କମିଲା ବାଣିଜ୍ୟିକ ଗ୍ୟାସ ଦର

Jul 01, 2026 - 12:59
କମିଲା ବାଣିଜ୍ୟିକ ଗ୍ୟାସ ଦର

ଭୁବନେଶ୍ୱର : ଜୁଲାଇ ପହିଲାରୁ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କମିଲା ବାଣିଜ୍ୟିକ ଗ୍ୟାସ ଦର । ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ଲଗାତାର ଭାବେ ବଢିଲା ପରେ ଏବେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ଆଜିଠାରୁ ୧୯ କିଲୋଗ୍ରାମ ସିଲିଣ୍ଡର ପାଈଁ ନୂଆ ଦର ଲାଗୁ ହୋଇଛି । ଯାହା ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି । 

ଆଜିଠାରୁ ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୩୧୧୩ ଟଙ୍କାରୁ ୨୯୩୦ ଟଙ୍କାକୁ ଖସି ଆସିଛି । ଅର୍ଥାତ ପୂର୍ବାପେକ୍ଷା ୧୮୩ ଟଙ୍କା କମିଛି ସିଲିଣ୍ଡର ଦର । ଏହା ସହିତ ଆଜିଠାରୁ ୫ କିଲୋଗ୍ରାମ ବିଶିଷ୍ଟ ଏଫଟିଏଲ୍ ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୩ ଟଙ୍କା କମିଛି । ଅନ୍ୟ ଦିଗରେ ଘରୋଇ ଗ୍ୟାସ ୧୪ କେଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।