ବିବାଦଭରା ଥିଲା ବ୍ୟକ୍ତିଗତ ଜୀବନ

୯୦ ଦଶକରେ ବଲିଉଡ୍ରେ ରାଜ୍ କରୁଥିବା କରିଶ୍ମା କପୁର ୬୫ରୁ ଅଧିକ ଚଳଚ୍ଚିତ୍ର ଓ ଅଗଣିତ ସୁପରହିଟ୍ ସିନେମାଦେଇଥିବା କରିଶ୍ମାଙ୍କ ବ୍ୟକ୍ତିଗତ ଜୀବନ ଖୁବ ଚର୍ଚ୍ଚିତ ଥିଲା । କରିଶ୍ମାଙ୍କ ଜୀବନ କାହାଣୀ କେବଳ ଷ୍ଟାରଡମ୍ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଅଧୁରା ସମ୍ପର୍କ ଓ ଅନେକ ବିବାଦରେ ଭରା । ତାଙ୍କ ନାଁକୁ ଅନେକ ଅଭିନେତାଙ୍କ ସହ ଯୋଡାଯାଏ, ଯେଉଁମାନଙ୍କ ସହ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲେ ବି ଅଧାରେ ରହିଯାଇଥିଲା । ଏହି କ୍ରମରେ ଆଗ ନାଁ ଆସିଥାଏ ଅକ୍ଷୟ ଖାନ୍ନାଙ୍କର । ଅକ୍ଷୟ ଖାନ୍ନାଙ୍କ ପିତା ବିନୋଦ ଖାନ୍ନା ବିବାହ ପ୍ରସ୍ତାବ ପଠାଇଥିଲେ, କିନ୍ତୁ କରିଶ୍ମାଙ୍କ ମା’ ବବିତା ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ, ଯାହାଫଳରେ ଅକ୍ଷୟ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଥିବା କୁହାଯାଏ। ପରବର୍ତ୍ତୀ ସମୟରେ ଅଭିଷେକ ବଚ୍ଚନଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା ଏବଂ ଜୟା ବଚ୍ଚନ ଏକ ସାର୍ବଜନୀନ ମଞ୍ଚରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ନିଜର ବୋହୂ ବୋଲି ପରିଚୟ କରାଇଥିଲେ ମଧ୍ୟ । ହେଲେ ଚର୍ଚ୍ଚାରେ ଥିବା ଏହି ସମ୍ପର୍କ ପରବର୍ତ୍ତୀ ସମୟରେ ଭାଙ୍ଗିଯାଇଥିଲା । ଏହାପରେ ୨୦୦୩ ମସିହାରେ କରିଶ୍ମା ତାଙ୍କ ପିଲାଦିନର ବନ୍ଧୁ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ ବି ଏହି ବିବାହ ପରେ ବିବାଦ ରହିଥିଲା । ଯେଉଁଠି ହନିମୁନ୍ ସମୟରେ ସ୍ୱାମୀ ସଞ୍ଜୟ ନିଜ ବନ୍ଧୁମାନଙ୍କ ସହ ତାଙ୍କର ବୋଲି ଲଗାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିବା ସହ ଶାରୀରିକ ନିର୍ଯାତନା, ଯୌତୁକ ପ୍ରତାରଣା ଓ ମାନସିକ ଅତ୍ୟାଚାରର ଆରୋପ ଲଗାଇ ସେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ । ତେବେ ବର୍ତ୍ତମାନ ପୂର୍ବତନ ସ୍ୱାମୀ ସଞ୍ଜୟଙ୍କ ମୃତ୍ୟୁ ପରେ ଏହି ସମ୍ପର୍କ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି । ବର୍ତ୍ତମାନ ସଞ୍ଜୟଙ୍କର ୩୨,୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ଆଇନଗତ ବିବାଦ ଜାରି ରହିଛି ।