ଓଡ଼ିଆ ନାଟ୍ୟ ନିର୍ଦେଶକ ରମେଶ ମହାନ୍ତିଙ୍କ ପରଲୋକ

Jun 29, 2026 - 13:16
ଓଡ଼ିଆ ନାଟ୍ୟ ନିର୍ଦେଶକ ରମେଶ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶାର ଖ୍ୟାତନାମା ନାଟ୍ୟ ନିର୍ଦେଶକ ରମେଶ ଚନ୍ଦ୍ର ମହାନ୍ତିଙ୍କ ପରଲୋକ । ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ଯାତ୍ରା, ଚଳଚ୍ଚିତ୍ର ସହ ମଞ୍ଚ ନାଟକରେ ନିର୍ଦେଶନା ଦେଇ ଖୁବ ଲୋକପ୍ରିୟ ଥିଲେ । ତାଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ନାଟକ ମଧ୍ୟରୁ 'ମୋ ପେଁ କାଳି ବଜେଇଦେ' 'ପର ଝିଅ ଘର ଭାଙ୍ଗେନା'କଞ୍ଚା ଡାହାଣୀ ଓ 'ମୋ ସିଲଟ ଶୁଖି ଯା' ଆଦି ରହିଛି । ସେ ତିନିଟି ଓଡ଼ିଆ ଛବିର ବି ନିର୍ଦ୍ଦେଶନା ଦେଇଥିଲେ । ସେଥି ମଧ୍ୟରୁ ପ୍ରଥମଟି ହେଲା ‘ବତାସୀ ଝଡ଼’ଓ ‘ସତ କେବେ ଲୁଚି ରହେନା’ଆଦି ରହିଛି । ତେବେ ସେ ଆଉ ଏକ ସିନାମରେ ନିର୍ଦେଶନା ଦେଉଥିବାବେଳେ ତାହା ଅସମ୍ପୂର୍ଣ୍ଣ ରହିଗଲା । ରମେଶ ମହାନ୍ତି କଳିଙ୍ଗ ସ୍ଟୁଡ଼ିଓରେ ପ୍ରଥମ ଓଡିଆ ସିନେମା ‘ପର ଝିଅ ଘର ଭାଙ୍ଗେନା’ ର ସୁଟିଂ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୨ ପୁଅ ଏବଂ ପତ୍ନୀ ଉପସ୍ଥିତ ଥିଲେ । ରମେଶଙ୍କ ଅକାଳ ବିୟୋଗରେ ଯାତ୍ରା ,ମଞ୍ଚ ନାଟକ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।