ଦଶହରାରେ ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ ବଳଦ ଯାତ୍ରା

Oct 17, 2026 - 18:04
ଦଶହରାରେ ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ ବଳଦ ଯାତ୍ରା

ଭୁବନ  : ଐତିହାସିକ ବଳଦ ଯାତ୍ରାରେ କମ୍ପିବ ଭୁବନ ସହର । ଦଶହରାରେ ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ । ବିଜୟା ଦଶମୀ ଏବଂ ଏକାଦଶୀ ଦୁଇ ଦିନ ଧରି ରାତ୍ର ସମୟରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ବଳଦିଆ କମିଟି ପକ୍ଷରୁ ବଳଦିଆଙ୍କୁ ଗୁଆ ନଡ଼ିଆ ଦେଇ ବଳଦ ବରଣୀ କରାଯାଇଛି । ରୀତିନୀତି ଅନୁଯାୟୀ ଶୁଭ ଖୁଣ୍ଟି ସ୍ଥାପନ ସରିଛି । ବିଭିନ୍ନ ବଳଦ କମିଟି ପକ୍ଷରୁ ଭଳିକି ଭଳିକି ମେଢ ପ୍ରସ୍ତୁତି ଜାରି ରହିଥିବା ବେଳେ ମାଆଙ୍କ ମୂର୍ତ୍ତି କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି ।…

ତେବେ ବଳଦ ଯାତ୍ରା ପାଇଁ ଆଉ ମିଳୁ ନାହାଁନ୍ତି ବଳଦ । ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ଚାଷ କାମ କରୁଥିବାରୁ ବଳଦ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ବଳଦ ଯାତ୍ରା ପାଇଁ ବଳଦିଆ କମିଟି ଗାଁ କୁ ଗାଁ ବୁଲି ବଳଦ ଆଣୁଛନ୍ତି । ନୂଆ ବଳଦ ହୋଇଥିବାରୁ ସେମାନଙ୍କୁ ଦୁଇ ମାସ ପୂର୍ବରୁ ସଜାଇ ଅଭ୍ୟାସ କରାଯାଉଛି । …

ବଳଦ ଯାତ୍ରା ପାଇଁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାନୀୟ ଜଳ, ପରିମଳ, ଆଲୋକୀକରଣ ଆଦିର ବ୍ୟବସ୍ଥା କରାଯାଇଛି । ଡିଜେକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)