ଏଥର ନିୟମିତ ନା ଭାରପ୍ରାପ୍ତ ଡିଜିପି: ଅଡ଼ୁଆ ତୁଟୁନି, ଚର୍ଚ୍ଚା ଥମୁନି

Nov 21, 2026 - 04:50
ଏଥର ନିୟମିତ ନା ଭାରପ୍ରାପ୍ତ ଡିଜିପି: ଅଡ଼ୁଆ ତୁଟୁନି, ଚର୍ଚ୍ଚା ଥମୁନି

ଭୁବନେଶ୍ୱର: ପୁଲିସ ମୁଖିଆ ନିଯୁକ୍ତି କଣ୍ଟା ସରକାରଙ୍କ ତଣ୍ଟିରେ ଅଟକି ରହିଛି।

ଆକ୍ତାମାକ୍ତା ସ୍ଥିତି କଲାଣି।

ସମ୍ଭବତଃ, ଡିସେମ୍ବର ପହିଲାରେ ଅର୍ଥାତ୍‌ ଚାରି ମାସ ଭିତରେ ଓଡ଼ିଶାକୁ ଦ୍ୱିତୀୟଥର ପାଇଁ ଭାରପ୍ରାପ୍ତ ପୁଲିସ ମୁଖ୍ୟ ନିଯୁକ୍ତି ଦେବାକୁ ପଡ଼ି଼ିପାରେ।

ସ୍ବାଧୀନତା ପରଠାରୁ ଡିଜିପି ନିଯୁକ୍ତି କ୍ଷେତ୍ରରେ ଏଭଳି ଅଭାବନୀୟ ପରିସ୍ଥିତି କେବେ ସୃଷ୍ଟି ହୋଇନଥିଲା।

ପ୍ରସଙ୍ଗଟି ଅଧିକ ଜଟିଳ ମୋଡ଼ ନେବା ପଛର କାରଣ ହେଉଛି, ସୁପ୍ରିମ୍‌କୋର୍ଟ ଡିଜିିପି ନିଯୁକ୍ତି ମାମଲାରେ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।

ଅନ୍ୟପକ୍ଷରେ କାର୍ଯ୍ୟକାରୀ ବା ଭାରପ୍ରାପ୍ତ ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ଆସୁଛନ୍ତି।

ୟୁପିଏସ୍‌ସି ବନାମ ଟି ଧନଗୋପାଳ ରାଓ ମାମଲାରେ କୋର୍ଟ 'ଭାରପ୍ରାପ୍ତ ଡିଜିପି' ସଂସ୍କୃତିକୁ ନିନ୍ଦା କରିବା ସହ ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବ କରୁଥିବା ରାଜ୍ୟ ବିରୋଧରେ ଅବମାନନା ମାମଲା ଆରମ୍ଭ କରିବାକୁ ୟୁପିଏସସିକୁ କ୍ଷମତା ଦେଇଥିଲେ।

ଅବଶ୍ୟ ଓଡ଼ିଶା କ୍ଷେତ୍ରରେ ପ୍ରସଙ୍ଗଟି ଏବେ ଟିକେ ଭିନ୍ନ।

କାରଣ ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରିସାରିଛନ୍ତି ଯେ ଅଗଷ୍ଟ ୧୬ରୁ ଓଡ଼ିଶାରେ ନିୟମିତ ଡିଜିପି ନାହାନ୍ତି।

ଏଣୁ ତ୍ବରିତ ଶୁଣାଣି ଜରୁରୀ।

କୋର୍ଟ ମାମଲାର ଗମ୍ଭୀରତା ଉପଲବ୍ଧି କରି ଶୁଣିଥିଲେ।

ଯେହେତୁ କୋର୍ଟ ନିଜେ ରାୟ ସଂରକ୍ଷିତ ରଖିଛନ୍ତି, ଅତଏବ ଓଡ଼ିଶା କ୍ଷେତ୍ରରେ କାର୍ଯ୍ୟକାରୀ ବା ଭାରପ୍ରାପ୍ତ ଡିଜିପି ବାଟ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି।

Advertisment Jewellers: କାରିଗର ଓ ଜୁଏଲର୍ସଙ୍କ ପାଇଁ ବିଆଇଏସ୍‌ର ତାଲିମ କାର୍ଯ୍ୟକ୍ରମ ପୂର୍ବରୁ ସରକାର ଏହାର ବ୍ୟବହାର କରି ଡିଜିପି ପ୍ୟାନେଲରେ ନଥିବା ବିନୟତୋଷ ମିଶ୍ରଙ୍କୁ ମୁଖିଆ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସଂପ୍ରତି ନଭେମ୍ବର ୩୦ ତାରିଖରେ ତାଙ୍କୁ ଅବସର ପାଇଁ ଅନୁମତି ଦେଇଛନ୍ତି।

