youth climbs mobile tower ପତ୍ନୀ ପରେ ପ୍ରେମିକା ଛାଡ଼ି ପଳାଇଲେ, ହତାଶରେ ମୋବାଇଲ ଟାୱାର ଉପରେ ଚଢ଼ିଗଲେ ଯୁବକ

Sep 02, 2026 - 21:34
youth climbs mobile tower ପତ୍ନୀ ପରେ ପ୍ରେମିକା ଛାଡ଼ି ପଳାଇଲେ, ହତାଶରେ ମୋବାଇଲ ଟାୱାର ଉପରେ ଚଢ଼ିଗଲେ ଯୁବକ

"ଦେବଗଡ଼: ବିବାହ କରିଥିବା ପତ୍ନୀ ନିଜ ସନ୍ତାନ ସହ ଛାଡ଼ି ପଳାଇଲେ।

ପରେ ଅନ୍ୟଜଣେ ଯୁବତୀଙ୍କୁ ଆଣି ରଖିଥିଲେ।

ଶେଷରେ ସେ ମଧ୍ୟ ଛାଡ଼ି ପଳାଇଲେ।

ଏଥିରେ ହତାଶ ଓ ବିଫଳ ମନୋରଥ ହୋଇ ଯୁବକଜଣକ ନିକଟସ୍ଥ ମୋବାଇଲ୍‌ ଟାାୱାର ଉପରେ ଚଢ଼ିଗଲେ।

ଏଭଳି ଏକ ଘଟଣା ଦେବଗଡ଼ ଜିଲ୍ଲା ଝୁମ୍ପୁରା ଗାଁରେ ଘଟିଛି।

Advertisment ଖବର ନେବାରୁ ଜଣାଯାଇଛି, ବାରକୋଟ ଥାନା ଝୁମ୍ପୁରା ଗ୍ରାମର ବାସିନ୍ଦା ଲୁବୁ ନାୟକ।

ସେ ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ।

ସେମାନଙ୍କ ଏକ ସନ୍ତାନ ରହିଛି।

କିଛି ଦିନ ପୂ‌ର୍ବେ ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ ନିଜର ସନ୍ତାନକୁ ନେଇ ବାପଘରକୁ ଚାଲିଯାଇଥିଲେ।

ଏହାପରେ ସେ ପାଲଲହଡ଼ା ଥାନା ଅଞ୍ଚଳର ଆଉ ଏକ ଯୁବତୀଙ୍କୁ ଆଣିଥିଲେ।

ଉକ୍ତ ଯୁବତୀଙ୍କୁ ମଧ୍ୟ ଯୁବତୀଙ୍କ ପରିବାର ଲୋକ ଆସି ନେଇଯାଇଥିଲେ।

ଏଥିରେ ଲୁବୁ ଉତକ୍ଷିପ୍ତ ହୋଇଯାଇଥିଲେ।

ଘର ଠାରୁ ଅନତି ଦୂରରେ ଥିବା ଏକ ମୋବାଇଲ୍‌ ଟାୱାର ଉପରେ ଚଢ଼ିଯାଇଥିଲେ।

ପାଣିଟାଙ୍କି ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ ଏନେଇ ସୂଚନା ପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ।

ମୋବାଇଲ ଟାୱାରର ଶୀର୍ଷ ଉପରକୁ ଚଢି ଯାଇଥିବାରୁ ସେ କ"ଣ କହୁଛନ୍ତି କିଛି ଶୁଣାଯାଉନାହିଁ।

ଖବର ଲେଖାଯିବା ବେଳକୁ ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ଜଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)