ଅନଲାଇନ ଅଟୋ ଚାଳକଙ୍କ ଆନ୍ଦୋଳନ: ଟ୍ୱିନ୍ ସିଟିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଅଟୋ ସେବା
ନନ୍ଦିଘୋଷ ବ୍ୟୁରୋ; ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବନ୍ଦ ରହିବ ବିଭିନ୍ନ ଅନଲାଇନ ସଂସ୍ଥାର ଅଟୋ ସେବା। ଓଲା, ଉବର ଓ ରାପିଡୋ ଭଳି ଅନଲାଇନ ସଂସ୍ଥା ଚାଳକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ଆନ୍ଦୋଳନର ଡାକ ଦେଇଛି ରାଜ୍ୟ ଅନଲାଇନ ଚାଳକ ମଞ୍ଚ। ଆଜି ଭୁବନେଶ୍ୱରରେ ଶତାଧିକ ଅନଲାଇନ ଅଟୋ ଚାଳକ ଏକାଠି ହୋଇ ବିକ୍ଷୋଭ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ ୩ ହଜାରରୁ ଅଧିକ ଅଟୋ ରଖି ଆନ୍ଦୋଳନ କରିବାରୁ ରାଜରାସ୍ତା ଅବରୋଧ ହୋଇଛି। ଫଳରେ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଛକ ମଧ୍ୟରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ଅନ୍ୟପଟେ, ଅଟୋ ଚାଳକଙ୍କ ଆନ୍ଦୋଳନ ଯୋଗୁଁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ଜଣେ ମହିଳା ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଅଣନିଶ୍ୱାସୀ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