ଅତଏବ ଡିସେମ୍ବର ପହିଲା ମଧ୍ୟରେ ସୁପ୍ରିମ୍‌କୋର୍ଟଙ୍କ ରାୟ ନ ଆସିଲେ, ପୁଣି ଥରେ ଭାରପ୍ରାପ୍ତ ବା କାର୍ଯ୍ୟକାରୀ ଡିଜିପି ଦେଖିବ ଓଡ଼ିଶା। ।

ଗୋଟିଏ ମହଲର ଯୁକ୍ତି ହେଉଛି, ପୁଲିସକୁ ମୁଖିଆହୀନ କରାଯାଇପାରିବ ନାହିଁ।

ଏପଟେ 'ଅସ୍ଥାୟୀ ବ୍ୟବସ୍ଥା' କୋର୍ଟଙ୍କ ନିଷେଧାଜ୍ଞାର ସିଧାସଳଖ ବିରୁଦ୍ଧାଚରଣ କରୁଛି।

କୋର୍ଟଙ୍କ ଛାଟରେ ଆକ୍ତାମାକ୍ତା ବ୍ୟବସ୍ଥା କଣ୍ଟ ଡେଇଁଲେ ପ୍ରଭାବିତ ହେବେ ତଳିଆ ରାଜ୍ୟ ଯୁକ୍ତି କରିପାରେ ଯେ ଏ କ୍ଷେତ୍ରରେ ବିଳମ୍ବ ତା'ଙ୍କ କାରଣରୁ ନୁହେଁ, ବରଂ କୋର୍ଟ ନିଜେ ପ୍ରକ୍ରିୟା ଅଟକାଇଛନ୍ତି।

ହେଲେ ନଭେମ୍ବର ୨୬ରେ ତାମିଲନା଼ଡ଼ୁ ମାମଲା ତାଲିକାଭୁକ୍ତ ଥିବା ପରିପ୍ରେକ୍ଷୀରେ ନିରବରେ ଏବଂ କ୍ରମାଗତ ଦ୍ବିତୀୟଥର ପାଇଁ ଏପରି ବ୍ୟବସ୍ଥା ଆପଣାଇଲେ; ଅନ୍ୟ ରାଜ୍ୟ ପ୍ରତି କୋର୍ଟ ଉଠାଇଥିବା ଅଭିଯୋଗରେ ଓଡ଼ିଶା ଛନ୍ଦି ହୋଇପାରେ।

ସୁରକ୍ଷିତ ବାଟ ହେଉଛି, ଯେକୌଣସି ଅନ୍ତରୀଣ ଯୋଜନା ଖଣ୍ଡପୀଠ ସମ୍ମୁଖରେ ରଖି ତା'ଙ୍କ ଅନୁମତି ନେବା।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଉତ୍ପନ୍ନ ସ୍ଥିତି ସଂପର୍କରେ ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରାଜ୍ୟ ସରକାର କିଛି ଜଣାଇନାହାନ୍ତି।

କିଛି ବିଶେଷଜ୍ଞଙ୍କ କହିବା କଥା ହେଉଛି, ମାମଲାକୁ ନିରୀକ୍ଷଣ କଲେ ଜଣାପଡ଼ୁଛି ଯେ କୋର୍ଟ ଯଦି ରାଜ୍ୟ ସରକାରଙ୍କ 'ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର' ଯୁକ୍ତିକୁ ଗ୍ରହଣ ନ କରନ୍ତି, ତେବେ ଚୂଡ଼ାନ୍ତ ତାଲିକାରେ ସୁଧାଂଶୁ କୁମାର ଷଡ଼ଙ୍ଗୀ (୧୯୯୦ ବ୍ୟାଚ୍‌) ଏବଂ ଆରପି କୋଚେ ଓ ସୁଶାନ୍ତ କୁମାର ନାଥ (ଉଭୟ ୧୯୯୩ ବ୍ୟାଚ) ରହିବେ ଏବଂ ଏହା ପ୍ରକାଶ ସିଂ ରାୟର ସବୁଠାରୁ ସ୍ୱଚ୍ଛ ପାଠ।

ଦ୍ବିତୀୟତଃ, କୋର୍ଟ ଯଦି ସରକାରଙ୍କ ନିବେଦନ ଗ୍ରହଣ କରି ତାଲିକାରୁ ସୁଶାନ୍ତ ନାଥଙ୍କୁ ବାଦ୍‌ ଦିଅନ୍ତି, ଶ୍ରୀ ଷଡ଼ଙ୍ଗୀ ଓ କୋଚେଙ୍କ ସହ ପରବର୍ତ୍ତୀ ଯୋଗ୍ୟ ଅଫିସର ଯୋଗ ହେବେ।

ସେହି ସ୍ଥାନ ଡିଜି ପାହ୍ୟାରେ ଥିବା ଅନ୍ୟତମ ଦାବିଦାର ସଞ୍ଜୀବ ପଣ୍ଡାଙ୍କୁ ମିଳିପାରେ।

ତୃତୀୟତଃ, କୋର୍ଟ ନିର୍ଦ୍ଦେଶ ସହ ଫାଇଲ ୟୁପିଏସସିକୁ ପଠାଇପାରନ୍ତି।

ମାତ୍ର ଖଣ୍ଡପୀଠ ଯେଉଁ ଗଭୀରତାର ସହ ରେକର୍ଡ ଯାଞ୍ଚ କରିଛନ୍ତି, ସେଥିରୁ ଏହାର ସମ୍ଭାବନା କ୍ଷୀଣ ମନେହୁଏ।

