Illegal Sand Mining: ଦେବୀଦୋଳରେ ଠାବ ହେଲା ବାଲି ପାହଡ଼: ୪୦୦ ହାଇଓ୍ବା ଟ୍ରିପ ବାଲି ଜବତ

Jul 01, 2026 - 14:23
Illegal Sand Mining: ଦେବୀଦୋଳରେ ଠାବ ହେଲା ବାଲି ପାହଡ଼: ୪୦୦ ହାଇଓ୍ବା ଟ୍ରିପ ବାଲି ଜବତ

"ଗାରୋଇ: ନଦୀରେ ବନ୍ୟା ପାଣି ଆସିବା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ଘାଟ ନିକଟରେ ପାହଡ଼ ଭଳି ବାଲି ଗଦା କଲେଣି ମାଫିଆ।

ଆବଶ୍ୟକ ଅନୁମତି ଠାରୁ ଅଧିକ ପରିମାଣର ବାଲି ଉତ୍ତୋଳନ, ବେଆଇନ ଘାଟରୁ ବାଲି ଉଠାଇ ଦିନରାତି ବୁହା ଚାଲିଛି।

ମାଫିଆମାନେ ସକ୍ରିୟ ହୋଇ ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ପରିମାଣର ବାଲି ଠୁଳ କରିଥିବା ନେଇ "ସମ୍ବାଦ"ରେ ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୋଡକୁ ଓହ୍ଲାଇଛି ପ୍ରଶାସନ।Advertisment ନାଉଗାଁ ଥାନାରେ ଏତଲା ତିନି ଦିନ ତଳେ ବିରିଡ଼ି ଶଙ୍ଖାରିସାହି ଠାରେ ଦେବୀ ନଦୀରୁ ବାଲି ଉତ୍ତୋଳନ କରାଯାଇ ପ୍ରାୟ ୫୦୦ ଟ୍ରିପ ହାଇଓ୍ବା ଗଦା କରା ଯାଇଥିବା ବେଳେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତହସିଲଦାର ଓ ଖଣି ବିଭାଗ ମିଳିତ ଭାବେ ଚଢ଼ଉ କରି ଜବତ କରିଥିଲେ।

ସେହିପରି ଉପଜିଲ୍ଲାପାଳ ଶ୍ରୀ ତରାଇଙ୍କ ନିର୍ଦ୍ଦେଶରେ ନାଉଗାଁ ତହସିଲଦାର ଗତକାଲି ଅପରାହ୍ନରେ ଦେବୀଦୋଳଠାରେ ଗଚ୍ଛିତ ହୋଇଥିବା ବିପୁଳ ପରିମାଣର ବାଲି ଉପରେ ଚଢ଼ଉ କରିଥିଲେ।

ପାହଡ଼ ଭଳି ବାଲି ଗଦା କରାଯାଇଥିଲା।

ବର୍ଷା ପୂର୍ବରୁ ବାଲି ଗଦା କରି ଚାଲାଣ ପାଇଁ ଯୋଜନା ଥିଲା।

ସେଠାରୁ ପ୍ରାୟ ୪୦୦ ହାଇଓ୍ବା ଟ୍ରିପ ବାଲି ଜବତ କରା ଯାଇଥିବା ସୂଚନା ମିଳିଛି।

ଜବତ ବାଲି ସଂକ୍ରାନ୍ତରେ ନାଉଗାଁ ଥାନାରେ ଏତଲା ଦିଆ ଯାଇଥିବା ଜଣାପଡ଼ିଛି।

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Forest Festival: ବନବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ ଉଦ୍‌ଘାଟିତ ବିରିଡ଼ି କି ଦେବୀଦୋଳ ନୁହେଁ, ସାରା ଜିଲ୍ଲାରେ ଏବେ ବାଲି ପାହଡ଼ ତିଆରି ଚାଲିଛି।

ମାଫିଆ, ଠିକାଦାର, ବ୍ୟବସାୟୀ, ରାଜନେତାମାନେ ବାଲି ଠୁଳ କରି ଚାଲିଛନ୍ତି।

ଦିନରାତି ବାଲିବୁହା ଚାଲିଛି।

ହାଇଓ୍ବା ଓ ଟ୍ରାକ୍ଟରକୁ ମିଶାଇ ପ୍ରାୟ ୫ ହଜାର ଗାଡ଼ି ନିୟୋଜିତ ରହିଛି।

ସେହିପରି ଅନୁମତି ମିଳି ନ ଥିବା ବାଲିଘାଟରୁ ମଧ୍ୟ ଦିନରାତି ବୁହା ଚାଲିଛି।

ଅନେକ ସ୍ଥାନରେ ଆଇନ ଉଲ୍ଲଂଘନ କରାଯାଇ ବୁହା ଯାଉଥିବା ଦେଖିବାକୁ ମିଳିଛି।

ସେଠାରେ କେବେ ଚଢ଼ଉ କରାଯିବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

"