ଅମାଲୁ

Jul 24, 2026 - 16:50
ଅମାଲୁ

ସାମଗ୍ରୀ:

ଗହମ ଅଟା କିମ୍ବା ମଇଦା : ୧ କପ, କ୍ଷୀର/ସର : ଗୋଳାଇବା ପାଇଁ ଆବଶ୍ୟକ ଅନୁସାରେ, ଗୁଜୁରାତି ଗୁଣ୍ଡ : ୧ ଛୋଟ ଚାମଚ, ଲୁଣ, ଚିନି/ଗୁଡ଼ ସିରା, ଶୁଦ୍ଧ ଘିଅ କିମ୍ବା ତେଲ ।

ପ୍ରସ୍ତୁତି :

ଅମାଲୁ ହେଉଛି ଓଡ଼ିଶାର ଏକ ପାରମ୍ପରିକ ମିଠା, ଯାହା ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଛପନ ଭୋଗର ଅଂଶ ଭାବେ ଅର୍ପଣ କରାଯାଏ । ଏହାକୁ ତିଆରି କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଅଟା (କିମ୍ବା ମଇଦା), ଅଳ୍ପ ଲୁଣ ଏବଂ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ଏବେ ସେଥିରେ ଆବଶ୍ୟକ ଅନୁସାରେ କ୍ଷୀର କିମ୍ବା ସର ମିଶାଇ ଗୋଟିଏ ଚିକ୍କଣ ଓ ମସୃଣ ଘୋଳ ତିଆରି କରନ୍ତୁ । ଅନ୍ୟପଟେ କଡ଼େଇରେ ଘିଅ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ, ଘୋଳରୁ ଛୋଟ ଚାମଚେ ଆଣି ଗରମ ଘିଅରେ ଢାଳନ୍ତୁ ଏବଂ ଦୁଇ ପାଖ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭଲ ଭାବରେ ଛାଣି ନିଅନ୍ତୁ । ଶେଷରେ ଛଣା ହୋଇଥିବା ଗରମ ଅମାଲୁଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ ଚିନି କିମ୍ବା ଗୁଡ଼ ସିରାରେ ଅଳ୍ପ ସମୟ ବୁଡ଼ାଇ କାଢ଼ି ନିଅନ୍ତୁ । ଏବେ ଆପଣଙ୍କର ସ୍ୱାଦିଷ୍ଟ ଶ୍ରୀମନ୍ଦିର ଶୈଳୀର "ଅମାଲୁ" ପ୍ରସ୍ତୁତ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।