ଚାଲିଥିଲା ରାମାୟଣ ନାଟକ, ମଞ୍ଚ ଉପରେ ଟଳିପଡିଲେ ହନୁମାନ ବେଶରେ ଅଭିନୟ କରୁଥିବା କଳାକାର

Nov 25, 2026 - 12:03
ଚାଲିଥିଲା ରାମାୟଣ ନାଟକ, ମଞ୍ଚ ଉପରେ ଟଳିପଡିଲେ ହନୁମାନ ବେଶରେ ଅଭିନୟ କରୁଥିବା କଳାକାର

ଗଞ୍ଜାମ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ରାମାୟଣ ନାଟକରେ ହନୁମାନ ଭୂମିକାରେ ଅଭିନୟ କରୁଥିବା ଜଣେ କଳାକାରଙ୍କ ମଞ୍ଚ ଉପରେ ହିଁ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କୌଡ଼ିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଗ୍ରାମରେ ଏକ ରାମାୟଣ ନାଟକ ପରିବେଷଣ କରାଯାଉଥିଲା। ଏଥିରେ ସ୍ଥାନୀୟ ଯୁବକ ମିଥୁନ ପ୍ରଧାନ ହନୁମାନ ଭୂମିକାରେ ଅଭିନୟ କରୁଥିଲେ।

ନାଟକ ଚାଲିଥିବା ସମୟରେ ମିଥୁନ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହୁଥିଲେ। ମାତ୍ର ଅଭିନୟ କରୁଥିବା ବେଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରି ମଞ୍ଚ ଉପରେ ଟଳି ପଡ଼ିଥିଲେ। ସହ-ଅଭିନେତା ଓ ଗ୍ରାମବାସୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆଡ଼ପଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ଯେ, ହୃଦଘାତ କାରଣରୁ ମିଥୁନଙ୍କ ମୃତ୍ୟୁ ଘଟିଛି। ଜଣେ ଉଦୀୟମାନ କଳାକାରଙ୍କ ଏଭଳି ଅକାଳ ବିୟୋଗରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମିଥୁନ ନିଜର ନିଖୁଣ ଅଭିନୟ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ପରିଚିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)