ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ

Sep 02, 2026 - 13:41
ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ : ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା କି ମନ୍ଦିର । ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଚୂଳ l ଯାହାକୁ ଦେଖି ଉଠିଛି ନାନା ପ୍ରଶ୍ନ।  ଗଞ୍ଜାମ  ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ l ସମୁଦ୍ର ବେଳାଭୂମିରେ ମାଟି ତଳେ ପୋତି ହୋଇ ରହିଛି ଏହି ରହସ୍ୟମୟ ଚୂଳ l ସମୁଦ୍ର କୂଳରେ ଏହା ଦୃଶ୍ୟମାନ ହେଉଥିବା ବେଳେ ମାଟି ତଳେ ମନ୍ଦିର ରହିଛି ନା କେବଳ ମନ୍ଦିରର ଚୁଳ ରହିଛି ତାହା ଏବେ ରହସ୍ୟ ଘେରରେ l

ଦିନେ ଏଠାରେ ଜନ ବସତି ରହିଥିବା ବେଳେ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘି ଘର ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଛି l  ଅଧିକ ମାତ୍ରାରେ ମାଟି ଖୋଳିବା ପରେ ହିଁ ଏହା ଏକ ମନ୍ଦିର ନା କେବଳ ମନ୍ଦିରର ଚୁଳ ତାହା ସ୍ପଷ୍ଟ ହେବ। ଅନ୍ୟପଟେ ଗ୍ରାମର ସେହି ସ୍ଥାନରେ ଏକ ଗଙ୍ଗା ଦେବି ମନ୍ଦିର ରହିଥିଲା l ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଏହି ମନ୍ଦିର ଟି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା l ସେହି ମନ୍ଦିର ଟି ହୋଇଥାଏ ପରେ ବୋଲି ଗ୍ରାମବାସୀ ମାନେ ଅନୁମାନ କରୁଛନ୍ତି… l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)