ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା!

Oct 19, 2026 - 14:40
ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା!

ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା!

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ବାତ୍ୟା ଭୟ । ଅକ୍ଟୋବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଏହାର ପରବର୍ତ୍ତୀ ତୀବ୍ରତା ଓ ଗତିପଥ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ୨୫ ତାରିଖ ବେଳକୁ ବାତ୍ୟା ସ୍ଥିତି ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ୨୨ ତାରିଖ ବେଳକୁ ଆଣ୍ତାମାନରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୨୪ କିମ୍ବା ୨୫ ତାରିଖରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହି ଘର୍ଣ୍ଣିବଳୟ କେତେ ଘନୀଭୂତ ହେବ ଓ କେଉଁ ଦିଗକୁ ଯିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏହା ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଅଧିକ ସମ୍ଭବନା ରହିଛି । ବାୟୁ ମଣ୍ତଳୀୟ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରାଯାଇଛି । ବାତ୍ୟା ପାଇଁ ସମୁଦ୍ର ଭିତରେ ପାଗ ଅନୁକୂଳ ରହିଛି । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)