କୁମ୍ଭୀର ସହ ଖେଳ

Jul 01, 2026 - 14:03
କୁମ୍ଭୀର ସହ ଖେଳ

 

ଆମେରିକାର କଲମ୍ବିଆରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଜଣେ ଛୋଟ ପିଲା ଏକ ଜୀବନ୍ତ କୈମ୍ୟାନ  ବା କୁମ୍ଭୀର ପ୍ରଜାତିର ଜୀବ ସହ ଡାକ୍ତର-ଡାକ୍ତରଖେଳୁଥିବା ନଜର ଆସିଛି । ଭାଇରାଲ ଭିଡିଓ ଅନୁଯାୟୀ, ଶିଶୁଟି କୁମ୍ଭୀରକୁ ନିଜର ରୋଗୀ ମାନି ଏକ ଷ୍ଟେଥୋସ୍କୋପ୍ ସାହାଯ୍ୟରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରୁଛି  । ଜଣେ ପ୍ରକୃତ ଡାକ୍ତରଙ୍କ ଭଳି ଅଭିନୟ କରିବା ସହ ତା ସହିତ କଥାବାର୍ତ୍ତା ମଧ୍ୟ କରୁଛି । ପିଲାଟିର ଏଭଳି ନିଆରା ଓ ସାହସିକ ଅନ୍ଦାଜକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହାକୁ ଏଆଇ ଭିଡିଓ ବୋଲି ମଧ୍ୟ ମତ ଦେବାରେ ଲାଗିଛନ୍ତି । ସେହିଭଳି ଅନେକ ଲୋକ ଶିଶୁଟିର ସାହସକୁ ପ୍ରଶଂସା କରୁଥିବା ବେଳେ ଅନ୍ୟ କେତେକ ୟୁଜର୍ସ ଏହାକୁ ନେଇ ଚିନ୍ତା ପ୍ରକଟ କରି ଚେତାବନୀ ଦେଇଛନ୍ତି । ସେମାନଙ୍କ ମତରେ କୈମ୍ୟାନ ହେଉଛି ଏକ ହିଂସ୍ର ବନ୍ୟଜନ୍ତୁ ଏବଂ ଏହାର ବ୍ୟବହାର ଯେକୌଣସି ସମୟରେ ବଦଳି ଆକ୍ରମଣାତ୍ମକ ରୂପ ନେଇପାରେ, ତେଣୁ ଏଭଳି ବିପଜ୍ଜନକ ଖେଳଠାରୁ ଦୂରେଇ ରହିବା ଉଚିତ । ତେବେ ଭିଡିଓଟି ସତ କି ଏଆଇରେ ପ୍ରସ୍ତୁତ ହୋଇଛି ସେ ନେଇ କୌଣସି ସୂଚନା ନାହିଁ ।