କଟକ ବାଲିଯାତ୍ରାର ଅବଧି ୨ ଦିନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର ସୁବାଷ ସିଂହ

Nov 27, 2026 - 15:21
କଟକ ବାଲିଯାତ୍ରାର ଅବଧି ୨ ଦିନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର ସୁବାଷ ସିଂହ

କଟକ: ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରିବା ପାଇଁ କଟକ ମେୟର ସୁବାଷ ଚନ୍ଦ୍ର ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ ବାଲିଯାତ୍ରା ଡିସେମ୍ବର ୧ ତାରିଖରେ ଶେଷ ହେବାକୁ ଥିବାବେଳେ, ଏହାକୁ ଡିସେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। 

ମେୟର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଟକର ଐତିହାସିକ ବାଲିଯାତ୍ରା ଓଡ଼ିଶାର ଗର୍ବ ଓ ଗୌରବ। ଏହା ରାଜ୍ୟର ବାଣିଜ୍ୟ, ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ବ୍ୟବସାୟୀ, କାରିଗର, ଖାଦ୍ୟ ଷ୍ଟଲ ମାଲିକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟମାନେ ସେମାନଙ୍କର ଷ୍ଟଲ୍ ପକାଇଛନ୍ତି। 

ଚଳିତ ବର୍ଷ ବାଲିଯାତ୍ରାର ପ୍ରଥମ ଦୁଇ ଦିନ ବାତ୍ୟା ଜନିତ ଅଦିନିଆ ବର୍ଷା ଯୋଗୁଁ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲା। ବର୍ଷା ଯୋଗୁଁ ଅନେକ ଷ୍ଟଲ୍ ଠିକ୍ ସମୟରେ ଖୋଲିପାରିନଥିଲା ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମ୍ ରହିଥିଲା, ଯାହାଫଳରେ ବ୍ୟବସାୟ ବହୁତ କମ୍ ହୋଇଥିଲା। ବର୍ଷା ଛାଡିବା ପରେ ହିଁ ବ୍ୟବସାୟ ସ୍ୱାଭାବିକ ହୋଇଥିଲା। 

ବ୍ୟବସାୟୀ ଓ କାରିଗରମାନେ ବହୁ ଦୂରରୁ ପୁଞ୍ଜି ନିବେଶ କରି ଆସିଛନ୍ତି, ତେଣୁ ସେମାନଙ୍କର ଆର୍ଥିକ କ୍ଷତି ଭରଣା କରିବା ପାଇଁ ଅଧିକ ସମୟ ଆବଶ୍ୟକ। ବାଲିଯାତ୍ରାକୁ ଦୁଇ ଦିନ ବଢ଼ାଇଲେ କ୍ଷୁଦ୍ର ବ୍ୟବସାୟୀ, କାରିଗର ଓ SHG ସଦସ୍ୟମାନେ ସେମାନଙ୍କର ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ଏବଂ ସେମାନଙ୍କ ଜୀବିକା ସୁରକ୍ଷିତ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ବାଲିଯାତ୍ରାକୁ ଆଉ ୨ ଦିନ ବଢ଼ାଇବାକୁ ମେୟର ନିବେଦନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)