ମୋବାଇଲ ଶୋଇବାକୁ ତକିଆ

Jul 24, 2026 - 16:50
ମୋବାଇଲ ଶୋଇବାକୁ ତକିଆ

 

ଏକ ତକିଆ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏକ କମ୍ପାନୀ ଫୋନକୁ ଶୁଆଇବା ପାଇଁ ଏକ ତକିଆର ନିର୍ମାଣ କରିଛି । ଏହି ଛୋଟ ତକିଆଟି ସେରମିକରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଏଭଳି ପ୍ରସ୍ତୁତ କରାଯାଇଛି କି ଫୋନଟିକୁ ଏହା ଉପରେ ରଖିବା ଫଳରେ ଫୋନଟି ଆପେ ଆପେ ଡୁ ନଟ୍ଡିଷ୍ଟର୍ବ ମୋଡକୁ ଚାଲି ଯାଇଥାଏ । ଏହି ତକିଆଟି ଗୋଟିଏ ପ୍ରୋଜେକ୍ଟ ଅଧୀନରେ ନିର୍ମାଣ କରାଯାଇଛି । ଏହା ଦେଖିବାକୁ ମାଟିର ଖେଳନା ଭଳି ହେଲେ ଏହା ଭିତରୁ ଟେକ୍ନୋଲୋଜିରେ ଭରପୁର । ଏହା ଭିତରେ ଏନ୍ଏଫସି ଚିପ ଲଗାଯାଇଛି । ଯେତେବେଳେ ତକିଆ ଉପରେ ଫୋନ ରଖାଯାଇଥାଏ, ସେତେବେଳେ ଚିପଟି ଫୋନକୁ ସିଗନାଲ ଦେଇଥାଏ ଏବଂ ଫୋନ ଡୁନର୍ଟ ଡିଷ୍ଟର୍ବ ମୋଡକୁ ଚାଲିଯାଇଥାଏ । ଏହି ତକିଆର ଦାମ ରହିଛି ୯୩ ହଜାର ଟଙ୍କା । ଏହାକୁ ବିଶେଷ ଭାବେ ସୋସିଆଲ ମିଡିଆ ଡିଟକ୍ସ ପାଇଁ ପ୍ରସ୍ତୁତ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।