କୁମ୍ଭୀର ପିଠିରେ ପୁସଅପ

Nov 14, 2026 - 13:24
କୁମ୍ଭୀର ପିଠିରେ ପୁସଅପ

 

ପର୍ତ୍ତୁଗାଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ଭାଇରାଲ ଭିଡିଓରେ ଜୋଆଓ ସୌସା ପିଣ୍ଟୋ ନାମକ ଜଣେ ବ୍ୟକ୍ତି ନଦୀକୂଳରେ ପଙ୍କରେ ପଡ଼ିଥିବା ଏକ ବିରାଟ କୁମ୍ଭୀରର ପିଠି ଉପରେ ହାତ ରଖି ପୁସ୍-ଅପ୍ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମର ଏକ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ସେ କୁମ୍ଭୀର ପିଠିରେ ପୁସ୍-ଅପ୍ କରିବା ପରେ ଏହାର ମୁଣ୍ଡକୁ ଆଉଁଷୁଥିବା ଦେଖିବାକୁ ମିଳିଛି । କୁମ୍ଭୀରଟି ମଧ୍ୟ ଶାନ୍ତ ରହି ଶେଷ ଆଡ଼କୁ ସାମାନ୍ୟ ମୁଣ୍ଡ ହଲାଉଥିବା ନଜର ଆସିଛି । ତେବେ ଏହି ଷ୍ଟଣ୍ଟକୁ "୧୦/୧୦ ପୁସ୍-ଅପ୍ କରିବାର ସର୍ବଶ୍ରେଷ୍ଠ ସ୍ଥାନ" ବୋଲି ବର୍ଣ୍ଣନା କରାଯାଇଛି । ତେବେ ଏହା ସତ କି ଏଆଇ - ଜେନେରେଟେଡ୍ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ, କୁମ୍ଭୀରମାନେ ଖରାରେ ଶାନ୍ତ ହୋଇ ପଡ଼ିଥିଲେ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇଥା'ନ୍ତି ।  ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ତେଣୁ ଏହିପରି ବିପଦପୂର୍ଣ୍ଣ ଷ୍ଟଣ୍ଟକୁ ନକଲ କରିବା ମାରାତ୍ମକ ପ୍ରମାଣିତ ହୋଇପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)