28 JUNE 2026

Welcome!

Unlock your personalized experience.
Sign Up

ପାରିବାରିକ କଳହ : ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

Jun 28, 2026 - 18:19
ପାରିବାରିକ କଳହ : ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ଭୋଗରାଇ, ୨୮।୬ : ପାରିବାରିକ କଳହର କରୁଣ ପରିଣତି। ଶାଶୁକୁ ପନିକିରେ ହାଣିଲା ବୋହୂ। ଗୁରୁତର ଶାଶୁ କଟକ ସ୍ଥାନାନ୍ତର। ଅଭିଯୁକ୍ତ ବୋହୁଙ୍କୁ ଭୋଗରାଇ ଥାନା ପୋଲିସ ଅଟକ ରଖି ତଦନ୍ତ କରୁଛନ୍ତି ! ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଧୀନ ପଥରଘଟା ଗାଁରେ ।

ଏହି ଗାଁର ଶଙ୍କର ବାରିକଙ୍କ ସ୍ତ୍ରୀ ଶିବାନୀ ବାରିକ ଶନିବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ହଠାତ ତାଙ୍କର ବୃଦ୍ଧା ଶାଶୁଙ୍କୁ ପନିକିରେ ଆକ୍ରମଣ କରିଥିଲେ ! ପନିକିରେ ବାରମ୍ବାର ଆକ୍ରମଣ କରିବାରୁ ଶାଶୁ ବେହୋସ ହୋଇ ପଡ଼ି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ୱରପୁର ଓ ବାଲେଶ୍ବର ହସ୍ପିଟାଲ ନିଆ ଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋହୂକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଗତ ଚାରିବର୍ଷ ତଳେ ଶିବାନୀର ଶଙ୍କର ସହିତ ବିବାହ ହୋଇଥିବା ବେଳେ ସେମାନଙ୍କର ଏକ ପୁତ୍ର ସନ୍ତାନ ଅଛି। ବହୁ ଥର ପାରିବାରିକ ଅଶାନ୍ତିରେ ନ୍ୟାୟ ବସିଥିବା ବେଳେ ଆଜି ଏପରି ଘଟଣା ଘଟିଛି।

ଆହୁରି ପଢନ୍ତୁ : କୋଳି ତୋଳିବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