ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ବାମୀ, ମାରିବା ପରେ ତାଲା ପକାଇ ହେଲା ଫେରାର
ନୂଆଦିଲ୍ଲୀ: ତୁ ପରପୁରୁଷ ସହ ସମ୍ପର୍କ ରଖିଛୁ । ତୋ ସହ ମୁଁ ମୁଁ ଆଉ ରହିବିନି । ସ୍ବାମୀର ଏଭଳି କଥାକୁ ବିରୋଧ କଲା ସ୍ତ୍ରୀ । ବାରମ୍ବାର କହିଲା ନାଁ ମୁଁ ସେମିତି କିଛି ଭୁଲ୍ କରିନାହିଁ । ତଥାପି ସ୍ତ୍ରୀର କଥା ଶୁଣିଲାନି ସ୍ବାମୀ । ଅତି ନୃଂଶସ ଭାବେ ଗଳାକାଟି ହତ୍ୟା କଲା । ଆଉ ଛଟପଟ ହେଉଥିବା ସ୍ତ୍ରୀକୁ ଛାଡ଼ି ତାଲା ପକାଇ ଫେରାର ହୋଇଯାଇଥିଲା । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା କହିଛନ୍ତି ପଡ଼ୋଶୀ । ତେବେ ସକାଳୁ ହତ୍ୟା କରାଯାଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ ଗାଁ ଲୋକେ । ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଘରର କବାଟ ବନ୍ଦ ରହିଥିଲା । କବାଟ ଭାଙ୍ଗିଥିବାବେଳେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ି ରହିଥିଲା । ମୃତେଦହକୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତ ବାହାର କବାଟ ବନ୍ଦ କରି ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଖୋଜାଯାଉଥିବାବେଳେ ଗାଁରେ ପୁଲିସ ଫୋର୍ସ ରହିଛନ୍ତି ।
ମୃତକଙ୍କ ପରିବାର ଜ୍ବାଇଁଙ୍କ ନାଁରେ ଅଭିଯୋଗ କରିଥିବାବେଳେ ଗିରଫ କରି ତାଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ସେପଟେ ମହିଳାଙ୍କ ଅନ୍ୟ ପୁରୁଷ ସହ ସମ୍ପର୍କ ଥିବାରୁ ସବୁବେଳେ ଘରେ ଝଗଡ଼ା ଲାଗି ରହୁଥିଲା ବୋଲି ଶ୍ବଶୁରଘର ଲୋକେ ଦାବି କରିଛନ୍ତି । ପୁଲିସ ଘଟଣାକୁ ଗୁରୁତର ନେଇଥିବାବେଳେ ଫେରାର ଅଭିଯୁକ୍ତକୁ ବିଭିନ୍ନ ଆଡ଼୍ଡ଼ାରେ ଖୋଜୁଛି ।
ଏହାସହ ପଢ଼ନ୍ତୁ: ମୃତ୍ୟୁ ବାଣ୍ଟୁଥିଲା ଡେଲିଭରି ବୟ, ଆଶ୍ଚର୍ଯ୍ୟ କରିବ HIV ପଜିଟିଭ୍ ସାଇକୋ କିଲରର କାହାଣୀ