Yogi Adityanath: କନ୍ୟା ପୂଜନ କଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Oct 19, 2026 - 15:48
Yogi Adityanath: କନ୍ୟା ପୂଜନ କଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

"ଗୋରଖପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥଙ୍କଠାରୁ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ କୁନି କୁନି ବାଳିକା ଓ ବଟୁକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ଜଣ ଜଣ କରି କନ୍ୟାମାନଙ୍କ ସହ ବଟୁକ ଭୈରବଙ୍କ ପୂଜାର୍ଚ୍ଚନା କରିଥିଲେ।

ଦକ୍ଷିଣା ଓ ଉପହାର ପାଇବା ପରେ ବାଳିକାମାନେ ଖୁସି ଥିବା ଦେଖାଯାଇଥିଲା।

ଶାରଦୀୟ ନବରାତ୍ରିର ମହାନବମୀ ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ ତଥା ଗୋରକ୍ଷପୀଠାଧୀଶ୍ୱର ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ କନ୍ୟା ପୂଜନ କରିଥିଲେ।

ସେ ନଅ ଜଣ କୁମାରୀ କନ୍ୟାଙ୍କ ପାଦ ଧୋଇବା ସହ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରି ଆରତି କରିଥିଲେ।

ଏହାପରେ କନ୍ୟାମାନଙ୍କୁ ଚୁନରି ପିନ୍ଧାଇ ଦକ୍ଷିଣା ଓ ଉପହାର ପ୍ରଦାନ କରିବା ସହ ସେମାନଙ୍କ ଆଶୀର୍ବାଦ ନେଇଥିଲେ।

ମୁଖ୍ୟମନ୍ତ୍ରୀ ନିଜ ହାତରେ କନ୍ୟା ଓ ବଟୁକମାନଙ୍କୁ ଭୋଜନ ମଧ୍ୟ ପରିବେଷଣ କରିଥିଲେ।Advertisment ଗୋରଖନାଥ ମନ୍ଦିରର ଅନ୍ନକ୍ଷେତ୍ରର ପ୍ରଥମ ମହଲାରେ ଥିବା ଭୋଜନ କକ୍ଷରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ କନ୍ୟା ପୂଜନ ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା।

ମୁଖ୍ୟମନ୍ତ୍ରୀ ପିତ୍ତଳ ପରାତରେ ପାଣି ନେଇ ନଅ ଜଣ କନ୍ୟାଙ୍କ ପାଦ ଜଣ ଜଣ କରି ଧୋଇଥିଲେ।

ଏହାପରେ ସେମାନଙ୍କ କପାଳରେ ରୋଲି, ଚନ୍ଦନ, ଦହି ଓ ଅକ୍ଷତର ତିଳକ ଲଗାଇଥିଲେ।

ଫୁଲ ଏବଂ ଶକ୍ତିପୀଠର ବେଦୀରେ ଉତ୍ପାଦିତ ଯଅର ଜବାରା ଦ୍ୱାରା ପୂଜାର୍ଚ୍ଚନା କରିଥିଲେ।

କନ୍ୟାମାନଙ୍କୁ ମାଳା ପିନ୍ଧାଇବା ସହ ଚୁନରି ଓଢ଼ାଇ ଉପହାର ଓ ଦକ୍ଷିଣା ପ୍ରଦାନ କରିଥିଲେ।

ନିଜ ହାତରେ କନ୍ୟା ଓ ବଟୁକମାନଙ୍କୁ ପରିବେଷଣ କଲେ ଭୋଜନ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିରର ରୋଷେଇଶାଳାରେ ପ୍ରସ୍ତୁତ ଭୋଜନ ପ୍ରସାଦ କନ୍ୟା ଓ ବଟୁକମାନଙ୍କୁ ନିଜ ହାତରେ ପରିବେଷଣ କରିଥିଲେ।

ଏହି ସମୟରେ ସେ ପିଲାମାନଙ୍କ ସହ ଆତ୍ମୀୟତାର ସହ କଥାବାର୍ତ୍ତା ମଧ୍ୟ କରିଥିଲେ।

କୌଣସି ପିଲାଙ୍କ ଥାଳିରେ ଯେପରି ପ୍ରସାଦର ଅଭାବ ନ ରହେ, ସେଥିପ୍ରତି ସେ ଧ୍ୟାନ ଦେଉଥିଲେ।

ଏଥିପାଇଁ ମନ୍ଦିରର ବ୍ୟବସ୍ଥା ସହ ଜଡ଼ିତ କର୍ମଚାରୀମାନଙ୍କୁ ମଧ୍ୟ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ନଅ ଜଣ କନ୍ୟାଙ୍କ ବ୍ୟତୀତ ମନ୍ଦିରକୁ ଆସିଥିବା ଅନ୍ୟ ବାଳିକା ଓ ବଟୁକମାନଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିବା ସହ ଆରତି କରିଥିଲେ।

ଅନ୍ନକ୍ଷେତ୍ରର ପ୍ରଥମ ମହଲା ସହ ତଳ ମହଲାରେ ମଧ୍ୟ କନ୍ୟା ଭୋଜନର ବ୍ୟବସ୍ଥା କରାଯାଇଥିଲା।

ସମସ୍ତ କନ୍ୟା ଓ ବଟୁକଙ୍କୁ ଶ୍ରଦ୍ଧାର ସହ ଭୋଜନ କରାଇବା ପରେ ଉପହାର ଓ ଦକ୍ଷିଣା ପ୍ରଦାନ କରାଯାଇଥିଲା।

କନ୍ୟା ଓ ବଟୁକମାନଙ୍କ ମଧ୍ୟରେ ଦେଖାଗଲା ଉତ୍ସାହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ କୁନି କୁନି ବାଳିକା ଓ ବଟୁକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ଜଣ ଜଣ କରି କନ୍ୟାମାନଙ୍କ ସହ ବଟୁକ ଭୈରବଙ୍କ ପୂଜା କରିଥିଲେ।

ଦକ୍ଷିଣା ଓ ଉପହାର ପାଇବା ପରେ ବାଳିକାମାନେ ଖୁସି ହୋଇଥିଲେ।

ଭୋଜନ ପରିବେଷଣ କରିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ କଥା ହେବା ସହ ସେମାନଙ୍କ ସୁବିଧା ପ୍ରତି ଧ୍ୟାନ ଦେଇଥିଲେ।

ମା" ସିଦ୍ଧିଦାତ୍ରୀଙ୍କ ମଧ୍ୟ ଆରାଧନା କଲେ କନ୍ୟା ପୂଜନ ପୂର୍ବରୁ ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ଶକ୍ତିପୀଠରେ ମା" ସିଦ୍ଧିଦାତ୍ରୀଙ୍କୁ ବିଧିବିଧାନ ଅନୁସାରେ ଆରାଧନା କରିଥିଲେ।

କନ୍ୟା ପୂଜନ ସମୟରେ ଗୋରଖନାଥ ମନ୍ଦିରର ମୁଖ୍ୟ ପୂଜକ ଯୋଗୀ କମଳନାଥ, କାଳୀବାଡ଼ିର ମହନ୍ତ ରବୀନ୍ଦ୍ରଦାସଙ୍କ ସମେତ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ।

H D Kumaraswamy: ୨୦୨୮ରେ କର୍ଣ୍ଣାଟକରେ ଜେଡିଏସ୍‌-ବିଜେପି ମେଣ୍ଟ ସରକାର ଗଠନ ହେବା ନିଶ୍ଚିତ: ଏଚ୍‌.ଡି.

କୁମାରସ୍ୱାମୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)