Dead: ତାମିଲନାଡ଼ୁରେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଏ ସବୁକୁ ନଜର ରଖି ପୂର୍ବତନ ପୁଲିସ ପ୍ରଶାସକମାନଙ୍କର କହିବା କଥା ହେଉଛି, ଏବେ ସରକାର ଡିଜିପି ଦାୟିତ୍ବରେ ଯାହାକୁ ବି ରଖିବେ, ତାହା ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ମନେହୁଏ।

କାରଣ ଡିଜିପି ଦୌଡ଼ରେ ଥିବା କାହାକୁ ଦାୟିତ୍ୱ ଦେଲେ ତାହା କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ପଦକ୍ଷେପ ପରି ଦେଖାଯିବ।

ଏ କ୍ଷେତ୍ରରେ ସରକାରଙ୍କ ପାଖରେ ଏକମାତ୍ର ବିକଳ୍ପ ଯଶବନ୍ତ କୁମାର ଜେଠୱା।

ରାଜ୍ୟ ସରକାର ପୂର୍ବଥର ମଧ୍ୟ ଅନୁରୂପ ସୂତ୍ର ପ୍ରୟୋଗ କରି ତାଲିକା ବାହାରେ ଥିବା ବିନୟତୋଷ ମିଶ୍ରଙ୍କୁ ଏ ଗୁରୁ ଦାୟିତ୍ବ ଦେଇଥିଲେ।

କାରଣ, ଯେକୌଣସି ଅସ୍ଥାୟୀ ମୁଖ୍ୟଙ୍କୁ କିଛି ସପ୍ତାହରେ ଚେୟାର ଛାଡ଼ିବାକୁ ପଡ଼ିପାରେ।

ତେଣୁ ବରିଷ୍ଠ ଅଫିସରମାନେ ଏପରି ଦାୟିତ୍ୱ ନେବାକୁ ଅନିଚ୍ଛୁକ ହୋଇପାରନ୍ତି।

କେବଳ ସେତିକି ନୁହେଁ, ଦାୟିତ୍ୱ ନେଇ ଶେଷରେ ପ୍ୟାନେଲରୁ ବା ପ୍ୟାନେଲରେ ନାଁ ଥାଇ ବି ସରକାର ତାଙ୍କୁ ଦାୟିତ୍ବ ନ ଦେବା କାରଣରୁ ବାଦ୍‌ ପଡ଼ିଲେ ସଂପୃକ୍ତ ଅଧିକାରୀଙ୍କ ପାଇଁ ବିଦାୟ ଅସ୍ୱସ୍ତିକର ହେବ।

ଶ୍ରୀ ଜେଠଵାଙ୍କ କଥା ସରକାର ବିଚାର କଲେ, ବରିଷ୍ଠ ହୋଇଥିବା କାରଣରୁ ଆର୍‌ ପି କୋଚେଙ୍କୁ ବଦଳି କରିବାକୁ ପଡ଼ିପାରେ।

ଏହି ଘଟଣାଟି ଭିନ୍ନ ଦୃଷ୍ଟିରୁ ମଧ୍ୟ ଚିନ୍ତାଜନକ ହେଲାଣି।

ନିୟମତଃ, ସ୍ଥାୟୀ ଡିଜିପିଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିଛି ଏବଂ ପରବର୍ତ୍ତୀ ଡିଜିପି ଆଶାୟୀ ଅଧିକାରୀଙ୍କର ଛଅ ମାସ ଚାକିରି ବାକି ଥିବା ଆବଶ୍ୟକ।

ତେଣୁ ଡିଜିପି କ୍ଷେତ୍ରରେ ପ୍ରତ୍ୟେକ ବିଳମ୍ବିତ ନିଯୁକ୍ତି ତଳ ଅଫିସରଙ୍କ ପାଇଁ ଶ୍ରେଷ୍ଠ ପଦ ଲାଗି ବାଟ ବନ୍ଦ କରିପାରେ।

ଏବେ ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କ୍ଷେତ୍ରରେ ଅନୁରୂପ ସ୍ଥିତି ସୃଷ୍ଟି ହେବାକୁ ଯାଉଛି।

କାରଣ ନିୟମିତ ଡିଜିପି ନିଯୁକ୍ତି ବିଳମ୍ବ ହେଲେ ଅଥବା ପରବର୍ତ୍ତୀ ଡିଜିପି ଆଗୁଆ ଦାୟିତ୍ବ ନ ଛାଡ଼ିଲେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ୧୯୯୫ ବ୍ୟାଚର ଅଫିସରଙ୍କ ପାଖରେ ଯଥେଷ୍ଟ ଚାକିରି ବାକି ନ ରହିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)