Fish Oil : ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମାଛ ତେଲ କ୍ୟାପସୁଲ୍ ପ୍ରକୃତରେ କେତେ କାର୍ଯ୍ୟକାରୀ?

Oct 30, 2026 - 16:48
Fish Oil : ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମାଛ ତେଲ କ୍ୟାପସୁଲ୍ ପ୍ରକୃତରେ କେତେ କାର୍ଯ୍ୟକାରୀ?

ନୂଆଦିଲ୍ଲୀ: ସ୍ମରଣଶକ୍ତି ବୃଦ୍ଧି ଓ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଆମମାନଙ୍କ ମଧ୍ୟରୁ ଅନେକ ନିୟମିତ ଭାବେ ଓମେଗା-୩ ଯୁକ୍ତ ମାଛ ତେଲ କ୍ୟାପସୁଲ୍ ସେବନ କରିଥାନ୍ତି।

ଆଲଜାଇମର୍ସ କିମ୍ବା ସ୍ମୃତିଶକ୍ତି ହ୍ରାସ ଭଳି ସମସ୍ୟାରୁ ବଞ୍ଚିବା ପାଇଁ ଏହାକୁ ଏକ 'ମାଜିକ୍ ପିଲ୍' ବୋଲି ଧରିନିଆଯାଏ।

ମାତ୍ର ସାମ୍ପ୍ରତିକ ଏକ ବୈଜ୍ଞାନିକ ଗବେଷଣା ଏହି ସାଧାରଣ ଧାରଣାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି।

Advertisment ଆହୁରି ପଢ଼ନ୍ତୁ: ହେଲିକପ୍ଟରରେ ଥିଲେ ୬ ଜଣ, ଯୋଶୀମଠ ନିକଟରେ ହେଲା ଦୁର୍ଘଟଣା ଗବେଷଣାରୁ କ'ଣ ଜଣାପଡ଼ିଲା?

'ଇ-ବାୟୋ-ମେଡିସିନ୍' ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ପ୍ରତିଦିନ ଓମେଗା-୩ ସପ୍ଲିମେଣ୍ଟ ଖାଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ କୌଣସି ବିଶେଷ ମସ୍ତିଷ୍କଗତ କିମ୍ବା ମାନସିକ ସୁଫଳ ଦେଖିବାକୁ ମିଳିନାହିଁ।

ୟୁଏସସି ସେଣ୍ଟର ଫର୍ ପର୍ସନାଲାଇଜ୍ଡ ବ୍ରେନ୍ ହେଲଥ୍‌ର ନିର୍ଦ୍ଦେଶକ ତଥା ମୁଖ୍ୟ ଗବେଷକ ଡ.

ହୁସେନ୍ ନାଜି ୟାସିନ୍ କହିଛନ୍ତି, "ଆମେ ସମସ୍ତେ ଭାବୁ ଯେ ଆଲଜାଇମର୍ସ ରୋଗରୁ ବଞ୍ଚିବା ପାଇଁ କୌଣସି ନିଶ୍ଚିତ ଉପାୟ ବା ଔଷଧ ଥାଆନ୍ତା, ମାତ୍ର ଆମ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ମାଛ ତେଲ କ୍ୟାପସୁଲ୍ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବାରେ ସେତେଟା ସହାୟକ ହୋଇନଥାଏ।" ତେବେ ଓମେଗା-୩ ଫ୍ୟାଟି ଏସିଡ୍ ମସ୍ତିଷ୍କର କୋଷଗୁଡ଼ିକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ, କିନ୍ତୁ କେବଳ କ୍ୟାପସୁଲ୍ ବା ସପ୍ଲିମେଣ୍ଟ ଖାଇବା ଦ୍ୱାରା ମସ୍ତିଷ୍କ ରୋଗରୁ ମୁକ୍ତି ମିଳିଯିବ - ଏହା ଭାବିବା ଭୁଲ୍।

ପ୍ରାକୃତିକ ଖାଦ୍ୟ କ'ଣ ଏବେ ବି ଲାଭଦାୟକ?

ଏହି ଗବେଷଣା ପରେ ପ୍ରଶ୍ନ ଉଠୁଛି ଯେ, ତେବେ ପ୍ରାକୃତିକ ଖାଦ୍ୟରୁ ମିଳୁଥିବା ଓମେଗା-୩ କ'ଣ ବେକାର?

ଏହାର ଉତ୍ତରରେ ନ୍ୟୁରୋଲୋଜିଷ୍ଟ ଡ.

କୌସ୍ତୁଭ ମହାଜନ ସ୍ପଷ୍ଟ କରିଛନ୍ତି ଯେ, ଏହି ଗବେଷଣା ପ୍ରାକୃତିକ ଖାଦ୍ୟର ମହତ୍ତ୍ୱକୁ କମ୍ କରୁନାହିଁ।

ମାଛ, ରାଶି, ଚିଆ ସିଡ୍‌ , ଖସା ଓ ଅଖରୋଟ ଭଳି ପ୍ରାକୃତିକ ଖାଦ୍ୟପଦାର୍ଥରୁ ମିଳୁଥିବା ଓମେଗା-୩ ଶରୀର ଓ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଉପକାରୀ।

ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ପ୍ରକୃତରେ କ'ଣ କରିବା ଉଚିତ୍?

କେବଳ ସପ୍ଲିମେଣ୍ଟ ଉପରେ ନିର୍ଭର ନକରି ମସ୍ତିଷ୍କର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ଡାକ୍ତରମାନେ ନିମ୍ନଲିଖିତ ଦିଗଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି: ନିୟମିତ ଶାରୀରିକ ବ୍ୟାୟାମ: ପ୍ରତିଦିନ ଯୋଗ କିମ୍ବା ବ୍ୟାୟାମ କଲେ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ସନ୍ତୁଳିତ ଆହାର: ପ୍ରାକୃତିକ ଓ ପୋଷକତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ।

ପର୍ଯ୍ୟାପ୍ତ ପାରିବା: ମସ୍ତିଷ୍କକୁ ବିଶ୍ରାମ ଦେବା ପାଇଁ ୭-୮ ଘଣ୍ଟାର ନିଦ୍ରା ଜରୁରୀ।

ମାନସିକ ସକ୍ରିୟତା: ପଜଲ୍, ଦାବାରୋଗ, ବହି ପଢ଼ିବା ଭଳି ମାନସିକ କାର୍ଯ୍ୟରେ ମନକୁ ନିୟୋଜିତ ରଖନ୍ତୁ।

ରୋଗ ନିୟନ୍ତ୍ରଣ: ଉଚ୍ଚ ରକ୍ତଚାପ , ମଧୁମେହ ଏବଂ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖନ୍ତୁ।

ଆହୁରି ପଢ଼ନ୍ତୁ: ନୌସେନାର ଶକ୍ତି ବଢ଼ାଇବ ଭାରତ; ୪୦ ହଜାର କୋଟିରେ ନିର୍ମାଣ ହେବ ୮ ଅତ୍ୟାଧୁନିକ ଯୁଦ୍ଧଜାହାଜ ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)