କୋଟିଆରେ ଆନ୍ଧ୍ର ନିର୍ବାଚନ ଅଭିଯୋଗ, ନିଦା ବିଷ୍ଣୁ ସାଜିଛନ୍ତି ସରକାର

Oct 16, 2026 - 14:23
କୋଟିଆରେ ଆନ୍ଧ୍ର ନିର୍ବାଚନ ଅଭିଯୋଗ, ନିଦା ବିଷ୍ଣୁ ସାଜିଛନ୍ତି ସରକାର

କୋଟିଆରେ ଆନ୍ଧ୍ର ନିର୍ବାଚନ ଅଭିଯୋଗ, ନିଦା ବିଷ୍ଣୁ ସାଜିଛନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଯାଉଥିବା ଅଭିଯୋଗ। ନିର୍ବାଚନ ନେଇ ଆନ୍ଧ୍ର ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡ଼ିଛି।  ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ଯାହା କହିଥିଲା, ତାହା ମନେ ନାହିଁ। ସରକାର କେବଳ ନିଜ ଦଳର ଆତ୍ମ ପ୍ରଚାର କରିବାରେ ଲାଗିଛନ୍ତି। ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସେମାନଙ୍କର ମନେ ନାହିଁ। କୋଟିଆ ଉପରେ ଆନ୍ଧ୍ର ଏପରି ଅଧିକାର ଜାହିର କରିବାକୁ ଚାହୁଁଛି। କିନ୍ତୁ ସରକାର ନିଦା ବିଷ୍ଣୁ ହୋଇ ବସିଛନ୍ତି।

ଏନେଇ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଚିଠି ଲେଖି କହିଛନ୍ତି, ଆନ୍ଧ୍ର ସବୁବେଳେ କୋଟିଆରେ ହସ୍ତକ୍ଷେପ କରି ସେଠାର ପ୍ରାଶାସନିକ ବ୍ୟାପାରରେ ଗୋଳମାଳ କରୁଛି। କେନ୍ଦ୍ର ସରକାର ଓ ଆମ ରାଜ୍ୟ ସରକାର ଏହା ଉପରେ ହସ୍ତକ୍ଷେପ କରି ଦୃଢ ପଦକ୍ଷେପ ଦିଅନ୍ତୁ। ଆନ୍ଧ୍ରର ପଂଚାୟତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଓଡିଶା ସରକାର ପଦକ୍ଷେପ ନିଅନ୍ତୁ। ଏନେଇ ମୁଖ୍ୟମନ୍ତ୍ରୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ ବୋଲି ସୁରେଶ ପୂଜାରୀଙ୍କ ନିକଟରେ ଦାବି କରିଛନ୍ତି ରବି ବେହେରା। ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଆନ୍ଧ୍ର ସରକାର ଚଞ୍ଚକତା କରୁଛି। ଏହାକୁ ଓଡିଶା ବରଦାସ୍ତ କରିବ ନାହିଁ । କୋଟିଆରେ ପଂଚାୟତ ନିର୍ବାଚନ ଓଡିଶା ସରକାର କରାଇଦେବେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)