Cuttack Bali Yatra Ground Murder Case: କଟକ ବାଲିଯାତ୍ରା ପଡ଼ିଆ ହତ୍ୟାକାଣ୍ଡ: ଧରାପଡ଼ିଲା ଅଭିଯୁକ୍ତ, ଓଗାଳିଲା ଚାଞ୍ଚଲ୍ୟକର ତଥ୍ୟ

Oct 19, 2026 - 17:39
Cuttack Bali Yatra Ground Murder Case: କଟକ ବାଲିଯାତ୍ରା ପଡ଼ିଆ ହତ୍ୟାକାଣ୍ଡ: ଧରାପଡ଼ିଲା ଅଭିଯୁକ୍ତ, ଓଗାଳିଲା ଚାଞ୍ଚଲ୍ୟକର ତଥ୍ୟ

"ଭୁବନେଶ୍ବର/କଟକ: ଗତକାଲି (ରବିବାର) କଟକ ବ‌ାଲିଯାତ୍ରା ତଳପଡ଼ିଆ ନଦୀପଠାରେ ଜଣେ ନାବାଳକକୁ ଛୁରାମାରି ହତ୍ୟା କରାଯାଇଥିଲା।

ପ୍ରାଥମିକ ତଦନ୍ତରେ ଏହି ହତ୍ୟା ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

ଏହି ମାମଲାରେ ଆଜି (ସୋମବାର) ଜଣେ ଯୁବକକୁ ଗିରଫ କରାଯାଇଛି।

ପଚରାଉଚରାରେ ଯୁବକଜଣକ ହତ୍ୟାକାଣ୍ଡର ଅନେକ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ନିକଟରେ ଓଗାଳିଛି।

Advertisment Murder: ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ନାବାଳକକୁ ନିର୍ମମ ହତ୍ୟା କ୍ୟାଣ୍ଟନ୍‌ମେଣ୍ଟ୍‌ ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି।

ତଦନ୍ତ ଜାରି ରହିଥିବାରୁ ଗିରଫ ଯୁବକ ସମ୍ପର୍କରେ ସବିଶେଷ ତଥ୍ୟ ପୁଲିସ ପ୍ରକାଶ କରିନାହିଁ।

ତେବେ ନିକଟତମ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗିରଫ ଯୁବକ ଜଣକ ହତ୍ୟାର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି।

ସେ ଦେଇଥିବା ତଥ୍ୟାନୁସାରେ, ସେମାନେ ପୂର୍ବରୁ ସୁମନ୍ତକୁ ଜାଣିଥିଲେ।

ସୁମନ୍ତ ମଧ୍ୟ ସେମାନଙ୍କୁ ଭଲଭାବେ ଜାଣିଥିଲା।

ସେମାନେ ଦଶହରା ବୁଲାବୁଲି କରିବାକୁ ସୁମନ୍ତକୁ ଡାକି ଥିଲେ।

ମୋଟରସାଇକଲରେ ବସାଇ ରବିବାର ପୂର୍ବାହ୍‌ଣ ୭.୪୨ ସମୟରେ ନେଇଥିଲେ।

Stabbing Incident ଶିକରପାଇ ବାଲିଯାତ୍ରାରେ ଛୁରାମାଡ଼: ଜଣେ ଯୁବକ ମୃତ, ଅନ୍ୟଜଣେ ଗୁରୁତର ପୁଲିସ ଏହି ଘଟଣାର ପ୍ରମାଣ ନିମନ୍ତେ ଆଖପାଖର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଥିବା ଜଣାଯାଇଛି।

ଏଥିରେ ୩ରୁ ଅଧିକ ସମ୍ପୃକ୍ତ ଥିବା ଜଣାଯାଇଛି।‌ ସେମାନେ ଅପରାଧୀଙ୍କ ନିକଟତର ହୋଇଛନ୍ତି ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ପାଇବ ବୋଲି ଥାନା ସୂତ୍ରରୁ ପ୍ରକାଶ।

Flood In Mahanadi: ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ ସୂଚନାନୁସାରେ, ଗତକାଲି, କେତେକ ଲୋକ ଜଣେ ଅଳ୍ପବୟସ୍କ ଯୁବକର ରକ୍ତାକ୍ତ ଶବ ନଦୀପଠାରେ ପଡ଼ିଥିବା ନେଇ ଦେଖି ପୁଲିସକୁ ସୂଚିତ କରିଥିଲେ।

ଘଟଣାସ୍ଥଳରେ କଟକ ‌ସ୍ବତନ୍ତ୍ର ସ୍କ୍ବାଡ୍‌ ଏସିପି, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି, ସନ୍ଧାନୀ କୁକୁର ଓ ଫରେନ୍‌ସିକ ଟିମ୍‌ ପହଞ୍ଚି ଛାନଭିନ କରିଥିଲେ।

ଶବ ଠାରୁ ୧୦ମିଟର ଦୂର ଯାଏଁ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା।

ରକ୍ତଛିଟା ସଦ୍ୟ ଥିବାରୁ ହତ୍ୟା ୧୦-୧୨ ଘଣ୍ଟା ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିଲା।

ଏହା ସହ ପାରିପାର୍ଶ୍ବିକ ସ୍ଥିତିରୁ ଯୁବକଙ୍କୁ ଗୋଡ଼ାଇଗୋଡ଼ାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)