29 JUNE 2026

Welcome!

Unlock your personalized experience.
Sign Up

କାର-ବାଇକ ମୁହାଁମୁହିଁ ଧକ୍କା : ୨ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

Jun 28, 2026 - 22:35
କାର-ବାଇକ ମୁହାଁମୁହିଁ ଧକ୍କା : ୨ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

କେନ୍ଦୁଝର,୨୮।୬, କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବାଉଁଶୁଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ କାରରେ ରହିଥିବା ଜଣେ ମହିଳା ଆହତ ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।ଘଟଣା ସ୍ଥଳରେ ବାରିଆ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଚମ୍ପୁଆ ପଟୁ ଏକ କାର ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବାଇକଟି ଛିଟିକି ରାସ୍ତା କଡ଼ ପଡିଆରେ ପଡ଼ିଥିଲା। ଘଟଣାସ୍ଥଳରେହିଁ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି ।ମୃତକ ଙ୍କ  ପରିଚୟ ମିଳି ନଥିବା ବେଳେ ତାଙ୍କ ଗାଡି ନମ୍ବର ରୁ ଝାରଖଣ୍ଡ ଅଞ୍ଚଳ ର ହୋଇଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।

ଆହୁରି ପଢନ୍ତୁ  ମହାନଦୀରେ ଗାଧୋଉଥିବା ବେଳେ ଅଘଟଣ : ବୁଡିଯାଇ ୩ ଯୁବକ ନିଖୋଜ

 

​​​​​​​