଲୋ ଆକ୍ସନ ଭିତ୍ତିକ ଶ୍ରେଷ୍ଠ ଚରିତ୍ର ଏବଂ ମହିଳା କେନ୍ଦ୍ରୀତ କାହାଣୀ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।

 

ଜୁହି ଚାୱଲା

ନିଜର ହସଖୁସିଆ ଚୁଲବୁଲି ଅଭିନୟ ପାଇଁ ପପୁଲାର ଜୁହି ଚାୱଲା ଓଟିଟିରେ ଅତି ଗମ୍ଭୀର ଭୂମିକାରେ ନଜର ଆସିଛନ୍ତି । ସେ ଆମାଜନ ପ୍ରାଇମର ମିଷ୍ଟ୍ରି ଥ୍ରୀଲର ସିରିଜ୍ ହସ ସ ହସ’  ଏବଂ ନେଟଫ୍ଲିକ୍ସର ଦି ରେଲୱେ ମ୍ୟାନ୍ରେ ଏକ ପ୍ରଭାବଶାଳୀ ଚରିତ୍ରରେ ଅଭିନୟ କରି ନିଜର ଏକ ଭିନ୍ନ ଅନ୍ଦାଜ ଦର୍ଶକଙ୍କୁ ଦେଖାଇଛନ୍ତି । ଯାହାକୁ ଦର୍ଶକ ମଧ୍ୟ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି ।