Gold: ଭାରତକୁ ସବୁଠାରୁ ଅଧିକ ସୁନା କିଏ ବିକ୍ରି କରେ?

Oct 17, 2026 - 18:14
Gold: ଭାରତକୁ ସବୁଠାରୁ ଅଧିକ ସୁନା କିଏ ବିକ୍ରି କରେ?

"ନୂଆଦିଲ୍ଲୀ: ଭାରତରେ ସୁନା ପ୍ରତି ଲୋକଙ୍କ ଆଗ୍ରହ ଏବଂ ଚାହିଦା ସର୍ବଦା ଶୀର୍ଷରେ ରହିଥାଏ।

ବିଶେଷକରି ବିବାହ ତଥା ବିଭିନ୍ନ ପର୍ବପର୍ବାଣୀ ସମୟରେ ଦେଶରେ ସୁନାର ଆମଦାନୀ ବହୁମାତ୍ରାରେ ବଢ଼ିଯାଏ।

କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଭାରତକୁ ସବୁଠାରୁ ଅଧିକ ସୁନା ଯୋଗାଉଥିବା ଦେଶ କିଏ?

ଏବଂ ଯେଉଁ ଦେଶର ମାଟିରେ ନିଜସ୍ୱ ସୁନା ଖଣି ନାହିଁ, ସେ କିପରି ବିଶ୍ୱର ସବୁଠାରୁ ବଡ଼ ସୁନା ରପ୍ତାନିର କେନ୍ଦ୍ର ପାଲଟିଛି?Advertisment ସ୍ୱିଜରଲାଣ୍ଡ: ବିଶ୍ୱର ସୁନା ବଜାରର ମୁଖ୍ୟ କେନ୍ଦ୍ରସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁ ସ୍ୱିଜରଲାଣ୍ଡର ନିଜସ୍ୱ ଭୂମିରେ ଗୋଟିଏ ବି ସୁନା ଖଣି ନାହିଁ, ସେହି ଦେଶ ହିଁ ବିଶ୍ୱର ସବୁଠାରୁ ଅଧିକ ସୁନା ରପ୍ତାନି କରେ ଏବଂ ଭାରତକୁ ସବୁଠାରୁ ଅଧିକ ସୁନା ଆମଦାନୀ କରୁଥିବା ମୁଖ୍ୟ ଦେଶ ।

ଭାରତ ପ୍ରାୟତଃ ଏହାର ମୋଟ ସୁନା ଆମଦାନୀର ଏକ ବଡ଼ ଭାଗ (ପ୍ରାୟ ୪୦%) ସ୍ୱିଜରଲାଣ୍ଡରୁ ହିଁ ମଗାଇଥାଏ।

ଆହୁରି ପଢନ୍ତୁ: Earthquake: ଭାରତରେ ଭୂମିକମ୍ପ ହେବାର ୬ ଘଣ୍ଟା ପରେ ଥରିଲା ପାକିସ୍ତାନ: ବଲୁଚିସ୍ତାନର ଖୁଜଦାରରେ ୫.୮ ତୀବ୍ରତାଯୁକ୍ତ ଶକ୍ତିଶାଳୀ ଭୂମିକମ୍ପ ସ୍ୱିଜରଲାଣ୍ଡ ପାଖରୁ ଏତେ ସୁନା କେଉଁଠୁ ଆସେ?ସ୍ୱିଜରଲାଣ୍ଡ ପାଖରେ ବିଶ୍ୱମାନର ଅତ୍ୟାଧୁନିକ ସୁନା ରିଫାଇନାରୀ ରହିଛି।

ଏହି ଦେଶ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସୁନା ଆମଦାନି କରିଥାଏ ଏବଂ ପୁରୁଣା ସୁନାକୁ ପୁନଃଚକ୍ରଣ କରି ଶୁଦ୍ଧ ସୁନାରେ ପରିଣତ କରେ।

ଏହି ଉନ୍ନତ ପ୍ରକ୍ରିୟା ଏବଂ ବିଶ୍ୱସ୍ତରୀୟ ରିଫାଇନିଂ କ୍ଷମତା ଯୋଗୁଁ ସ୍ୱିଜରଲାଣ୍ଡ ଭାରତ ସମେତ ସମଗ୍ର ବିଶ୍ୱକୁ ସୁନା ଯୋଗାଣ କରିବାରେ ସର୍ବପ୍ରଥମ ସ୍ଥାନରେ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)