ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ବଢ଼ିଲା ରାଜନୈତିକ ହଲଚଲ

Sep 19, 2026 - 08:11
ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ବଢ଼ିଲା ରାଜନୈତିକ ହଲଚଲ

ନନ୍ଦିଘୋଷ ବ୍ୟୁରୋ : ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଘଡ଼ିକେ ଛୁଟୁଛି ଘୋଡ଼ା। ତୃଣମୂଳ କଂଗ୍ରେସର ଦୁଇଟି ବିଭାଜିତ ଗୋଷ୍ଠୀକୁ ଅଲଗା ନାମ ଓ ସଙ୍କେତ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ। ସେପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ମମତା ବାନାର୍ଜୀ। ମମତା ବାନାର୍ଜୀ ନେତୃତ୍ୱାଧୀନ ଗୋଷ୍ଠୀକୁ ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାଁ ମିଳିଥିବାବେଳେ ଏହାର ନିର୍ବାଚନ ସଙ୍କେତ ହୋଇଛି ଫୁଟବଲ ଖେଳାଳି। ସେହିପରି ଋତୁବ୍ରତ ବାନାର୍ଜୀ ଗୋଷ୍ଠୀର ନାଁ ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ ହୋଇଥିବାବେଳେ ଏହାର ସଙ୍କେତ ରହିଛି ଲଫାଫା। ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ନାମ ଓ ଏହାର ଫୁଲ ଓ ଘାସ ସଙ୍କେତକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ। ଆସନ୍ତା ଅକ୍ଟୋବର ୬ରେ ହେବାକୁ ଥିବା ଉପନିର୍ବାଚନରେ ଫୁଟବଲ ଖେଳାଳି ଓ ଲଫାଫା ଚିହ୍ନ ନେଇ ଦୁଇ ଗୋଷ୍ଠୀ ନିର୍ବାଚନ ଲଢିବେ। ତେଣେ ନନ୍ଦିଗ୍ରାମର କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରାଯାଇଛି। ୨୦୦୭ରେ ଜମି ଅଧିଗ୍ରହଣ ବିରୋଧୀ ଏକ ଆନ୍ଦୋଳନ ସଂକ୍ରାନ୍ତ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ନିଜ ଗୋଷ୍ଠୀର ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ କଂଗ୍ରେସ ପ୍ରାର୍ଥୀ ମିଲନଙ୍କୁ ସମର୍ଥନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ମମତା ବାନାର୍ଜୀ ଦେଇଥିବା ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ସେଠାରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଅଛନ୍ତି ମିଲନ ପ୍ରଧାନ। ମମତା କହିଥିଲେ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ତାଙ୍କ ଗୋଷ୍ଠୀ ସମର୍ଥନ କରିବ। ବିଜେପି ବିରୋଧରେ ଚାଲିଥିବା ଲଢେଇରେ ବିଜେପିକୁ ମାତ୍ ଦେବା ଲାଗି ଇଣ୍ଡି ମେଣ୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମମତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)