ଦାୟିତ୍ଵ ପାଉ ପାଉ ଓଡ଼ିଶା ଗସ୍ତରେ ବିଜେପିର ନୂଆ ପ୍ରଭାରୀଙ୍କ ଓଡ଼ିଶା ଗସ୍ତ।

Oct 04, 2026 - 20:00
ଦାୟିତ୍ଵ ପାଉ ପାଉ ଓଡ଼ିଶା ଗସ୍ତରେ ବିଜେପିର ନୂଆ ପ୍ରଭାରୀଙ୍କ ଓଡ଼ିଶା ଗସ୍ତ।

ଭୁବନେଶ୍ୱର : ଦାୟିତ୍ଵ ପାଉ ପାଉ ଓଡ଼ିଶା ଗସ୍ତରେ ବିଜେପିର ନୂଆ ପ୍ରଭାରୀଙ୍କ ଓଡ଼ିଶା ଗସ୍ତ। ରାଜ୍ୟ ପଦାଧିକାରୀ, ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ସହ ମାରାଥନ ବୈଠକ କରିଛନ୍ତି ଡି. ପୁରନ୍ଦେଶ୍ଵରୀ। ସଂଗଠନ ସଜାଡ଼ିବା ଏବଂ ପଞ୍ଚାୟତ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି। ବିଜେପି ରାଜ୍ୟ ପ୍ରଭାରୀଙ୍କ ପ୍ରଥମ ଗସ୍ତରେ ଆଲୋଚନା ହୋଇଛି, କିପରି ଦଳକୁ କେମିତି ଆହୁରି ମଜବୁତ କରାଯିବ। ପଂଚାୟତ ନିର୍ବାଚନ ଜିତିବାକୁ ପ୍ରସ୍ତୁତ ହୋଇଛି ଖସଡ଼ା । ବର୍ତ୍ତମାନ ଦଳର ନେତାଙ୍କ ମନୋଭାବ କିପରି ରହିଛି ତା ଉପରେ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟ ପ୍ରଭାରୀ କହିଛନ୍ତି, ବିଜେପିକୁ ମଝଭୁତ କରିବା ହିଁ ଆମର ଲକ୍ଷ୍ୟ। ଏହା ସହ ଆଗକୁ ଦଳ କେମିତି ଯିବ ତା ଉପରେ ବିଶେଷ ଫୋକସ ଦିଆଯାଇଛି।

ରାଜଧାନୀରେ ଏମଏମଡିଆର ନେଇ ସଫଳ ପ୍ରତିବାଦ ସଭା ପରେ ବଢ଼ିଛି ବିଜେଡିର ଜୋଶ।  ପଂଚାୟତ ଓ ପୌର ନିର୍ବାଚନ ନେଇ ବିଜେପିର ମାନସ ମନ୍ଥନ ଉପରେ ବିଜେଡି କହିଛି,  ଆମେ ସବୁବେଳେ ଲୋକଙ୍କ ସେବାରେ ଅଛୁ। ପଞ୍ଚାୟତ ନିର୍ବାଚନ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ। ଏପରିକି ବିଜେପି ପ୍ରଭାରୀ ଦଳୀୟ ବୈଠକରେ ବିଜେପି ସହଜ ସ୍ଥିତିରେ ନ ଥିବା କହିଥିବା ଦାବି କରିଛନ୍ତି ବିଜେଡି ବିଧାୟକ। ବିଜେପି ନିଜେ ଆତଙ୍କିତ ଥିବା ଜଣାପଡୁଛି ବୋଲି ବିଜେଡି କହିଛି। ସେପଟେ ସରକାର ବିରୋଧରେ ଥିବା ଜନ ଅସନ୍ତୋଷକୁ ଆଧାର କରି ଆଗକୁ ବଢୁଛି କଂଗ୍ରେସ ଓ ପଂଚାୟତ ନିର୍ବାଚନରେ ଭଲ ରେଜଲ୍ଟ କରିବ ବୋଲି  କହିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ମହମ୍ମଦ ମୋକିମ କହିଛନ୍ତି, ପଞ୍ଚାୟତ ଆମ ପାଇଁ ମାପକାଠି।

ପଞ୍ଚାୟତ ଓ ପୌର ନିର୍ବାଚନ ଯଦି ଠିକ ସମୟରେ ହୁଏ, ତା ହେଲେ ହାତରେ ଆଉ ୬ ମାସରୁ କମ୍ ସମୟ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ୍ ଲଢେଇ ପାଇଁ ସବୁ ଦଳରେ ପ୍ରସ୍ତୁତି ଜୋରଦାର ଚାଲିଛି। …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)