କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ, ପୁଣି ସୁପ୍ରିମକୋର୍ଟରେ ଫେରାଦ ହେବେ ସରକାର

Oct 21, 2026 - 18:00
କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ, ପୁଣି ସୁପ୍ରିମକୋର୍ଟରେ ଫେରାଦ ହେବେ ସରକାର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ନିର୍ବାଚନ ବିବାଦ ପ୍ରସଙ୍ଗରେ ପୁଣି ଥରେ ସୁପ୍ରିମକୋର୍ଟରେ ଫେରାଦ ହେବେ ରାଜ୍ୟ ସରକାର। କୋରାପୁଟ ଜିଲ୍ଲାର ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ନିର୍ବାଚନ କରାଯିବା ଯୋଜନାକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ କୋର୍ଟର ଅବମାନନା କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଇଥିବାରୁ ଏହା ବିରୋଧରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କୋରାପୁଟ ଉପଜିଲ୍ଲାପାଳ ତଥା ଆଇଏଏସ ଅଧିକାରୀ ଫବି ରସିଦ ସୂଚନା ଦେଇଛନ୍ତି । ଆଜିଠାରୁ ସେ ୩ ଦିନିଆ କୋଟିଆ ଗସ୍ତ କରିବେ। ସେଠାରେ ପହଞ୍ଚି କୋଟିଆ ପଞ୍ଚାୟତର ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ଓ ସ୍ଥିତି ଅନୁଧ୍ୟାନ କରିବେ। ଓଡ଼ିଶାର ଅଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି । ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଲଙ୍ଘି ଆନ୍ଧ୍ରର ଏପରି ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଇନଗତ ଲଢ଼େଇକୁ ଆହୁରି ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। କୋଟିଆ ସୀମାନ୍ତ ବିବାଦ ଓ ଆନ୍ଧ୍ରର ଏଭଳି ଅନଧିକାର ପ୍ରବେଶକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ ଆଇନଗତ ପଦକ୍ଷେପ ଜାରି ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)