ଗେଟ୍ ରେ ତାଲା ଭିତରେ ପାଲା

Oct 22, 2026 - 18:50
ଗେଟ୍ ରେ ତାଲା ଭିତରେ ପାଲା

ଭୁବନେଶ୍ବର: ଗେଟ୍ ରେ ତାଲା ଭିତରେ ପାଲା । ସତ ଚେଷ୍ଟା ପରେ ବି ସାରିଦେଲେ ଲୁଟେରା । ଟଙ୍କା ଠୁ ସୁନା, କିଛି ଛାଡ଼ିଲେନି । ରାବଣ ପୋଡ଼ିରେ ବଞ୍ଜାରାଙ୍କ ରାଜ୍ । ପ୍ରବଳ ପ୍ରସ୍ତୁତି । ପ୍ରି ପ୍ଲାନ ସାଙ୍ଗକୁ ପାଟ୍ରୋଲିଂ । ପୋଲିସର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଲୁଟେରା ଓ ଛିନତାଇ ଗ୍ୟାଙ୍ଗର ହଲ୍ଲାବୋଲ । କେତେବେଳେ ଘରେ ପଶି ଲୁଟିଲେଣି ତ ଆଉ କେତେବେଳେ ମଣ୍ଡପ ରୁ ଝାମ୍ପିଲେଣି । ସପ୍ତମୀ ରୁ ଦଶମୀ ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ପାଖାପାଖି ୨ ଶହ ମୋବାଇଲ , ୨୦ ରୁ ଅଧିକ ସୁନାଚେନ ଲୁଟ ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ପ୍ରମୁଖ ପୂଜା ମଣ୍ଡପମାନଙ୍କରେ ଦାମୀ ସାମଗ୍ରୀ ଲୁଟ ବେଳେ କିଛି ବଂଜାରା ଗ୍ରୁପକୁ କାବୁ କରିଛି ପୋଲିସ । ପଚରାଉଚରା ବେଳେ ସେମାନେ ବେଲୁନ, ଗୋପାଳ ଫୁଲ ବିକିବା ଆଳରେ ଲୁଟ କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ପୁରୁଣା ଷ୍ଟେସନ ବଜାରରେ ମହିଳା ଭକ୍ତଙ୍କ ଭ୍ୟାନିଟି ବ୍ୟାଗ କାଟୁଥିବା ବେଳେ ଭଲ୍ୟୁଣ୍ଟିୟର ଏକ ବଂଜାରା ଗ୍ରୁପକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ସେହିପରି ବରମୁଣ୍ଡା ପଡିଆରେ ରାବଣ ପୋଡି ଚାଲିଥିବା ବେଳେ ଗାଡି, ଚେନ, ମୋବାଇଲ ଲୁଟ ନେଇ ହୋଇଛି ଖଣ୍ଡଗିରି ଥାନାରେ ଅଭିଯୋଗ ।

ଏପଟେ ଘର ଉପରେ ନଜର ପକାନ୍ତୁ । ସ୍ଥାନ ସହିଦନଗର ଥାନା ଅନ୍ତର୍ଗତ ଟେଲିକମ୍ କଲୋନୀ । ପରିବାର ଲୋକେ ଦଶହରାରେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଲୁଟେରା ତାଲା କାଟି ଲୁଟିନେଇଛନ୍ତି ୮ ଲକ୍ଷ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଓ ଲ୍ଯାପଟପ । ଖବର ପାଇ ପୋଲିସ ଆରମ୍ଭ କରିଛି ଛାନବିନ । ସ୍ଥାନୀୟ କିଛି ଲୁଟେରା ପୂର୍ବରୁ ରେକି କରି ଲୁଟପାଟ କରିଥିବା ସୁରାକ ପାଇଛି ପୋଲିସ । ଆଜି ମଧ୍ୟ ସହରର ବିଭିନ୍ନ ସ୍ଥାନରେ ମାଆଙ୍କୁ ମେଲାଣି ଦିଆଯାଉଛି । ଆଇନଶୃଙ୍ଖଳା ଓ ଲୁଟେରାଙ୍କୁ ନଜର ପାଇଁ ସହରରେ ମୁତୟନ ହୋଇଛନ୍ତି ୪୮ ପ୍ଲାଟୁନ ଫୋର୍ସ । ଭସାଣି ଶୋଭାଯାତ୍ରା ଦେଖୁଥିବା ବେଳେ ବଂଜାରା ଲୁଟେରା ପୁଣି ଆକ୍ଟିଭ ହେବାର ସମ୍ଭାବନା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)