Assembly: ବାହାରେ, ଭିତରେ ଝଡ଼ ବହିବ: ମୁକାବିଲା ପାଇଁ ରଣନୀତି କରୁଛି ଶାସକ ଦଳ

Sep 19, 2026 - 07:58
Assembly: ବାହାରେ, ଭିତରେ ଝଡ଼ ବହିବ: ମୁକାବିଲା ପାଇଁ ରଣନୀତି କରୁଛି ଶାସକ ଦଳ

"ଭୁବନେଶ୍ବର: ବିଧାନସଭା ଭିତରେ ବିରୋଧୀ ଜୋର୍‌ଦାର ହମଲା କରିବେ।

ଏମ୍ଏ‌ମ୍‌ଡିଆର୍‌ ହେବ ବଡ଼ ପ୍ରସଙ୍ଗ।

ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ତରିକାରେ ସରକାରଙ୍କୁ ଘେରିବେ।

ପ୍ରତିଦିନ ନୂଆ ନୂଆ ରଣନୀତିରେ ଗୋଟି ଚଳାଇବେ।

ଗୃହକୁ ଅଚଳ କରାଇବା ଏକ ପ୍ରକାର ଥୟ।

ବିଧାନସଭା ବାହାରେ ବି ତତଲା ହାୱା ବହିବ।

ଏମ୍‌ଏମ୍‌ଡିଆର୍‌ ଆଇନ ବିରୋଧରେ ୨୯ ତାରିଖରେ ଇଣ୍ଡି ମେଣ୍ଟ ବିଧାନସଭା ଘେରାଉ କରିବ ବୋଲି ଘୋଷଣା କରିସାରିଛି।

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡିର ଯୁବ ଓ ଛାତ୍ର ଶାଖା ପକ୍ଷରୁ ୨୨ ଓ ୨୩ ତାରିଖରେ ପିଏମ୍‌ଜିରେ ବଡ଼ ସମାବେଶ ହେବ।

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମୁଖ୍ୟ ଦାବି ରହିବ।

ପାଠ୍ୟପୁସ୍ତକ ଠାରୁ ଏମ୍‌ଏମ୍‌ଡିଆର୍ ଯାଏ ପ୍ରସଙ୍ଗକୁ ନେଇ ବିଭିନ୍ନ ସଂଗଠନ ବି ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି।

ପୁଣି ବିଭିନ୍ନ କର୍ମଚାରୀ ସଂଗଠନ ସେମାନଙ୍କ ଦାବିକୁ ନେଇ ଧାରଣା, ବିକ୍ଷୋଭ ଆରମ୍ଭ କରିଦେଲେଣି।

Advertisment Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର "ୱେଡିଂ ସି‌ଗ୍‌ନେଚର୍ସ" ଏମିତି ଏକ ଆକଳନ ଭିତରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ।

ଏଥିରେ ମାତ୍ର ୯ଟି କାର୍ଯ୍ୟଦିବସ ରହିଛି।

ସରିବ ଅକ୍ଟୋବର ୩ ତାରିଖରେ।

ଅବଧି ସ୍ବଳ୍ପ ହେଲେ ବି ବିଗତ ଦିନର ଘଟଣାକ୍ରମକୁ ଦେଖିଲେ ଏହା ସର୍ବାଧିକ ଚର୍ଚ୍ଚିତ ଅଧିବେଶନ ହେବ।

ଗତ ବଜେଟ୍ ଅଧିବେଶନରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସମ୍ବେଦନଶୀଳ ଘଟଣା ଘଟିଯାଇଛି, ଯାହା କି ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ।

ତେଣୁ ବିରୋଧୀଙ୍କ ହାତରେ ପ୍ରସଙ୍ଗ ମାଳ ମାଳ।

ଡିଜିପି ନିଯୁକ୍ତିକୁ ନେଇ ସରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି।

କାମଚଳା ଡିଜିପି ଏବେ ଦାୟିତ୍ବରେ ରହିଛନ୍ତି।

ସେମିତି ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ହେଉନି ବୋଲି ବିରୋଧୀ ଏ ଯାଏ ଅଭିଯୋଗ କରୁଥିଲେ।

କିନ୍ତୁ ଶାସକ ଦଳର ସାଂସଦ ଓ ବିଧାୟକମାନେ ଖୋଲା ଚିଠି ଲେଖି ପରୋକ୍ଷରେ ବିରୋଧୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି।

