କପଡା ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ପ୍ରଧାନ ଶିକ୍ଷକ ଗିରଫ

Nov 21, 2026 - 12:06
କପଡା ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ପ୍ରଧାନ ଶିକ୍ଷକ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଘଟଣାର ୮ଦିନ ପରେ ଛତନିଆକଟା ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ସ୍ୱାଧୀନ କୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୂର୍ବରୁ ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଧାର ଟଙ୍କା ମାଗିବାରୁ ବିରୁପାକ୍ଷଙ୍କୁ ଯୋଜନାବଦ୍ଧ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । 

ସୂଚନାନୁସାରେ, ଗତ ନଭେମ୍ବର ୧୨ ତାରିଖରେ ବୌଦ୍ଧ ଜିଲ୍ଲାର ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କୁ ହତ୍ୟା କରାଯାଇଥିଲା । ନିଖୋଜ ହେବାର ୫ ଦିନ ପରେ ଜଙ୍ଗଲରୁ ବିରୂପାକ୍ଷଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସ୍ୱାଧୀନ ପ୍ରଧାନ ବ୍ୟବସାୟୀ ବିରୂପାକ୍ଷଙ୍କୁ ୧୨ତାରିଖରେ ଘରୁ ସାଙ୍ଗରେ ଡାକିନେଇ ରେଢ଼ାଖୋଲ ଥାନା କଦଳୀଗଡ଼ ନିକଟସ୍ଥ ଟାଣ୍ଟଗଡ଼ ଜଙ୍ଗଲରେ ଅନ୍ୟ ତିନି ସହଯୋଗୀଙ୍କ ସହ ମିଶି ତଣ୍ଟି କାଟି ହତ୍ୟା କରିଥିଲେ । ଆର୍ଥିକ କାରବାର ଓ ଧାର ଟଙ୍କା ପ୍ରାୟ ୫ ଲକ୍ଷ ଟଙ୍କାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା ।

ଏହି ମାମଲାରେ ପୋଲିସ ପୂର୍ବରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନି ଜଣ ସହଯୋଗୀ ପଦ୍ମନ ମହାନନ୍ଦିଆ, ପ୍ରମୋଦ କହଁର ଏବଂ ଅବିନାଶ ସ୍ୱାଇଁଙ୍କୁ ଗିରଫ କରିସାରିଛି । ଏହା ବ୍ୟତୀତ ଅଭିଯୁକ୍ତମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଜଣେ ପୋଲିସ ହାବିଲଦାର ଦିଗନ୍ତ ପ୍ରଧାନଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)