Heavy rain: ଦେଶବ୍ୟାପୀ ବର୍ଷା ବିପର୍ଯ୍ୟୟ; ଉତ୍ତରାଖଣ୍ଡରେ ୧୨ ଓ ୟୁପିରେ ୪ ମୃତ

Sep 02, 2026 - 21:34
Heavy rain: ଦେଶବ୍ୟାପୀ ବର୍ଷା ବିପର୍ଯ୍ୟୟ; ଉତ୍ତରାଖଣ୍ଡରେ ୧୨ ଓ ୟୁପିରେ ୪ ମୃତ

"ନୂଆଦିଲ୍ଲୀ: ଦେଶରେ ଏକାଧିକ ରାଜ୍ୟରେ ପୁଣି ଥରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି।

ଉତ୍ତରାଖଣ୍ଡରୁ ଆରମ୍ଭ କରି ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସବୁଠି ଏବେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି।

ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ରାସ୍ତା ଓ ବଜାରଗୁଡ଼ିକ ବୁଡ଼ିଯାଇଛି।

ଗତ ୩ ଦିନ ଧରି ବର୍ଷା ଲାଗି ରହିଥିବାରୁ ଉତ୍ତରାଖଣ୍ଡରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି।

ପୃଥକ୍‌ ବର୍ଷା ଜନିତ ଘଟଣାରେ ଏଠାରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ରାଜ୍ୟରେ ୧୭୨ଟି ରାସ୍ତା ବନ୍ଦ ରହିଛି। ‌ନୈନିତାଲ, ବାଗେଶ୍ବର ଓ ଡେରାଡୁନରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

୫ଟି ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି।Advertisment ସେହିପରି ବିହାରରେ ଲଗାଣ ବର୍ଷା ଯୋଗୁ ବନ୍ୟା ବିପଦ ସୃଷ୍ଟି ହୋଇଛି।

ଗଙ୍ଗା ସମେତ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଆଜି ସକାଳୁ ପାଟନାରେ ପ୍ରବଳ ବର୍ଷା ଲାଗି ରହିଛି।

ଏଥିଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।

ଭାଗଲପୁରରେ ପାଖାପାଖି ୧୦୦ ବର୍ଷର ଏକ ଦୁର୍ଗା ମନ୍ଦିର ଗଙ୍ଗା ନଦୀରେ ଭାସିଯାଇଛି।

ପାଣିପାଗ ବିଭାଗ ପାଟନା ସମେତ ୩୧ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

ଉତ୍ତରପ୍ରଦେଶରେ ମଧ୍ୟ ବର୍ଷା ଆତଙ୍କ ସୃଷ୍ଟି କରିଛି।

ଲକ୍ଷ୍ନୌ, କାନପୁର, ଉନ୍ନାଓ, ବାରବାଙ୍କି, ବରେଲି, ଚିତ୍ରକୁଟ ସମେତ ୨୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି।

ଲକ୍ଷ୍ନୌରେ ରାସ୍ତାଗୁଡ଼ିକରେ ୨ ଫୁଟ୍‌ ଉପରେ ପାଣି ଜମି ରହିଛି।

ଉନ୍ନାଓରେ ଗଙ୍ଗା ଏକ୍ସପ୍ରେସ୍‌ୱେରେ ପୁଣି ଗର୍ତ୍ତ ସୃଷ୍ଟି ହୋଇଛି।

ସୀତାପୁରରେ କାନ୍ଥ ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗାଜିପୁରରେ ୨ ଜଣ ନାବାଳକ ଗାଧୋଇବା ସମୟରେ ଭାସି ଯାଇଛନ୍ତି।

ମଧ୍ୟପ୍ରଦେଶର ଚିତ୍ରକୁଟରେ ୩୬ ଘଣ୍ଟାର ଲଗାଣ ବର୍ଷା ଯୋଗୁ ମନ୍ଦାକିନୀ ନଦୀ ବିପଦ ସଙ୍କେତଠାରୁ ୪ ମିଟର ଉପରେ ପ୍ରବାହିତ ହେଉଛି।

ରାମଘାଟରେ ପାଖାପାଖି ୪୦୦ ଦୋକାନ ଓ ୨୦-୨୫ଟି ହୋଟେଲ ବୁଡ଼ି ଯାଇଛି।

ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି।

ରିଲିଫ୍‌ ଓ ଉଦ୍ଧାର ଅପ‌ରେସନ୍‌ ପାଇଁ ଏସଡିଆରଏଫ୍‌, ଏନ୍‌ଡିଆରଏଫ୍‌ ଓ ସେନା ମୁତୟନ ହୋଇଛନ୍ତି।

El-Nino effect: ଏଲ୍‌-ନିନୋ ପ୍ରଭାବ: ଗରମ ଅଗଷ୍ଟ, ମୌସୁମୀ ସକ୍ରିୟ, ବର୍ଷା ଲାଗିରହିବ ଅନ୍ୟ ରାଜ୍ୟକୁ ମଧ୍ୟ ବର୍ଷା ପ୍ରଭାବିତ କରିଛି।

ଉତ୍ତର ଏବଂ କେନ୍ଦ୍ରୀୟ ଛତିଶଗଡ଼‌ରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି।

ଝାଡ଼ଖଣ୍ଡର ପଲାମୁରେ ସନ୍‌ ନଦୀ ଅନେକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି।

ହିମାଚଳପ୍ରଦେଶରେ ଚଳିତ ମୌସୁମୀ ଋତୁରେ ଏଯାବତ୍ ୨୫୯ ଜଣଙ୍କର ମୃତ୍ୟୁ ‌ହେଲାଣି।

ସେହିପରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ସିକ୍କିମ, ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)