France Violent: ଫ୍ରାନ୍ସ ଦଙ୍ଗା ଓ ଭାରତରେ ବିକ୍ଷୋଭ ପଛରେ ଅନ୍ତର୍ଜାତୀୟ ନେଟ୍‌ୱର୍କ!

Oct 22, 2026 - 18:52
France Violent: ଫ୍ରାନ୍ସ ଦଙ୍ଗା ଓ ଭାରତରେ ବିକ୍ଷୋଭ ପଛରେ ଅନ୍ତର୍ଜାତୀୟ ନେଟ୍‌ୱର୍କ!

ନୂଆଦିଲ୍ଲୀ: ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ ଏବଂ ଭାରତ ସମେତ ବିଭିନ୍ନ ଦେଶରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ସମ୍ପର୍କ ଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି।

ଆମେରିକାର ଫକ୍ସ ନ୍ୟୁଜ୍ ଡିଜିଟାଲ୍‌ର ଅନୁସନ୍ଧାନ ଅନୁଯାୟୀ, ୧୩ଟି ଦେଶର ୧୦୧ଟି ସଂଗଠନ ବିକ୍ଷୋଭର ଆୟୋଜନ, ସମନ୍ୱୟ ଅଥବା ପ୍ରଚାରପ୍ରସାରରେ ସମ୍ପୃକ୍ତ ଥିବା ଚିହ୍ନଟ କରାଯାଇଛି।

ଏହି ନେଟ୍‌ୱର୍କରେ ବାମପନ୍ଥୀ, ସମାଜବାଦୀ ସଂଗଠନ, ଶ୍ରମିକ ସଂଘ ଓ ବିଭିନ୍ନ ଅଧିକାରଭିତ୍ତିକ ଗୋଷ୍ଠୀ ରହିଥିବା ରିପୋର୍ଟରେ କୁହାଯାଇଛି।

Advertisment ଫ୍ରାନ୍ସରେ ଶିକ୍ଷାନୁଷ୍ଠାନଗୁଡ଼ିକର ଅବସ୍ଥା, ଶିକ୍ଷାର ମାନ ଓ ସରକାରଙ୍କ ଆର୍ଥିକ ନୀତିକୁ ନେଇ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ କ୍ରମେ ବ୍ୟାପକ ରୂପ ନେଇଥିଲା।

ଗତ ୧୭ ଅକ୍ଟୋବରରେ ପ୍ୟାରିସ୍‌ ସମେତ ଫ୍ରାନ୍ସର ବିଭିନ୍ନ ସହରରେ ବିକ୍ଷୋଭ ସମୟରେ ହିଂସା, ଭଙ୍ଗାରୁଜା ଓ ଲୁଟ୍‌ପାଟ୍‌ ଘଟିଥିଲା।

ଏଥିରେ ଛାତ୍ରଛାତ୍ରୀଙ୍କ ସହ ଶ୍ରମିକ ସଂଗଠନ, ବାମପନ୍ଥୀ ଗୋଷ୍ଠୀ ସାମିଲ ହୋଇଥିଲେ।

ଆମେରିକୀୟ ରିପୋର୍ଟରେ ଦାବି ରିପୋର୍ଟରେ ଭାରତରେ ଚାଲିଥିବା ବିକ୍ଷୋଭ ସହ ଫ୍ରାନ୍ସ ଆନ୍ଦୋଳନର ସମ୍ଭାବ୍ୟ ସମ୍ପର୍କ ଉପରେ ମଧ୍ୟ ଆଲୋକପାତ କରାଯାଇଛି।

ଫ୍ରାନ୍ସରେ ଥିବା 'ଇଣ୍ଡିଆନ୍ ଆଲାଏନ୍ସ ପ୍ୟାରିସ୍‌' ନାମକ ସଂଗଠନ ଉଭୟ ଦେଶର ଯୁବ ଆନ୍ଦୋଳନ ମଧ୍ୟରେ ସମାନତା ଦର୍ଶାଇ ସାମାଜିକ ଗଣମାଧ୍ୟମରେ ସମର୍ଥନ ଜଣାଇଥିବା ଉଲ୍ଲେଖ ରହିଛି।

ଏହା ସହ ଆମେରିକାର 'ବ୍ରେକ୍‌ଥ୍ରୁ ନ୍ୟୁଜ୍‌' ଭଳି ଗଣମାଧ୍ୟମ ସଂସ୍ଥା ବିଭିନ୍ନ ଦେଶର ବିକ୍ଷୋଭର ଖବର ପ୍ରସାର କରିଥିବା କୁହାଯାଇଛି।

Houthi Rebels: ହୁତି ବିଦ୍ରୋହୀଙ୍କ ଦାବି, ୧୪ ଭାରତୀୟ ଥିବା ଜାହାଜ ଉପରେ ସାଉଦି ଆରବ ଆକ୍ରମଣ କରିଛି ଆନ୍ଦୋଳନଗୁଡ଼ିକୁ କେବଳ ଶିକ୍ଷା କିମ୍ବା ଜୀବନଧାରଣ ଖର୍ଚ୍ଚ ବୃଦ୍ଧି ପ୍ରସଙ୍ଗରେ ସୀମିତ ନ ରଖି ପୁଞ୍ଜିବାଦ, ସରକାରୀ ବ୍ୟୟ ହ୍ରାସ, ପୁଲିସ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ରାଜନୈତିକ ପ୍ରସଙ୍ଗ ସହ ଯୋଡ଼ାଯାଉଥିବା ରିପୋର୍ଟରେ ଦାବି କରାଯାଇଛି।

ତେବେ ବିକ୍ଷୋଭରେ ସମର୍ଥନ ଜଣାଇବା, ପ୍ରଚାର କରିବା ଓ ଆନ୍ଦୋଳନକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରିବା ଭିନ୍ନ ଭିନ୍ନ କଥା।

ଏହି ୧୦୧ଟି ସଂଗଠନ ସମସ୍ତ ଆନ୍ଦୋଳନକୁ ମିଳିତ ଭାବେ ପରିଚାଳନା କରୁଥିବା ନେଇ ସ୍ୱତନ୍ତ୍ର ପ୍ରମାଣ ସାର୍ବଜନୀନ ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)