ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ କରିଥିବା ଜେନ-ଜିଙ୍କ ମଧ୍ୟରେ ଜଣେ ନାବାଳକ, ଆଉ ଜଣେ ଚଲାଉଥିଲେ ରାପିଡୋ

Oct 19, 2026 - 13:36
ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ କରିଥିବା ଜେନ-ଜିଙ୍କ ମଧ୍ୟରେ ଜଣେ ନାବାଳକ, ଆଉ ଜଣେ ଚଲାଉଥିଲେ ରାପିଡୋ

ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ କରିଥିବା ଜେନ-ଜିଙ୍କ ମଧ୍ୟରେ ଜଣେ ନାବାଳକ, ଆଉ ଜଣେ ଚଲାଉଥିଲେ ରାପିଡୋ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ ଷ୍ଟାର ଟାଇଗର ଶ୍ରଫଙ୍କୁ ଗୁଳି ମାରିଥିବା ତିନି ଅଭିଯୁକ୍ତଙ୍କ ଚିହ୍ନଟ ହେବା ସହ ସେମାନଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ୧୭, ୧୮ ଓ ୨୨ ବର୍ଷର ବୋଲି କୁହାଯାଉଛି । ଜଣେ ନାବାଳକ ହୋଇଥିବା ବେଳେ ୨୨ ବର୍ଷିୟ ଅଭିଯୁକ୍ତ ମୁମ୍ବାଇରେ ରାପିଡୋ ଚଲାଉ ଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହରିୟାଣାର ହୋଇଥିବା ବେଳେ ଅନ୍ୟ ଜଣେ ବିହାରର ବୋଲି କୁହାଯାଉଛି । ଗିରଫ ହେବା ପରେ ସେମାନଙ୍କୁ ମୁମ୍ବାଇ ଆଣିବାକୁ ପ୍ରସ୍ତୁତି ଚାଲିଛି ।

ଟାଇଗରଙ୍କ ଉପରେ କରୁଥିଲେ ରେକି

ସୂଚନା ଅନୁସାରେ, ଅଭିଯୁକ୍ତମାନେ ଟାଇଗରଙ୍କ ସମେତ ତାଙ୍କ ଘର, ଜିମରେ ରେକି କରୁଥିଲେ । ପ୍ରାୟ ୧୦ ଦିନ ହେବ ସେମାନେ ଟାଇଗରଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଥିଲେ । ଅଭିଯୁକ୍ତଙ୍କୁ ସୋସିଆଲ ମିଡିଆରେ ପାପରାଜି ଓ ବ୍ଲଗର୍ସଙ୍କ ଭିଡିଓ ଜରିଆରେ ଟାଇଗରଙ୍କ ଗତିବିଧିର ସୂଚନା ମିଳୁଥିଲା । ଆଉ ଏହି ସୂଚନାକୁ ଆଧାର କରି ସେମାନେ ନିୟମିତ ଉକ୍ତ ସ୍ଥାନକୁ ଯାତାୟାତ କରୁଥିଲେ । ହ୍ବାଟ୍ସଆପ ଓ ସିଗନାଲ ଆପ୍ ଜରିଆରେ ଅଭିଯୁକ୍ତମାନେ ହ୍ୟାଣ୍ଡଲର ସହ ସମ୍ପର୍କରେ ରହୁଥିଲେ । ଏହି ଆପରେ ସେମାନଙ୍କୁ କ୍ରାଇମ ସ୍ପଟର ଲୋକେଶନ ମଧ୍ୟ ସେୟାର କରାଯାଇଥିଲା ।

କିଏ ଏହି ଅଭିଯୁକ୍ତମାନେ ?

ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ୧୭ ବର୍ଷିୟ ନାବାଳକ ଅଛନ୍ତି । ତାଙ୍କ ଘର ହରିୟାଣାର ସୋନିପତ ଜିଲ୍ଲା ବରୋଦା ଠୁଠାନରେ ବୋଲି କୁହାଯାଉଛି । ଅନ୍ୟତମ ଅଭିଯୁକ୍ତର ବୟସ ୧୮ ବର୍ଷ ଓ ତାଙ୍କ ନାଁ ରେହାନ ବୋଲି ଜଣାପଡିଛି । ସେ ସୋନିପତର ଇଦଗାହ କଲୋନୀ ବାସିନ୍ଦା । ରେହାନ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ଏଥିରେ ଆର୍ମ୍ସ ଆକ୍ଟରେ ଏକ ମାମଲା ରହିଛି । ତୃତୀୟ ଅଭିଯୁକ୍ତ ୨୨ ବର୍ଷିୟ ରୋଶନ ବିହାରର ବେଗୁସରାୟ ଜିଲ୍ଲା ପିପରାଇ ଗାଁର ବାସିନ୍ଦା । ମୁମ୍ବାଇ ଅନ୍ଧେରୀ ଓ୍ବେଷ୍ଟରେ ଊର୍ଦ୍ଦୁ ସ୍କୁଲ ପାଖ ଗିଲ ବର୍ଲି ଅଞ୍ଚଳରେ ରହୁଥିଲେ । ସେ ମୁମ୍ବାଇରେ ରାପିଡୋ କାମ କରୁଥିଲା । ତିନି ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟା ରେଲଓ୍ବେ ଷ୍ଟେସନରୁ ଗିରଫ କରାଯାଇଛି । ସେମାନେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ଥିଲେ ।

ସୂଚନାଯୋଗ୍ୟ, ଗତକାଲି ଅର୍ଥାତ ଅକ୍ଟୋବର ୧୮ରେ ଟାଇଗର ଫୁଟବଲ ଖେଳି ନିଜ କାରରେ ଫେରୁଥିବା ବେଳେ ପ୍ରଶଂସକଙ୍କୁ ଅଭିବାଦନ ଦେଉଥିଲେ । ଏହି ସମୟରେ ତିନି ଜଣ ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ଗୁଳିମାଡ଼ କରିବା ସହ ଫେରାର ହୋଇଯାଇଥିଲେ ।

ଟାଇଗରଙ୍କ ଉପରେ ଆକ୍ରମଣ କରିଥିବା ନେଇ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ଅନିଲ ପଣ୍ଡିତ ଏବଂ ହରମନ ସିନ୍ଧୁ ଦାବି କରିଛି । ଏହାସହ ସଲମାନ ଖାନଙ୍କ ସହ କାମ କରୁଥିବା ଲୋକଙ୍କ ଅବସ୍ଥା ଏମିତି ହେବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ଦାବିର ସତ୍ୟାସତ୍ୟ ଏବେ ଜଣାପଡିନି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସଲମାନ ଖାନ ଏବଂ ରୋହିତ ସେଠୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ସେତେବେଳେ ବି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)