ନିଶା ଦ୍ରବ୍ୟ ଚାଲାଣର କରିଡର୍ ସାଜିଛି NH-୫୫

Oct 19, 2026 - 17:38
ନିଶା ଦ୍ରବ୍ୟ ଚାଲାଣର କରିଡର୍ ସାଜିଛି NH-୫୫

ଢେଙ୍କାନାଳ : ନିଶା ଦ୍ରବ୍ୟ ଚାଲାଣର କରିଡର୍ ସାଜିଛି ଏନଏଚ-୫୫। ଦାମୀ ଗାଡ଼ିରେ ହେଉଛି ଗଞ୍ଜେଇ ଚାଲାଣ। ବିପଦରେ ଯୁବପିଢ଼ିଙ୍କ ଭବିଷ୍ୟତ। କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ରେ ନୀଳ ଜହରର ଚୋରାଚାଲାଣ ହେଉଥିବା  ଅଭିଯୋଗ । ଯାହା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି। ଫୁଲବାଣୀ, ସମ୍ବଲପୁର, କୋରାପୁଟ ଓ ବୌଦ୍ଧରୁ ଦାମୀ ଗାଡ଼ିରେ ନୀଳ ଜହର ଚାଲାଣ ହେଉଥିବା ବେଳେ ଏନଏଚ-୫୫ ଦେଇ ବାଲେଶ୍ୱର, ଭଦ୍ରକ ସହ ପଶ୍ଚିମବଙ୍ଗ ଯାଉଥିବା ସୂଚନା। ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଏହାକୁ ଜବତ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି…।

ସେପଟେ ଢେଙ୍କାନାଳ ସହର ଭିତରେ ମଧ୍ୟ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସ୍କୁଲ ନିକଟ ଦୋକାନରେ  ନିଶାଯୁକ୍ତ ଗୋଗୋ ସିଗାରେଟ୍ ବିକ୍ରି ହେଉଛି । ଯାହା ଅବକାରୀ ବିଭାଗର ନିୟମିତ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗକୁ ନେଇ ତଦନ୍ତ ହେବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି। ଏହାସହ ନୀଳ ଜହରର ଚୋରାଚାଲାଣ ରୋକିବାକୁ ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ରାତି ତମାମ ଯାଞ୍ଚ ସହ ହାଇୱେ ପାଟ୍ରୋଲିଂ କରାଯାଉଛି। ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ଏସପି କହିଛନ୍ତି।

କେବେ ନୀଳ ଜହରର ଚୋରାଚାଲାଣ ଉପରେ ଲାଗିବ ବ୍ରେକ ? ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କି ପୋଲିସ ଓ ଅବକାରୀ ବିଭାଗ। ତା ଉପରେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)