ଫଳରେ ବିରୋଧୀଙ୍କୁ ଏକ ବଡ଼ ଅସ୍ତ୍ର ମିଳିଯାଇଛି।

ବିଧାନସଭା ଭିତରେ ବିରୋଧୀ ଘେରିବେ, ଗୃହ ଚାଲିବନି ବିଜେଡିର ୨୨ରେ, ଇଣ୍ଡି ମେଣ୍ଟର ୨୯ରେ ବିଧାନସଭା ଘେରାଉମୁକାବିଲା ପାଇଁ ରଣନୀତି କରୁଛି ଶାସକ ଦଳ ଶାସକ ଦଳ ଯେ ବିରୋଧୀଙ୍କୁ ଖୋଲା ଛାଡ଼ିଦେବ, ତାହା ନୁହେଁ।

ଏହା ନିଶ୍ଚିତ ଯେ ପାଠ୍ୟପୁସ୍ତକ ତ୍ରୁଟି, ଏମ୍‌ଏମ୍‌ଡିଆର୍ ଆଦି ପ୍ରସଙ୍ଗରେ ସରକାର ବ୍ୟାକ୍ ଫୁଟ୍‌ରେ ଅଛନ୍ତି।

ସ୍କୁୁଲରେ ଷାଣ୍ମାସିକ ପରୀକ୍ଷା ପାଖେଇ ଆସିଥିଲେ ବି ସରକାର ତ୍ରୁଟିମୁକ୍ତ ବହି ଦେଇପାରିଲେ ନାହିଁ।

ଏମ୍‌ଏମ୍‌ଡିଆର୍‌ ପ୍ରସଙ୍ଗରେ ସରକାର ଅଧିକ ଅକଳରେ ପଡ଼ିଛନ୍ତି।

ଏହି ପ୍ରସଙ୍ଗରେ ବିରୋଧୀମାନେ ଲଗାତାର ଭାବେ ଆକ୍ରମଣାତ୍ମକ ଭୂମିକାରେ ରହିଛନ୍ତି।

ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ନିୟମିତ ଭାବେ ସଭାସମିତି କରାଯାଇ ଏହି ଆଇନର ପ୍ରତିବାଦ କରାଯାଉଛି।

ଓଡ଼ିଶା ଏହା ଦ୍ବାରା ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ଏକ ଜନମତ ସୃଷ୍ଟି ହୋଇଛି।

ବିଜେପି କିମ୍ବା ସରକାରଙ୍କ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଉଥିଲେ ବି ତାହା ପ୍ରଭାବୀ ସାବ୍ୟସ୍ତ ହୋଇପାରୁନି।

ତେଣୁ ବିଧାନସଭା ଅଧିବେଶନ ବେଳେ ବିରୋଧୀଙ୍କୁ କିପରି ଜବାବ ଦିଆଯିବ, ସେଥି ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି।

ପ୍ରତି ଅଧିବେଶନ ପରି କେବଳ ୨୪ ବର୍ଷର ଉଦାହରଣ ଦେଇ ବିଜେଡିକୁ କାଉଣ୍ଟର୍ କଲେ ତାହା ଏତେ ଧରୁ ନାହିଁ।

ତେଣୁ ଦଳର ନୂଆ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।

Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର "ୱେଡିଂ ସି‌ଗ୍‌ନେଚର୍ସ" ବାଚସ୍ପତି ସୁରମା ପାଢ଼ୀ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବେ।

ଆସନ୍ତା ୨୧ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ।

ସେହି ଦିନ ବିଭିନ୍ନ ଦଳର ବୈଠକ ହୋଇ ରଣନୀତି ଚୂଡ଼ାନ୍ତ ହେବ।

ବିଧାନସଭା ବାହାରେ ବିକ୍ଷୋଭ, ସମାବେଶକୁ ସଫଳ କରିବା ପାଇଁ ବିରୋଧୀ ଦଳ ତୁହାକୁ ତୁହା ବୈଠକ କରୁଛନ୍ତି।

୨୯ ତାରିଖ ସମାବେଶକୁ ସଫଳ କରିବାକୁ ଇଣ୍ଡି ମେଣ୍ଟର ନିୟମିତ ପ୍ରସ୍ତୁତି ବୈଠକ ଜାରି ରହିଛି।

ସେହିପରି ୨୨ ଓ ୨୩ ତାରିଖ ବିଜେଡିର ଯୁବ ଓ ଛାତ୍ର ସମାବେଶକୁ ସଫଳ କରିବା ପାଇଁ ଶଙ୍ଖ ଭବନରେ ଆଜି ପ୍ରସ୍ତୁତି ବୈଠକ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)